ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ଭିତରେ ଆପ୍ ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମରାଯିବା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। କେଜ୍ରିୱାଲଙ୍କ ପିଏ ବୈଭବ କୁମାର ଡ୍ରଇଁ ରୁମରେ ସ୍ୱାତୀଙ୍କୁ ମାଡ଼ ମାରିବା ସହ ଦୁର୍ବବ୍ୟବହାର ଅଭିଯୋଗ ହୋଇଛି। ପୁଲିସ୍ ଏହାର ତଦନ୍ତ କରି ବୈଭବ କୁମାରଙ୍କୁ ଗିରଫ ମଧ୍ୟ କରିଛି।
ତେବେ ଆଜି ଦଳର ରାଜ୍ୟସଭା ସାଂସଦ ସ୍ୱାତୀଙ୍କୁ ମିଛେଇ ପ୍ରମାଣିତ କରିବାକୁ ଆପ ଚେଷ୍ଟା କରିଛି। ଦଳ ପକ୍ଷରୁ ଗୋଟିଏ ସିସିଟିଭି ଫୁଟେଜ ଜାରି କରାଯାଇଛି। ଏଥିରେ ସୁରକ୍ଷାକର୍ମୀମାନଙ୍କ ସହ କେମିତି ସ୍ୱାତୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ବାହାରୁଛନ୍ତି, ତା’ର ଦୃଶ୍ୟ ରହିଛି। ଆକ୍ରମଣ ପରେ ସ୍ୱାତୀ ଆହତ ହୋଇଥିଲେ ବୋଲି ଅଭିଯୋଗ କରିଥିଲେ। ଏଥିସହ ସେ ଠିକ ଭାବେ ଚାଲି ପାରୁ ନାହାନ୍ତି ବୋଲି ମଧ୍ୟ କହିଥିଲେ।
ହେଲେ ଆପ୍ ଆଜି ଜାରି କରିଥିବା ଭିଡିଓରେ ସ୍ୱାତୀ ବେଶ ସ୍ୱାଭାବିକ ଢଙ୍ଗରେ କେଜ୍ରିୱାଲଙ୍କ ବାସଭବନରୁ ବାହାରୁ ଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ଜାରି କରି ଆପ୍ ନିଜ ଦଳର ରାଜ୍ୟସଭା ସାଂସଦ ସ୍ୱାତୀ ଡ୍ରାମା କରୁଥିବା କହିଛି।
🚨 MEGA EXCLUSIVE
— Roshan Rai (@RoshanKrRaii) May 18, 2024
CCTV Footage Exposes Swati Maliwal's lies.
Swati Maliwal in FIR : Bibhav escorted me out by pushing me, my clothes were torn, I couldn't walk as I was injured.
CCTV Footage : 0 signs of injury, P signs of clothes being torn, She is being escorted gently by… pic.twitter.com/ChD2GWyYw7
ଆପ୍ ନେତ୍ରୀ ଆତିଶୀ ଅଭିଯୋଗ କରିଛନ୍ତି ଯେ ମାଲିୱାଲ ଭାରତୀୟ ଜନତା ପାର୍ଟି କଥାରେ ପରିଚାଲିତ ହୋଇ ସାଧାରଣ ନିର୍ବାଚନ ସମୟରେ ଆପ୍କୁ ବଦନାମ କରିବାକୁ ଚାହୁଁଛନ୍ତି।
ସେ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କ ଗେଟ୍ ନିକଟ ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି ଯେ ଘଟଣା ଦିନ ଠିକ ଭାବେ ଚାଲିଚାଲି ବାହାରକୁ ଆସୁଛନ୍ତି ଓ ଜଣେ ମହିଳା ପୁଲିସ୍ କର୍ମଚାରୀଙ୍କୁ ଧକ୍କା ମାରୁଛନ୍ତି।
ତାଙ୍କ ଚାଲିବାରୁ ଗୋଡ଼ରେ ଥିବା ସମସ୍ୟା ଜଣାପଡ଼ୁ ନାହିଁ। ତାଙ୍କ କପଡ଼ାରେ ଫଟା ଦାଗ ନାହିଁ ଓ ସେ ଆହତ ହୋଇଥିବା ଜଣାପଡ଼ୁନି। ସେ କେବଳ ଡ୍ରାମା କରୁଛନ୍ତି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।