Advertisment

୫ ଘଣ୍ଟା ଘାଣ୍ଟିଲା ଇଡି, ପରେ ଆପ୍‌ ବିଧାୟକଙ୍କୁ ଘରୁ ଉଠାଇନେଲା

ଆଜି ସକାଳ ପ୍ରାୟ ୭ଟାରେ ଇଡି ଟିମ୍ ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚିଥିଲା। ହେଲେ ସେ ୨ ଘଣ୍ଟା ପର୍ଯ୍ୟନ୍ତ ଘରର କବାଟ ଖୋଲି ନଥିଲେ।

ଅଦ୍ୟତନ ହୋଇଛି
AAP MLA Arrested

AAP MLA Arrested

Advertisment

ପାଖାପାଖି ୫ ଘଣ୍ଟା ଧରି ଘାଣ୍ଟିଲା। ଗୁଡେଇ ତୁଡେଇ ପ୍ରଶ୍ନ କଲା। ଜେରା ପରେ ଆମ୍ ଆଦମୀ ପାର୍ଟିର ଓଖଲା ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଘରୁ ଉଠାଇନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ୫ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଇଡି ଗିରଫ କରିଛି। ଆଜି ସକାଳ ପ୍ରାୟ ୭ଟାରେ ଇଡି ଟିମ୍ ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚିଥିଲା। ହେଲେ ସେ ୨ ଘଣ୍ଟା ପର୍ଯ୍ୟନ୍ତ ଘରର କବାଟ ଖୋଲି ନଥିଲେ। ଇଡି ବାହାରେ ଠିଆ ହୋଇ ରହିଥିଲା।

Advertisment

ଅମାନତୁଲ୍ଲା କବାଟ ଖୋଲିବା ପରେ ଇଡି ଟିମ୍ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ନିଜେ ଅମାନତୁଲ୍ଲା ଖାନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଇଡି ଚଢ଼ାଉ ସମ୍ପର୍କରେ ସୂଚନା ଦେଇଛନ୍ତି।

ଦିଲ୍ଲୀ ଓ୍ଵାକଫ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ଅମାନତୁଲ୍ଲା ସରକାରୀ ଗାଇଡଲାଇନକୁ ଅଣଦେଖା କରି ଚାକିରି ଦେଇଥିବା ଅଭିଯୋଗରେ ଇଡି ଚଢ଼ାଉ କରି ତାଙ୍କୁ ଗିରଫ କରିଛି। ତେବେ ଏହି ଅଭିଯୋଗକୁ ଅମାନତୁଲ୍ଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।

Advertisment

ଅମାନତୁଲ୍ଲା ଏକ୍ସରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ତାଙ୍କୁ ଏବଂ ଆପ୍ ନେତାଙ୍କୁ ହଇରାଣ କରିବା ପାଇଁ ସମସ୍ତ ପ୍ରୟାସ ହେଉଛି। ମିଥ୍ୟା ମାମଲାରେ ଫସାଯାଉଛି। ସେମାନଙ୍କର ଲକ୍ଷ୍ୟ ହେଉଛି ଆମ ଦଳକୁ ଭାଙ୍ଗିବା। ସଚ୍ଚୋଟ ଭାବରେ ଲୋକଙ୍କ ସେବା କରିବା କ'ଣ ଅପରାଧ ବୋଲି ସେ ପ୍ରଶ୍ନ କରିଛନ୍ତି।

ଆମ୍ ଆଦମୀ ପାର୍ଟି ବିଧାୟକ ହେବା ସହ ଅମାନତୁଲ୍ଲା ଦିଲ୍ଲୀ ଓ୍ଵାକଫ ବୋର୍ଡର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଅମାନତୁଲ୍ଲା ସଭାପତି ଥିବା ବେଳେ ଏଭଳି ୩୨ଟି ନିଯୁକ୍ତି ହୋଇଥିଲା, ଯାହା ସରକାରୀ ଗାଇଡଲାଇନକୁ ଅଣଦେଖା କରି କାମ କରିଥିବା ଅଭିଯୋଗ ହୋଇଥିଲା।

ତତ୍କାଳୀନ ସିଇଓ ଏହି ବେଆଇନ ନିଯୁକ୍ତି ବିରୋଧରେ ଏକ ସ୍ମାରକପତ୍ର ଜାରି କରିବା ପରେ ଘଟଣାର ବିବାଦ ଦେଖାଦେଇଥିଲା। ଏଥିସହ ଅମାନତୁଲ୍ଲା ବୋର୍ଡର ଅନେକ ସମ୍ପତ୍ତିକୁ ବେଆଇନ ଭାବେ ଭଡ଼ାରେ ଦେଇଛନ୍ତି ବୋଲି କୁହାଯାଇଛି।

ଓ୍ଵାକଫ୍ ବୋର୍ଡ ମାମଲାର ତଦନ୍ତ ବେଳେ ଆଣ୍ଟି କରୋପସନ ବ୍ୟୁରୋ ବା ଏସିବି କହିଥିଲା ଯେ ଅମାନତୁଲ୍ଲା ଖାନଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ୩୨ ଜଣଙ୍କ ମଧ୍ୟରୁ ୫ ଜଣ ତାଙ୍କ ସମ୍ପର୍କୀୟ ଏବଂ ୨୨ ଜଣ ଓଖଲା ଅଞ୍ଚଳର ଲୋକ। ଏହିଠାରୁ ଅମାନତୁଲ୍ଲା ଖାନ୍ ବିଧାୟକ ନିର୍ବାଚିତ ହୋଇଛନ୍ତି। ବୋର୍ଡ ପାଣ୍ଠିର ଅପବ୍ୟବହାର ମଧ୍ୟ ଏଫଆଇଆରରେ ଦର୍ଶାଯାଇଛି।

ସିବିଆଇ ଚାର୍ଜସିଟ୍ ଦାଖଲ ହେବାର ପ୍ରାୟ ଏକ ମାସ ପରେ, ସେପ୍ଟେମ୍ବର ୨୦୨୨ରେ ଏସିବି ଅମାନତୁଲ୍ଲା ଖାନଙ୍କୁ ପଚରାଉଚରା କରିଥିଲା। ଏହା ପରେ ଚଢ଼ାଉରେ ୨୪ ଲକ୍ଷ ଟଙ୍କା ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ଅମାନତୁଲ୍ଲା ଖାନଙ୍କୁ ଗିରଫ କରାଯାଇଥିଲା। ତେବେ ୨୦୨୨ ଡିସେମ୍ବର ୨୮ତାରିଖରେ ତାଙ୍କୁ ଜାମିନ ମିଳିଥିଲା।

ED Raid AAP MLA Arrest Amanatullah Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe