Advertisment

ଦିଲ୍ଲୀ-ଏନ୍‌ସିଆର୍‌ ଛାଡ଼ି ଯାଇପାରିବେନି ସଞ୍ଜୟ, ସର୍ତ୍ତ ରଖିଲେ କୋର୍ଟ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ସଞ୍ଜୟ ସିଂହଙ୍କୁ ମଙ୍ଗଳବାର କୋର୍ଟ ଜାମିନ ପ୍ରଦାନ କରିଥିଲେ।

Sanjya Singh

Sanjya Singh

Advertisment

ଦିଲ୍ଲୀ-ଏନ୍‌ସିଆର୍‌ ଛାଡି ଯାଇପାରିବେନି ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ସଞ୍ଜୟ ସିଂହ। କେବଳ ସେତିକି ନୁହେଁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସେ କୌଣସି ବି ଗଣମାଧ୍ୟମ ଆଗରେ କିଛି କହିପାରିବେ ନାହିଁ। ସଞ୍ଜୟ ସିଂହଙ୍କୁ ଜାମିନ ପ୍ରଦାନ କରି କୋର୍ଟ ଏଭଳି କିଛି ସର୍ତ୍ତ ରଖିଛନ୍ତି।

Advertisment

ଜେଲରୁ ମୁକୁଳିଛନ୍ତି ଆମ ଆଦମୀ ପାର୍ଟିୀ ବରିଷ୍ଠ ନେତା ସଞ୍ଜୟ ସିଂହ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ସଞ୍ଜୟ ସିଂହଙ୍କୁ ମଙ୍ଗଳବାର କୋର୍ଟ ଜାମିନ ପ୍ରଦାନ କରିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସଞ୍ଜୟଙ୍କ ଜାମିନ ଆବେଦନକୁ ବିରୋଧ ନ କରିବା ପରେ ସୁପ୍ରିମ୍‌କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ତେବେ ଜାମିନ୍‌ରୁ ବାହାରକୁ ଆସିବା ପରେ କୋର୍ଟ ତାଙ୍କ ପାଇଁ ଅନେକ ସର୍ତ୍ତ ରଖିଛନ୍ତି।

ଜାମିନ୍ ମିଳିବା ପରେ ଏବେ ନିମ୍ନ ଅଦାଲତ ତାଙ୍କ ପାଇଁ କିଛି ସର୍ତ୍ତ ସ୍ଥିର କରିଛନ୍ତି। କୋର୍ଟ କହିଛନ୍ତି ଯେ ସଞ୍ଜୟ ସିଂହଙ୍କୁ ତାଙ୍କ ପାସପୋର୍ଟ ଜମା କରିବାକୁ ପଡ଼ିବ। ଏହା ସହିତ ନିଜ ମୋବାଇଲ ନମ୍ବର ଯାଞ୍ଚ ଏଜେନ୍ସିକୁ ଦେଇ ଅନୁସନ୍ଧାନରେ ସହଯୋଗ କରିବାକୁ ପଡ଼ିବ। ଦିଲ୍ଲୀ- ଏନସିଆର ବାହାରକୁ ସେ ଯାଇ ପାରିବେ ନାହିଁ। ଯଦି ଯିବାର ଅଛି ତାହା ହେଲେ, ଏହା ପୂର୍ବରୁ ଯାଞ୍ଚ ଅଧିକାରୀଙ୍କୁ ଯାତ୍ରାର ସମସ୍ତ ସୂଚନା ଦେବାକୁ ପଡିବ। ନିଜ ଫୋନରେ ଲୋକେସନ ଅନ୍ ରଖିବେ।

Advertisment

କେବଳ ସେତିକି ନୁହେଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କ ସାର୍ବଜନୀନ ବୟାନବାଜି ଉପରେ ମଧ୍ୟ ରୋକ ଲଗାଯାଇଛି। ଏଭଳି ସର୍ତ୍ତ ପରେ ସଞ୍ଜୟ ସିଂହଙ୍କ ଓକିଲ କହିଛନ୍ତି ଯେ, ମୋର ମହକିଲ ଜଣେ ସାଂସଦ। ତାଙ୍କର ଫେରାର ହେବାର କୌଣସି ଉଦ୍ଦେଶ୍ୟ ନାହିଁ।

ମଦ ଦୁର୍ନୀତି ମାମଲା ସହ ଜଡିତ ଟଙ୍କା ହେରଫେର ଅଭିଯୋଗରେ ଗତ ୬ ମାସ ହେବ ଜେଲ୍‌ରେ ରହିବା ପରେ ଗତକାଲି ସୁପ୍ରିମକୋର୍ଟ ସଞ୍ଜୟ ସିଂହଙ୍କୁ ଜାମିନ ପ୍ରାଦନ କରିଥିଲେ। ୨ ଲକ୍ଷ ଟଙ୍କାର ବେଲ୍‌ ବଣ୍ଡ ଓ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚଳିକା ଏବଂ ଆଉ ୧ ଲକ୍ଷ ଟଙ୍କାର ସିୟୋରିଟି ଆଧାରରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ତେବେ ସଞ୍ଜୟ ସିଂହଙ୍କ ପାଇଁ ସର୍ତ୍ତ ନିମ୍ନ ଅଦାଲତ ଧାର୍ଯ୍ୟ କରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ।

ସଞ୍ଜୟ ସିଂହ ହେଉଛନ୍ତି ଆପ୍‌ର ପ୍ରଥମ ବରିଷ୍ଠ ନେତା ଯିଏ କି ମଦ ଦୁର୍ନୀତି ସଂକ୍ରାନ୍ତ ମନି ଲଣ୍ଡରିଂ ମାମଲାରେ ନିୟମିତ ଜାମିନ ପାଇଛନ୍ତି। ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବେବି ଜେଲ୍‌ରେ ଅଛନ୍ତି।

Sanjay Singh AAP MP Delhi Liquor Policy Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe