Advertisment

ଆଇପିଏସ୍ ଅଫିସରଙ୍କୁ ବାହା ହେଲେ ମନ୍ତ୍ରୀ

ଆମ ଆଦମୀ ପାର୍ଟି (ଆପ୍) ଟିକେଟ୍‌ରେ ୨୦୨୨ରେ ପ୍ରଥମ ଥର ପାଇଁ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ୩୨ ବର୍ଷୀୟ ହରଜୋତ ସିଂହ।

author-image
Jitendra Garnayak
ଅଦ୍ୟତନ ହୋଇଛି
Harjot Singh ans Jyoti Yadav

Harjot Singh ans Jyoti Yadav

ପଞ୍ଜାବର ଶିକ୍ଷା ମନ୍ତ୍ରୀ ହରଜୋତ ସିଂହ ବୈଂଶ ଆଇପିଏସ ଅଫିସର ଜ୍ୟୋତି ଯାଦବଙ୍କୁ ବାହା ହୋଇଛନ୍ତି। ଜ୍ୟୋତି ଯାଦବ ହେଉଛନ୍ତି ପଞ୍ଜାବ କ୍ୟାଡରର ଆଇପିଏସ୍ ଅଫିସର। ସେ ଏବେ ମନସା ଜିଲ୍ଲାର ଏସ୍‌ପି ଭାବେ ନିଯୁକ୍ତ ଅଛନ୍ତି।

Advertisment

ଏହି ବାହାଘରରେ ଅନ୍ୟମାନଙ୍କ ମଧ୍ୟରେ ଆପ୍‌ର ରାଜ୍ୟସଭା ସାଂସଦ ରାଜୀବ ଚଡ୍ଡା ସାମିଲ ହୋଇଥିଲେ। ସେ ହରଜୋତ ଓ ଜ୍ୟୋତିଙ୍କ ଫଟୋ ସୋଶାଲ୍ ମିଡିଆରେ ଶେଆର କରିଛନ୍ତି। ସେହିପରି ପଞ୍ଜାବର ଆପ୍ ବିଧାୟକ ନରେଶ ବଲୟାନ ମଧ୍ୟ ହରଜୋତଙ୍କ ବିବାହ ଫଟୋ ସୋଶାଲ୍ ମିଡିଆରେ ଶେଆର କରିଛନ୍ତି।

ଆମ ଆଦମୀ ପାର୍ଟି (ଆପ୍) ଟିକେଟ୍‌ରେ ୨୦୨୨ରେ ପ୍ରଥମ ଥର ପାଇଁ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ୩୨ ବର୍ଷୀୟ ହରଜୋତ ସିଂହ ବୈଂଶ। ସେ ରୂପନଗର ଜିଲ୍ଲାର ଆନନ୍ଦପୁର ସାହିବ ଆସନରୁ ବିଜୟୀ ହୋଇଥିଲେ। ତାଙ୍କ ଘର ଆନନ୍ଦପୁର ସାହିବ ବିଧାନସଭା ନିର୍ବାଚନ ମଣ୍ଡଳୀର ଗମ୍ଭୀରପୁର ଗାଁରେ। ପେସାରେ ସେ ଜଣେ ଆଡ୍‌ଭୋକେଟ୍‌। ପୂର୍ବରୁ ସେ ପଞ୍ଜାବରେ ଆପ୍‌ର ଯୁବ ଶାଖାର ନେତୃତ୍ୱ ନେଉଥିଲେ। ହରଜୋତ ୨୦୧୭ରେ ସହନେୱାଲ ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ।

Advertisment

ଆଇପିଏସ୍‌ ଅଫିସର ତଥା ହରଜୋତଙ୍କ ପତ୍ନୀ ଜ୍ୟୋତି ଯାଦବଙ୍କ ଘର ହରିଆଣାର ଗୁରୁଗ୍ରାମରେ। ଗତ ବର୍ଷ ସେ ଚର୍ଚ୍ଚାରେ ରହିଥିଲେ। ଆପ୍‌ ବିଧାୟକ ରାଜିନ୍ଦରବଲ କୌର ଚ୍ଚିନାଙ୍କ ସହିତ ତାଙ୍କର ସର୍ବସାଧାରଣରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଆପ୍ ବିଧାୟକ ଅଭିଯୋଗ କରିଥିଲେ ଯେ ତାଙ୍କ ଅଜ୍ଞାତରେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଆଇପିଏସ୍ ଅଫିସର ଜ୍ୟୋତି ଯାଦବ ସର୍ଚ୍ଚ ଅପରେସନ କରିଥିଲେ।

Punjab Ips Aam Aadmi Party