Advertisment

କେଜ୍ରିୱାଲଙ୍କ ଘରେ ସ୍ୱାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ଘଟଣାକୁ ସ୍ୱୀକାର କଲା ଆପ୍‌

ସ୍ୱାତୀ ମାଲିୱାଲ ଦେଶ ଓ ସମାନ ପାଇଁ ଅନେକ ଭଲ କାମ କରିଛନ୍ତି। ସେ ଦଳର ଜଣେ ବରିଷ୍ଠ ଓ ପୁରୁଣା ନେତ୍ରୀ। ତାଙ୍କ ସହ ସମସ୍ତେ ରହିଛନ୍ତି ବୋଲି ସଞ୍ଜୟ ସିଂହ କହିଛନ୍ତି।

ଅଦ୍ୟତନ ହୋଇଛି
Swati Maliwal

Swati Maliwal

Advertisment

ଦଳର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦୁର୍ବ୍ୟବହାର କରାଯିବା ସହ ମାଡ଼ ମରାଯାଇଥିବା ଘଟଣାକୁ ସ୍ୱୀକାର କରିଛି ଆପ୍‌। ଏଥିସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ଓ ସେ ତାଙ୍କ ପିଏସ୍‌ ବୈଭବ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ ବୋଲି ଆପ କହିଛି।

Advertisment

ପୂରା ଘଟଣା ସୋମବାର ସକାଳେ ଘଟିଥିଲା। ମାଲିୱାଲ ସିଭିଲ ଲାଇନ୍ସ ପୁଲିସ୍‌ ଷ୍ଟେସନ ଯିବା ପରେ ସମସ୍ତେ ଘଟଣା ସମ୍ପର୍କରେ ଜାଣିଥିଲେ। ପିସିଆରକୁ ମଧ୍ୟ ଫୋନ କରି ଦୁର୍ବ୍ୟବହାର ସମ୍ପର୍କରେ ଅଭିଯୋଗ କରିଥିଲେ। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ପ୍ରଥମଥର ପାଇଁ ଆପ ପକ୍ଷରୁ ଘଟଣାକୁ ସ୍ୱୀକାର କରାଯାଇଛି।

ଆପ ନେତା ସଞ୍ଜୟ ସିଂହ କହିଛନ୍ତି, “ସୋମବାର ମାଲିୱାଲ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଭେଟିବାକୁ ଯାଇଥିଲେ। ଡ୍ରଇଂ ରୁମରେ ସେ ତାଙ୍କୁ ଭେଟିବାକୁ ଅପେକ୍ଷା କରିଥିବା ବେଳେ ବୈଭବ କୁମାର ସେଠାରେ ପହଞ୍ଚିଥିଲେ।

Advertisment

ମାଲିୱାଲଙ୍କ ସହ ସେ ଦୁର୍ବ୍ୟବହାର କରିଥିଲେ। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। କେଜ୍ରିୱାଲ ନିଜ ଆଡ଼ୁ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଏଥିସହ ଘଟଣା ବିରୋଧରେ ସେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ।”

ସ୍ୱାତୀ ମାଲିୱାଲ ଦେଶ ଓ ସମାନ ପାଇଁ ଅନେକ ଭଲ କାମ କରିଛନ୍ତି। ସେ ଦଳର ଜଣେ ବରିଷ୍ଠ ଓ ପୁରୁଣା ନେତ୍ରୀ। ତାଙ୍କ ସହ ସମସ୍ତେ ରହିଛନ୍ତି ବୋଲି ସଞ୍ଜୟ ସିଂହ କହିଛନ୍ତି।

ସୋମବାର ସକାଳ ପ୍ରାୟ ୯.୩୪ରେ ପିସିଆରକୁ ଗୋଟିଏ ଫୋନ କଲ ଆସିଥିଲା। ଫୋନ କରିଥିବା ମହିଳାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା।

କିଛି ସମୟରେ ସାଂସଦ ମାଡାମ ପୁଲିସ ଷ୍ଟେସନ ଆସିଥିଲେ। ହେଲେ ସେ ପଛରେ ଅଭିଯୋଗ ଦାଖଲ କରିବେ ବୋଲି କହି ଚାଲି ଯାଇଥିଲେ। ଏଯାଏ ବିଧିବଦ୍ଧ ଭାବେ ଅଭିଯୋଗ ଦାଖଲ ହୋଇ ନଥିବା ଡେପୁଟି କମିଶନର ଅଫ ପୁଲିସ(ଉତ୍ତର) ଏମକେ ମୀନା କହିଛନ୍ତି।

Swati Maliwal AAP Delhi Arvind Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe