Advertisment

ବଳାତ୍କାର କେସ୍‌ରୁ ମୁକୁଳାଇବାକୁ ୧୦ ଲକ୍ଷ ମାଗୁଥିଲେ ଆପ୍‌ ବିଧାୟକଙ୍କ ବାପା, ବାନ୍ଧିଲା ପୁଲିସ୍‌

‘ ମୋତେ ୧୦ ଲକ୍ଷ ଦେଲେ, ବଳାତ୍କାର କେସ୍‌ରୁ ତୁମକୁ ମୁକୁଳାଇ ଦେବି। ନଚେତ ଜେଲ୍‌ ହାଜତରେ ଦିନ କାଟୁଥିବ ।’

ଅଦ୍ୟତନ ହୋଇଛି
Arrest

Arrest

Advertisment

‘ ମୋତେ ୧୦ ଲକ୍ଷ ଦେଲେ, ବଳାତ୍କାର କେସ୍‌ରୁ ତୁମକୁ ମୁକୁଳାଇ ଦେବି। ନଚେତ ଜେଲ୍‌ ହାଜତରେ ଦିନ କାଟୁଥିବ ।’ ଏପରି ଧମକ ଦେଇ ଜଣେ ବ୍ୟକ୍ତିଙ୍କଠାରୁ ବଟି ମାଗିବା ଅଭିଯୋଗରେ ବନ୍ଧା ହେଲେ ଆପ୍‌ ବିଧାୟକଙ୍କ ବାପା । ପଞ୍ଜାବର ଆପ୍‌ ବିଧାୟକ ଜଗଦୀପ କାମବୋଜ ଗୋଲ୍ଡିଙ୍କ ପିତା ସୁରିନ୍ଦର କମବୋଜଙ୍କୁ ଏପରି ଏକ ସଙ୍ଗୀନ ଅଭିଯୋଗରେ ଗତକାଲି ବାନ୍ଧିଛି ପୁଲିସ୍‌।

Advertisment

ଜଲାଲବାନ ପୁଲିସ୍‌ ଷ୍ଟେଶନରେ ହୋଇଥିବା ଅଭିଯୋଗ ଅନୁଯାୟୀ, ସୁରିନ୍ଦରଙ୍କ ସମେତ ୩ ଜଣଙ୍କ ନାଁରେ ବଟି ମାଗିବା ଅଭିଯୋଗରେ ମାମଲା ରୁଜୁ ହେବା ପରେ ପୁଲିସ୍‌ ସେମାନଙ୍କୁ ବାନ୍ଧିଛି। ଗିରଫଙ୍କ ମଧ୍ୟରେ ୨ ମହିଳା ବି ଅଛନ୍ତି। ସୁନୀଲ କୁମାର ନାମକ ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ ଏହି ୩ ଜଣଙ୍କୁ ବାନ୍ଧିଛି ପୁଲିସ୍‌ ।

ସୁନୀଲ କୁମାର ନାମକ ବ୍ୟକ୍ତି କରିଥିବା ଅନୁଯାୟୀ, ଗିରଫ ୨ ମହିଳାଙ୍କ ମଧ୍ୟରୁ ଜଣେ ଗୁରୁବାର ଅପରାହ୍ନରେ ଘର ଭଡ଼ା ନେବା ନିମନ୍ତେ ମୋ’ ନିକଟକୁ ଆସି କଥା ହୋଇଥିଲେ। ଏହାପରେ ରାତିରେ ଉକ୍ତ ମହିଳାଙ୍କ ପୁଅ ଫୋନ୍‌ କରି ମୋ ଉପରେ ବଳାତ୍କାର ଆରୋପ ଲଗାଯାଇଥିବା କହିଥିଲେ। କିଛି ସମୟ ପରେ ସୁରିନ୍ଦର କାମବୋଜ ଫୋନ୍‌ କରି ଏଥିରୁ ବର୍ତ୍ତିବାକୁ ହେଲେ ୧୦ ଲକ୍ଷ ଟଙ୍କା ଦିଅ ବୋଲି ଧମକ ଦେଇଥିଲେ। ଏନେଇ ମୁଁ ଥାନାରେ ଅଭିଯୋଗ କରିଥିଲି।

Advertisment

ପିତାଙ୍କ ଗିରଫଦାରୀ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜଲାଲବାଦ ବିଧାୟକ ଗୋଲ୍ଡି କାମବୋଜ କହିଛନ୍ତି, ସେ ମୋ’ ପିତା ବୋଲି ଅନ୍ୟମାନଙ୍କୁ ଠକିବାର ତଥା ଧମକାଇବାର ଅଧିକାର ତାଙ୍କର ନାହିଁ। ମୋ’ର ତାଙ୍କ ସହ କୌଣସି ସମ୍ପର୍କ ନାହିଁ। ସେ ମୋ’ ସହ ରହୁ ନାହାନ୍ତି। ଏ ସମ୍ପର୍କରେ ପୁଲିସ୍‌ଠାରୁ ଜାଣିବାକୁ ପାଇଲି। ତେଣୁ ପୁଲିସ୍‌ ତା’ର ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା କରିବ ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ କହିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ। ଯିଏ ବି ଆଇନ ବିରୋଧୀ କାମ କରୁଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ତଦନ୍ତ ପରେ ପୁଲିସ୍‌ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଲାଲବାଦ ଏସ୍‌ପି ସୂଚନା ଦେଇଛନ୍ତି।

Arrest AAP Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe