Advertisment

ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ

ଗୁରୁପ୍ରୀତଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି।

Gurpreet Gogi

Gurpreet Gogi

Advertisment

ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ। ପଶ୍ଚିମ ଲୁଧିଆନାର ଆମ୍‌ ଆଦମୀ ପାର୍ଟି ବିଧାୟକ ବିଧାୟକ ଗୁରୁପ୍ରୀତ ଗୋଗିଙ୍କୁ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Advertisment

ସୂଚନା ମୁତାବକ, ଏହି ଘଟଣା ବିଳମ୍ବିତ ରାତିରେ ଘଟିଛି। ଗୁରୁପ୍ରୀତଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି। ଭୁଲ୍‌ବଶତଃ ନିଜକୁ ନିଜେ ଗୁଳି କରିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।

ଡିସିପିଙ୍କ କହିବା ମୁତାବକ, ଗୁଳି ବାଜିବା ପରେ ତରନ୍ତ ତାଙ୍କୁ ଲୁଧିଆନା ସ୍ଥିତ ଡିଏମ୍‌ସି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ବର୍ତ୍ତମାନ ମୃତଦେହକୁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ଏହି ଘଟଣା ରାତି ପ୍ରାୟ ୧୨ଟା ସମୟରେ ଘଟିଥିଲା।​​ ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ହତ୍ୟା ନା ଆତ୍ମହତ୍ୟା ଏଭଳି ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି।

Advertisment

ବିଧାୟକ ଗୁରୁପ୍ରୀତ ଗୋଗିଙ୍କ ମୃତ୍ୟୁ ପରେ ପଞ୍ଜାବର ଆପ୍‌ ଅଧ୍ୟକ୍ଷ ତଥା ମନ୍ତ୍ରୀ ଅମନ ଅରୋଡା କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦ ଖବର। ସେ ବେଶ୍‌ ଭଲ ଓ ହୃଦୟବାନ ଲୋକ ଥିଲେ। ଆଜି ସେ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ। ତାଙ୍କ ମୃତ୍ୟୁ ଖବର ଶୁଣି ମୁଁ ବହୁତ ଦୁଃଖିତ।

ଗୁରୁପ୍ରୀତ ଗୋଗି ୨୦୨୨ ମସିହାରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ।  ସେ ଲୁଧିଆନା ବିଧାନସଭା ନିର୍ବାଚନରେ ​​ଦୁଇଥର ପୂର୍ବତନ କଂଗ୍ରେସ ବିଧାୟକ ଭରତ ଭୂଷଣ ଆଶୁଙ୍କୁ ପରାସ୍ତ କରିଥିଲେ।

Gurpreet Gogi Dies AAP MLA Shot Dead Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe