Advertisment

କେଜ୍ରିୱାଲଙ୍କ ବିରୋଧରେ ଇଡିର ପ୍ରଥମ ଚାର୍ଜଶିଟ, ଆପ୍‌କୁ ଦର୍ଶାଇଲା ଅଭିଯୁକ୍ତ

ଅବକାରୀ ନୀତି ଦୁର୍ନୀତି ଘଟଣାରେ ମିଳିଥିବା ଲାଞ୍ଚ ଟଙ୍କାକୁ କେଜ୍ରିୱାଲ ତାଙ୍କ ଦଳ ଆପ୍‌ର ନିର୍ବାଚନ ପ୍ରଚାର ପାଇଁ ଖର୍ଚ୍ଚ କରିଥିଲେ। ଏଥିପାଇଁ ଆପ୍‌କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

AAP

AAP

Advertisment

ଅବକାରୀ ନୀତି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ପ୍ରଥମ ଚାର୍ଜଶିଟ ଦାଖଲ କରିଛି। ଏଥିରେ ତଦନ୍ତକାରୀ ସଂସ୍ଥା ପୂରା ଦୁର୍ନୀତିର କିଙ୍ଗପିନ ଭାବେ କେଜ୍ରିୱାଲଙ୍କୁ ଚିତ୍ରିତ କରାଯାଇଛି।

Advertisment

ଅବକାରୀ ନୀତି ଦୁର୍ନୀତି ଘଟଣାରେ ମିଳିଥିବା ଲାଞ୍ଚ ଟଙ୍କାକୁ କେଜ୍ରିୱାଲ ତାଙ୍କ ଦଳ ଆପ୍‌ର ନିର୍ବାଚନ ପ୍ରଚାର ପାଇଁ ଖର୍ଚ୍ଚ କରିଥିଲେ। ଏଥିପାଇଁ ଆପ୍‌କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଭାରତରେ ପ୍ରଥମଥର ପାଇଁ କୌଣସି ଜାତୀୟ ଦଳକୁ ଏପରି ଅଭିଯୁକ୍ତ ଦର୍ଶାଯାଇଛି।

ଇଡି ଦାବି କରିଛି ଯେ ସାଉଥ ଗ୍ରୁପ ଠାରୁ କେଜ୍ରିୱାଲ ୧୦୦ କୋଟି ଟଙ୍କା ପାଇଥିଲେ। ଏହା ମଧ୍ୟରୁ ୪୫ କୋଟି ଟଙ୍କାକୁ ହାୱାଲା ରାକେଟ ମାଧ୍ୟମରେ ଗୋଆକୁ ପଠାଯାଇଥିଲା।

Advertisment

ଉକ୍ତ ଟଙ୍କାକୁ ଦଳ ତା’ର ଗୋଆ ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରିଥିଲା। କେଜ୍ରିୱାଲ ଓ ହାୱାଲା ଅପରେଟରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ପ୍ରମାଣ ଇଡି ହାସଲ କରିଥିବା ଚାର୍ଜଶିଟରେ ଉଲ୍ଲେଖ କରିଛି।

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ରାଉଜ ଆଭିନ୍ୟୁ କୋର୍ଟରେ ଆଜି ଚାର୍ଜଶିଟ ଦାଖଲ କରିଛି। ଏହା ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡିର ୮ମ ଚାର୍ଜଶିଟ। ଏହାପୂର୍ବରୁ ସଂସ୍ଥା ୭ଟି ଚାର୍ଜଶିଟ ଦାଖଲ କରିବା ସହ ୧୮ ଜଣଙ୍କୁ ଗିରଫ କରି ସାରିଛି। କିଛି ଏବେ ଜେଲରେ ଥିବା ବେଳେ ଆଉ କିଛି ଅଭିଯୁକ୍ତ ଜାମିନରେ ମୁକୁଳିଛନ୍ତି। 

୨୦୨୧-୨୨ରେ ଲାଗୁ ହୋଇ ପ୍ରତ୍ୟାହାର ହୋଇ ସାରିଥିବା ଦିଲ୍ଲୀ ଅବକାରୀ ନୀତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଇଡି ଅଭିଯୋଗ କରିଛି। ଦୁର୍ନୀତି ଅଭିଯୋଗ ପରେ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗତବର୍ଷ ମନୀଷ ସିସୋଦିଆ ଏହି ମାମଲାରେ ଗିରଫ ହୋଇଥିଲେ।

ଚଳିତ ବର୍ଷ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ମଧ୍ୟ ଇଡି ଗିରଫ କରିଥିଲା। ତେବେ ସେ ୫୦ ଦିନ ଜେଲରେ ରହିବା ପରେ ଏବେ ଲୋକସଭା ନିର୍ବାଚନର ପ୍ରଚାର ପାଇଁ ୨୧ ଦିନର ଜାମିନ ପାଇଛନ୍ତି। ଜୁନ ୨ରେ ସେ ପୁଣି ଜେଲରେ ଆତ୍ମସମର୍ପଣ କରିବେ।

ED Raid Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe