Advertisment

ରାଜନୀତିରେ ପୁଷ୍ପା କ୍ରେଜ୍: କେଜ୍ରିଓ୍ୱାଲ କହିଲେ, ଝୁକେଗା ନହିଁ

ସେ କ୍ରମାଗତ ଚତୁର୍ଥ ଥର ପାଇଁ ଦିଲ୍ଲୀରେ କ୍ଷମତାକୁ ଫେରିବେ ବୋଲି ପୋଷ୍ଟର ଜରିଆରେ ବିଜେପିକୁ ଟାର୍ଗେଟ୍‌ କରି କୁହାଯାଇଛି। କେଜ୍ରିୱାଲ ମୁଣ୍ଡ ନୁଆଁଇବେ ନାହିଁ ବୋଲି ଆପ୍ ସ୍ପଷ୍ଟ କରିଛି।

author-image
Madhupriya Mistry
Arvind Kejriwal

Arvind Kejriwal

ଫିଲ୍ମ 'ପୁଷ୍ପା ଓ୍ଵାନ୍' ଓ 'ପୁଷ୍ପା'ଟୁର କ୍ରେଜି ଏବେ ଚାରିଆଡେ। ଏହି ଫିଲ୍ମ ମାୟାରେ ବାୟା ଯୁବପିଢ଼ି। ସୋଶାଲ ମିଡିଆରେ ଚହଳ ସୃଷ୍ଟି କରିଛି ଏହି ଫିଲ୍ମ।  ଅଲ୍ଲୁ ଅର୍ଜୁନଙ୍କ ସ୍ପେଶାଲ ଡାଏଲଗ୍ 'ମେଁ ଝୁକେଗା ନହିଁ' ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଏହି ସମାନ ରଙ୍ଗ ଏବେ ଦିଲ୍ଲୀ ରାଜନୀତିରେ ମଧ୍ୟ ଚଢ଼ୁଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ଶାସକ ଆମ୍‌ ଆଦମୀ ପାର୍ଟି ମଧ୍ୟରେ ଦେଖିବାକୁ ମିଳିଛି ଫିଲ୍ମ ପୁଷ୍ପା ଷ୍ଟାଇଲ୍‌ର ପୋଷ୍ଟର ଓ୍ୱାର୍‌।

Advertisment

ଏକ ପୋଷ୍ଟରରେ ‘ଆପ୍‌’ କରିଥିବା ବିଭିନ୍ନ ଘୋଟାଲା ଦର୍ଶାଇ ବିଜେପି ଟାର୍ଗେଟ କରିଥିବାବେଳେ ଏହାର ପାଲଟ ଜବାବ ଦେଇଛି ଆମ ଆଦମୀ ପାର୍ଟୀ। ଦିଲ୍ଲୀ ଶାସକ ଦଳ ଆପ୍ ଫିଲ୍ମ ‘ପୁଷ୍ପା’ ଷ୍ଟାଇଲରେ ବିଜେପି ଉପରେ ପାଲଟା ଆକ୍ରମଣ କରିଛି।

ପୋଷ୍ଟର୍‌ରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଫଟୋ ଲାଗିଛି। ହାତରେ ଝାଡୁ ଧରି ଫୁଲ୍ କନ୍‌ଫିଡେନ୍ସ ସହ ଛିଡା ହୋଇଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ। ଆଉ ଏଥିରେ ଲେଖା ଅଛନ୍ତି କେଜ୍ରିଓ୍ୱାଲ ଝୁକେଗା ନହିଁ।

Advertisment

କେଜ୍ରିଓ୍ୱାଲଙ୍କ ରାଜନୈତିକ ବିରୋଧୀଙ୍କ ପାଇଁ ଏହି ପୋଷ୍ଟରର ବାର୍ତ୍ତା ସ୍ପଷ୍ଟ। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ଦଳର ଆଦର୍ଶ ସହ ଆପୋସ ବୁଝାମଣା କରିନାହାନ୍ତି ଏବଂ କରିବେ ନାହିଁ। ସେ କ୍ରମାଗତ ଚତୁର୍ଥ ଥର ପାଇଁ ଦିଲ୍ଲୀରେ କ୍ଷମତାକୁ ଫେରିବେ ବୋଲି ପୋଷ୍ଟର ଜରିଆରେ ବିଜେପିକୁ ଟାର୍ଗେଟ୍‌ କରି କୁହାଯାଇଛି। କେଜ୍ରିୱାଲ ମୁଣ୍ଡ ନୁଆଁଇବେ ନାହିଁ ବୋଲି ଆପ୍ ସ୍ପଷ୍ଟ କରିଛି।

ଆପ୍‌ର ଏହି ପୋଷ୍ଟର ସାମ୍ନାକୁ ଆସିବା ପରେ ନିର୍ବାଚନ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ଏହା ଆମ୍ ଆଦମୀ ପାର୍ଟିର ୨୦୨୫ ବିଧାନସଭା ନିର୍ବାଚନ ପ୍ରଚାରର ଏକ ଅଂଶ ହୋଇପାରେ, ଯେଉଁଠାରେ କେଜ୍ରିୱାଲ ତାଙ୍କ ନୀତିକୁ ଦୃଢ଼ ଭାବରେ ଉପସ୍ଥାପନ କରିବେ ଏବଂ ବିରୋଧୀଙ୍କ ଆଗରେ ମୁଣ୍ଡ ନୁଆଁଇବେ ନାହିଁ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନର ଦୁଇ ମାସ ପୂର୍ବରୁ ରାଜନୈତିକ ଗତିବିଧି ତୀବ୍ର ହେବାରେ ଲାଗିଛି। ବିଜେପି ଶନିବାର ଏକ ପୋଷ୍ଟର ଜାରି କରି ଆପ୍ ସରକାରର କଥିତ ଘୋଟାଲା ବିଷୟରେ କହିିଥିଲା। ପୋଷ୍ଟରରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଫଟୋ ଲଗାଯାଇଥିଲା। ଏହାର କ୍ୟାପ୍ସନରେ କେଜ୍ରିଓ୍ୱାଲଙ୍କ ଦୁର୍ନୀତିର ବୁଢ଼ିଆଣୀ ଜାଲ ସହ ମଦ ଦୁର୍ନୀତି, ମୋହଲ୍ଲା କ୍ଲିନିକ୍, ସିକ୍ୟୁରିଟି, ରାସନ, ପାନିକ୍‌ ବଟନ, ଶୀଶମହଲ, ଔଷଧ, ଦିଲ୍ଲୀ ଜଳ ବୋର୍ଡ, କ୍ଲାସରୁମ୍‌ ଏବଂ ସିସିଟିଭି ଘୋଟାଲାକୁ ଦର୍ଶାଯାଇଥିଲା।

ଏହାପୂର୍ବରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର 'ଅବ ନହିଁ ସହେଙ୍ଗେ, ବଦଲ କେ ରହେଗେଁ' ସ୍ଲୋଗାନ ଦେଇଛି। ଏହା ଦିଲ୍ଲୀବାସୀଙ୍କ ସ୍ଲୋଗାନ ବୋଲି ବିଜେପି କହିଛି। ଆମ୍ ଆଦମୀ ପାର୍ଟିର ଶାସନରେ ଦିଲ୍ଲୀବାସୀ ବିରକ୍ତ ହୋଇଯାଇଛନ୍ତି। ଏହାର କିଛି ଘଣ୍ଟା ପରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ବିଜେପିକୁ ଘେରି ଥିଲେ। ପରେ ପୁଷ୍ପା ଷ୍ଟାଇଲରେ ଆପ୍ ପୋଷ୍ଟର ଜାରି କରିଛି।

Bjp AAP Pushpa2 Delhi Assembly Election Poster War