Advertisment

ନ୍ୟାସନାଲ କନଫରେନ୍ସ ନେତୃତ୍ୱାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ ଆପ୍‌ର ଏକମାତ୍ର ବିଧାୟକ

ଗତ ବର୍ଷ ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଇତିହାସ ରଚିଥିଲେ ମେହରାଜ ମଲିକ।

author-image
Jitendra Garnayak
Mehraj Malik and Omar Abdullah

Mehraj Malik and Omar Abdullah

ଜମ୍ମୁ ଓ କଶ୍ମୀରର ଏକମାତ୍ର ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ମେହରାଜ ମଲିକ ନ୍ୟାସ୍‌ନାଲ କନଫରେନ୍ସ (ଏନ୍‌ସି) ନେତୃତ୍ୱାଧୀନ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି। ସେ ଏକ ‘ଏକ୍ସ’ ପୋଷ୍ଟ ଜରିଆରେ ଏହି କଥା ଜଣାଇଛନ୍ତି।

Advertisment

ମେହରାଜ ମଲିକ ‘ଏକ୍ସ’ରେ ଲେଖିଛନ୍ତି- ମୁଁ ମେହରାଜ ମଲିକ, ଡୋଡାର ବିଧାୟକ, ଏନ୍‌ସି ସରକାରରୁ ମୋର ସମର୍ଥନ ପ୍ରତ୍ୟାହାର କରୁଛି। ଜମ୍ମୁ ଓ କଶ୍ମୀର ଲୋକଙ୍କ ‍ବୃହତ୍ତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଁ ଏହି ପଦକ୍ଷେପ ନେଇଛି। ସେମାନଙ୍କ ଭରସା ଓ ସେମାନଙ୍କ କଲ୍ୟାଣ ସବୁବେଳେ ମୋର ପ୍ରାଥମିକତା ରହିଆସିଛି।

ମେହରାଜ ମଲିକଙ୍କ ସମର୍ଥନ ପ୍ରତ୍ୟାହାର ଦ୍ୱାରା ଜମ୍ମୁ ଓ କଶ୍ମୀରର ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସର ମେଣ୍ଟ ସରକାର କୌଣସି ପ୍ରକାରେ ପ୍ରଭାବିତ ହେବ ନାହିଁ। କାରଣ ୯୦ ଆସନ ବିଶିଷ୍ଟ ଜମ୍ମୁ ଓ କଶ୍ମୀର ବିଧାନସଭାରେ ଏନ୍‌ସିର ୪୨ ଜଣ ବିଧାୟକ ଥିବା ବେଳେ କଂଗ୍ରେସର ୬ ଜଣ ବିଧାୟକ ଅଛନ୍ତି। ଏହା ସହିତ ୫ ଜଣ ସ୍ୱାଧୀନ ବିଧାୟକ ସରକାରଙ୍କୁ ସମର୍ଥନ କରୁଛନ୍ତି।

Advertisment

ଗତ ବର୍ଷ ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଇତିହାସ ରଚିଥିଲେ ମେହରାଜ ମଲିକ। ସେ ଡୋଡା ଆସନରେ ବିଜେପି ନେତା ଗଜୟ ସିଂହ ରାଣାଙ୍କୁ ପରାସ୍ତ କରିଥିଲେ। ସେ ୪,୫୩୮ ଖଣ୍ଡ ଭୋଟ୍‌ରେ ଜିତିଥିଲେ। ଏହା ସହିତ ସେ ଜମ୍ମୁ ଓ କଶ୍ମୀରରେ ଆପ୍‌ର ପ୍ରଥମ ନେତା ଭାବେ ବିଧାୟକ ହୋଇଥିଲେ। ତାଙ୍କୁ ଚଳିତ ବର୍ଷ ମାର୍ଚ୍ଚ ୨୧ ତାରିଖରେ ଜମ୍ମୁ ଓ କଶ୍ମୀର ଆପ୍‌ର ସଭାପତି ନିଯୁକ୍ତ କରାଯାଇଥିଲା।

AAP National Conference