Advertisment

ସ୍ୱାତୀ ମାଲିୱାଲଙ୍କ ନୂଆ ଭିଡିଓ ଜାରି କଲା ଆପ୍‌, କହିଲା- ଦଳର ସାଂସଦ ମିଛ କହୁଛନ୍ତି

ଆକ୍ରମଣ ପରେ ସ୍ୱାତୀ ଆହତ ହୋଇଥିଲେ ବୋଲି ଅଭିଯୋଗ କରିଥିଲେ। ଏଥିସହ ସେ ଠିକ ଭାବେ ଚାଲି ପାରୁ ନାହାନ୍ତି ବୋଲି ମଧ୍ୟ କହିଥିଲେ। ହେଲେ ଆପ୍‌ ଆଜି ଜାରି କରିଥିବା ଭିଡିଓରେ ସ୍ୱାତୀ ବେଶ ସ୍ୱାଭାବିକ ଢଙ୍ଗରେ କେଜ୍ରିୱାଲଙ୍କ ବାସଭବନରୁ ବାହାରୁ ଥିବା ଦେଖିବାକୁ ମିଳୁଛି।

Swati Maliwal

Swati Maliwal

Advertisment

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ଭିତରେ ଆପ୍‌ ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମରାଯିବା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। କେଜ୍ରିୱାଲଙ୍କ ପିଏ ବୈଭବ କୁମାର ଡ୍ରଇଁ ରୁମରେ ସ୍ୱାତୀଙ୍କୁ ମାଡ଼ ମାରିବା ସହ ଦୁର୍ବବ୍ୟବହାର ଅଭିଯୋଗ ହୋଇଛି। ପୁଲିସ୍‌ ଏହାର ତଦନ୍ତ କରି ବୈଭବ କୁମାରଙ୍କୁ ଗିରଫ ମଧ୍ୟ କରିଛି।

Advertisment

ତେବେ ଆଜି ଦଳର ରାଜ୍ୟସଭା ସାଂସଦ ସ୍ୱାତୀଙ୍କୁ ମିଛେଇ ପ୍ରମାଣିତ କରିବାକୁ ଆପ ଚେଷ୍ଟା କରିଛି। ଦଳ ପକ୍ଷରୁ ଗୋଟିଏ ସିସିଟିଭି ଫୁଟେଜ ଜାରି କରାଯାଇଛି। ଏଥିରେ ସୁରକ୍ଷାକର୍ମୀମାନଙ୍କ ସହ କେମିତି ସ୍ୱାତୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ବାହାରୁଛନ୍ତି, ତା’ର ଦୃଶ୍ୟ ରହିଛି। ଆକ୍ରମଣ ପରେ ସ୍ୱାତୀ ଆହତ ହୋଇଥିଲେ ବୋଲି ଅଭିଯୋଗ କରିଥିଲେ। ଏଥିସହ ସେ ଠିକ ଭାବେ ଚାଲି ପାରୁ ନାହାନ୍ତି ବୋଲି ମଧ୍ୟ କହିଥିଲେ।

ହେଲେ ଆପ୍‌ ଆଜି ଜାରି କରିଥିବା ଭିଡିଓରେ ସ୍ୱାତୀ ବେଶ ସ୍ୱାଭାବିକ ଢଙ୍ଗରେ କେଜ୍ରିୱାଲଙ୍କ ବାସଭବନରୁ ବାହାରୁ ଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ଜାରି କରି ଆପ୍‌ ନିଜ ଦଳର ରାଜ୍ୟସଭା ସାଂସଦ ସ୍ୱାତୀ ଡ୍ରାମା କରୁଥିବା କହିଛି।

Advertisment

ଆପ୍‌ ନେତ୍ରୀ ଆତିଶୀ ଅଭିଯୋଗ କରିଛନ୍ତି ଯେ ମାଲିୱାଲ ଭାରତୀୟ ଜନତା ପାର୍ଟି କଥାରେ ପରିଚାଲିତ ହୋଇ ସାଧାରଣ ନିର୍ବାଚନ ସମୟରେ ଆପ୍‌କୁ ବଦନାମ କରିବାକୁ ଚାହୁଁଛନ୍ତି।

ସେ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କ ଗେଟ୍‌ ନିକଟ ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି ଯେ ଘଟଣା ଦିନ ଠିକ ଭାବେ ଚାଲିଚାଲି ବାହାରକୁ ଆସୁଛନ୍ତି ଓ ଜଣେ ମହିଳା ପୁଲିସ୍‌ କର୍ମଚାରୀଙ୍କୁ ଧକ୍କା ମାରୁଛନ୍ତି।

ତାଙ୍କ ଚାଲିବାରୁ ଗୋଡ଼ରେ ଥିବା ସମସ୍ୟା ଜଣାପଡ଼ୁ ନାହିଁ। ତାଙ୍କ କପଡ଼ାରେ ଫଟା ଦାଗ ନାହିଁ ଓ ସେ ଆହତ ହୋଇଥିବା ଜଣାପଡ଼ୁନି। ସେ କେବଳ ଡ୍ରାମା କରୁଛନ୍ତି।”

Swati Maliwal AAP Arvind Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe