Advertisment

ଅଜଣା ସ୍ଥାନରୁ ଭିଡିଓ ଜାରି କଲେ ପୁଲିସ୍‌ ହେପାଜତରୁ ଖସି ଯାଇଥିବା ବିଧାୟକ

ମଙ୍ଗଳବାର ପଞ୍ଜାବ ପୁଲିସ୍‌ ହରିୟାଣାର କର୍ଣ୍ଣାଲରୁ ବିଧାୟକ ହରମୀତଙ୍କୁ ଗିରଫ କରିଥିଲା। ତାଙ୍କୁ ସ୍ଥାନୀୟ ଥାନାକୁ ନିଆଯାଉଥିବା ବେଳେ ସେ ଓ ତାଙ୍କ ସହଯୋଗୀମାନେ ପୁଲିସ ଉପରକୁ ଗୁଳି କରି ଖସି ଯାଇଥିବା ଅଭିଯୋଗ ହୋଇଛି।

MLA

MLA

Advertisment

ଦୁଷ୍କର୍ମ ମାମଲାରେ ଗିରଫ ହେବା ପରେ ପୁଲିସ୍‌କୁ ହେପାଜତରୁ ଖସି ଯାଇଥିବା ପଞ୍ଜାବର ବିଦ୍ରୋହୀ ଆପ ବିଧାୟକ ହରମୀତ ସିଂହ ପଠାନମାଜରାଙ୍କୁ ଚାଲିଛି ଖୋଜା। ମଙ୍ଗଳବାର ପୁଲିସ୍‌କୁ ଗୁଳି କରି ସେ ଖସି ଯାଇଥିବା ଅଭିଯୋଗ ହୋଇଛି। ପଞ୍ଜାବ ପୁଲିସର ଗ୍ୟାଙ୍ଗଷ୍ଟର ବିରୋଧୀ ଟାସ୍କ ଫୋର୍ସ (ଏଜିଟିଏଫ) ବିଧାୟକଙ୍କୁ ଖୋଜୁ ଥିବା ବେଳେ ସେ ଗୋଟିଏ ଅଜଣା ସ୍ଥାନରୁ ଭିଡିଓ ରିଲିଜ କରିଛନ୍ତି। ଭିଡିଓରେ ସେ ପୁଲିସ ଉପରେ କୌଣସି ପ୍ରକାରର ଆକ୍ରମଣ କରି ନଥିବା ସଫେଇ ଦେଇଛନ୍ତି।

Advertisment

ମଙ୍ଗଳବାର ପଞ୍ଜାବ ପୁଲିସ୍‌ ହରିୟାଣାର କର୍ଣ୍ଣାଲରୁ ବିଧାୟକ ହରମୀତଙ୍କୁ ଗିରଫ କରିଥିଲା। ତାଙ୍କୁ ସ୍ଥାନୀୟ ଥାନାକୁ ନିଆଯାଉଥିବା ବେଳେ ସେ ଓ ତାଙ୍କ ସହଯୋଗୀମାନେ ପୁଲିସ ଉପରକୁ ଗୁଳି କରି ଖସି ଯାଇଥିବା ଅଭିଯୋଗ ହୋଇଛି। ହେଲେ ପୁଲିସ ଆକ୍ରମଣକୁ ହରମୀତ ଖଣ୍ଡନ କରିବା ସହ ପୁଲିସ ପକ୍ଷରୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଆଶଙ୍କାରେ ସେ ଖସି ଯାଇଥିବା କହିଛନ୍ତି।

ସନୌରରୁ ବିଧାୟକ ହୋଇଥିବା ହରମୀତ କହିଛନ୍ତି, “ପୁଲିସରେ ଥିବା ମୋ ସୂତ୍ରରୁ ଖବର ମିଳିଥିଲା ଯେ ପୁଲିସ୍‌ ମୋର ଏନକାଉଣ୍ଟର କରିବାକୁ ଯୋଜନା କରିଛି। ୮ ଜଣ ଏସ୍‌ପି, ୮ ଜଣ ଡିଏସ୍‌ପି, ୫ ଜଣ ଏସଏଚ୍‌ଓ ଓ ଏନକାଉଣ୍ଟର ସ୍ପେଶାଲିଷ୍ଟ ବିକ୍ରମ ବ୍ରାର ଭଳି ଶତାଧିକ ପୁଲିସ୍‌ ଜଣେ ବିଧାୟକଙ୍କୁ ଧରିବାକୁ ଆସିଥିଲେ। ଏଥିରୁ ସେମାନଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ଜଣାପଡ଼ୁଥିଲା। ସେମାନେ ଏନକାଉଣ୍ଟର ମୁଡରେ ଥିଲେ। ମୁଁ ପୁଲିସ୍‌କୁ ସମ୍ମାନ କରେ। କିନ୍ତୁ ପୁଲିସ୍‌ର ମିଥ୍ୟା ଦାବି ମୋତେ ନିରାଶ କରିଛି।”

Advertisment

ପଟିଆଲା ରେଞ୍ଜ ଡିଆଇଜି କୁଲଦୀପ ଚହଲଙ୍କ କହିବା କଥା ଯେ ବିଧାୟକ ଫେରାର ରହିଛନ୍ତି ଓ ପୁଲିସ୍‌ ଟିମକ ତାଙ୍କୁ ଧରିବାକୁ ଉଦ୍ୟମ କରୁଛି। ପିଟିଆଲା ଏସଏସପି ଏ ସମ୍ପର୍କରେ ଅଧିକ ସୂଚନା ଦେଇ ପାରିବେ। ସେ ବିଧାୟକ କରିଥିବା ଅଭିଯୋଗ ସମ୍ପର୍କରେ କିନ୍ତୁ କିଛି କହି ନାହାନ୍ତି। ପଟିଆଲା ଏସଏସ୍‌ପି ମଧ୍ୟ ଅଭିଯୋଗ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି।

ମଙ୍ଗଳବାର ପଟିଆଲା କ୍ରାଇମ ଇନଭେଷ୍ଟିଗେସନ ଏଜେନ୍ସି(ସିଆଇଏ) ଇନ ଚାର୍ଜ ପ୍ରଦୀପ ବାଜୱା କହିଥିଲେ, “ହରିୟାଣାରେ ଥିବା ବିଧାୟକ ହରମୀତଙ୍କ ଜଣେ ସମ୍ପର୍କୀୟଙ୍କ ଘରେ ଆମେ ରେଡ କରିଥିଲୁ। ତାଙ୍କୁ ସେଠାରୁ ଗିରଫ କରାଯାଇଥିଲା। କିନ୍ତୁ କିଛି ଗାଁ ଲୋକ ଓ କିଛି ଦୁର୍ବୃତ୍ତ ପୁଲିସ୍‌ ଟିମ ଉପରକୁ ପଥର ଏବଂ ଗୁଳି ମାଡ଼ କରିଥିଲେ। ଏହାପରେ ବିଧାୟକ ଖସି ଯାଇଥିଲେ।”

ତେବେ ବିଧାୟକ ହରମୀତ କୌଣସି ଗୁଳି ମାଡ଼ ହୋଇ ନଥିବା ଭିଡିଓରେ କହିଛନ୍ତି। କର୍ଣ୍ଣାଲ ପୁଲିସ୍‌ ଷ୍ଟେସନର ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଶ୍ରୀ ଭଗବାନ ମଧ୍ୟ ଗୁଳିମାଡ଼ ଦାବିରେ ସତ୍ୟତା ନଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଦାବ୍ରିରେ ପଟିଆଲା ପୁଲିସ୍‌ ଟିମ କରିଥିବା ରେଡ ସମ୍ପର୍କରେ ଆମକୁ କିଛି କହି ନଥିଲା। ଆମେ ତଦନ୍ତ କରି ଜାଣିବାକୁ ପାଇଛୁ ଯେ କୌଣସି ଗୁଳି କିମ୍ବା ପଥର ମାଡ଼ ହୋଇନି।

ଗାଁ ଲୋକ ଓ ପୁଲିସ୍‌ ମଧ୍ୟରେ କୌଣସି ପ୍ରକାରର ବିବାଦ ଉପୁଜି ନଥିଲେ। ପିଟିଆଲା ସିଭିଲ ଲାଇନ ଏସଏଚ୍‌ଓଙ୍କ ଅଭିଯୋଗ ଆଧାରରେ ଗୋଟିଏ ହତ୍ୟା ଉଦ୍ୟମ ମାମଲା ହୋଇଥିଲା। କିନ୍ତୁ ତଦନ୍ତୁ ସେ ଭଳି କିଛି ବି ହୋଇ ନଥିବା ଜଣାପଡ଼ିଛି। ”

ଅନ୍ୟପକ୍ଷରେ ପୁଲିସ ବିଧାୟକଙ୍କ ସହଯୋଗୀ ବଲବିନ୍ଦର ସିଂହଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୩ଟି ବନ୍ଧୁକ ଜବତ କରାଯାଇଛି।

Punjab Politics Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe