Advertisment

ଦିଲ୍ଲୀ ଆପ୍‌କୁ ଡବଲ ଖୁସି, ମେୟର ପରେ ହାତେଇଲା ଡେପୁଟି ମେୟର ପଦବୀ

ଡେପୁଟି ମେୟର ପ୍ରାର୍ଥୀ ଆଲି ମହମ୍ମଦ ଇକବାଲ ବିଜୟୀ ହୋଇଛନ୍ତି।

author-image
Tapas Behera
Aaley Mohammad Iqbal

Aaley Mohammad Iqbal

ଆଜି ଦିଲ୍ଲୀ ଆପ୍‌କୁ ଡବଲ ଖୁସି ମିଳିଛି। ମେୟର ପଦବୀ ପରେ ଡେପୁଟି ମେୟର ପଦବୀ ମଧ୍ୟ ହାତେଇଛି ଆମ ଆଦମୀ ପାର୍ଟି। ଡେପୁଟି ମେୟର ପ୍ରାର୍ଥୀ ଆଲି ମହମ୍ମଦ ଇକବାଲ ବିଜୟୀ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆମ୍ ଆଦମୀ ପାର୍ଟିର ଆଲି ମହମ୍ମଦ ଇକବାଲ ୧୪୭ ଭୋଟ୍ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ କମଲ ବାଗ୍ରି ୧୧୬ ଭୋଟ୍ ପାଇଛନ୍ତି। ଦିଲ୍ଲୀର ଡେପୁଟି ମେୟର ନିର୍ବାଚନ ପାଇଁ ମୋଟ ୨୫୬ଟି ଭୋଟ୍‌ ଗ୍ରହଣ ହୋଇଥିଲା। ସେଥିରୁ ୨ଟି ନାକଚ ହୋଇଥିଲା। ତେବେ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନରେ ଆମ୍ ଆଦମୀ ପାର୍ଟିର ଡେପୁଟି ମେୟର ଭାବରେ ନିର୍ବାଚିତ ହୋଇଥିବାରୁ ଆଲି ମହମ୍ମଦ ଇକବାଲଙ୍କୁ ବହୁ ନେତା ଅଭିନନ୍ଦନ ଜଣାଇଛନ୍ତି।

Advertisment

ବିଜେପି, କେନ୍ଦ୍ର ସରକାର ଏପରିକି ଏଲ-ଜି ମଧ୍ୟ ସମସ୍ତେ ସମ୍ବିଧାନ ବିରୋଧରେ ଯାଇ ନିର୍ବଚନକୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ଦିଲ୍ଲୀର ଲୋକମାନେ ଏହା କରିଛନ୍ତି ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ କରି କହିଛନ୍ତି। ଆଜି ପ୍ରଥମେ ଦିଲ୍ଲୀର ମେୟର ନିର୍ବାଚନ ଫଳାଫଳ ଆପ୍‌ ସପକ୍ଷରେ ଆସିଥିବା ବେଳେ ଡେପୁଟି ମେୟର ଫଳାଫଳ ଆସିଥିଲା। ଯେଉଁଥିରେ ଆପ୍ ବାଜିମାତ କରିଛି। ଆମ୍‌ ଆଦମୀ ପାର୍ଟି (ଆପ୍‌)ର ଶେଲି ଓବରୟ ଦିଲ୍ଲୀର ନୂଆ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀର ନୂଆ ମେୟର ଚୟନ ପାଇଁ ଆଜି ମତଦାନ ହୋଇଥିଲା।

ଏଥିରେ ଆପ୍‌ ପ୍ରାର୍ଥୀ ଶେଲି ଓବରୟ ବିଜେପି ପ୍ରାର୍ଥୀ ରେଖା ଗୁପ୍ତାଙ୍କୁ ୩୪ ଖଣ୍ଡ ଭୋଟରେ ପରାସ୍ତ କରି ଦିଲ୍ଲୀର ନୂଆ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ବିଜେପି କାଉନସିଲର ତଥା ଦଳର ମେୟର ପ୍ରାର୍ଥୀ ରେଖା ଗୁପ୍ତା, ଆପ୍‌ର ମେୟର ପ୍ରାର୍ଥୀ ଶେଲି ଓବରୟ ଏବଂ ଡେପୁଟି ମେୟର ପ୍ରାର୍ଥୀ ଆଲି ମହମ୍ମଦ ଇକବାଲ, ଉତ୍ତର ଦିଲ୍ଲୀର ପୂର୍ବତନ ମେୟର ରାଜା ଇକବାଲ ସିଂହ, ଗୃହରେ ଆପ୍‌ ନେତା ମୁକେଶ ଗୋଏଲ ଏବଂ ଅନ୍ୟ କେତେକ କାଉନସିଲର ଏହି ନିର୍ବାଚନରେ ଭୋଟ୍‌ ଦେଇଥିଲେ। ପୂର୍ବରୁ ୩ଥର ହଟ୍ଟଗୋଳ ଯୋଗୁ ଦିଲ୍ଲୀ ଏମସିଡିର ମେୟର ନିର୍ବାଚନ ହୋଇପାରି ନଥିଲା। ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Advertisment
India