Advertisment

ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଜାମିନ

ସଞ୍ଜୟ ସିଂହ ଆପ୍‌ର ଜଣେ ଆଗଧାଡ଼ିର ନେତା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ଜାମିନ ମିଳିଥିବାରୁ ଏହା ଦଳର ମନୋବଳ ବଢ଼ାଇବ ବୋଲି କୁହାଯାଉଛି।

author-image
Jitendra Garnayak
Sanjay Singh

Sanjay Singh

ଆମ୍‌ ଆଦ୍‌ମୀ ପାର୍ଟି ନେତା ତଥା ସାଂସଦ ସଞ୍ଜୟ ସିଂହଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ତେବେ ଆବଶ୍ୟକ ସର୍ତ୍ତାବଳୀ ସହିତ ତଳକୋର୍ଟ ତାଙ୍କୁ ମୁକ୍ତ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। 

Advertisment

ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ବର୍ଷ ଅକ୍ଟୋବର ମାସରେ ଗିରଫ ହୋଇଥିଲେ ସାଂସଦ ସଞ୍ଜୟ ସିଂହ। ଆଜି ସୁପ୍ରିମକୋର୍ଟରେ ତାଙ୍କ ଜାମିନ ଆବେଦନ ଶୁଣାଣି ବେଳେ କୌଣସି ପ୍ରକାର ପ୍ରତିବାଦ କରି ନଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। 

ସଞ୍ଜୟ ସିଂହ ଆପ୍‌ର ଜଣେ ଆଗଧାଡ଼ିର ନେତା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ଜାମିନ ମିଳିଥିବାରୁ ଏହା ଦଳର ମନୋବଳ ବଢ଼ାଇବ ବୋଲି କୁହାଯାଉଛି। 

Advertisment

ଅନ୍ୟପକ୍ଷରେ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଅତିଶି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଆସନ୍ତା ଦୁଇ ମାସ ମଧ୍ୟରେ ଆପ୍‌ର ଆଉ ୪ ଜଣ ନେତା ଗିରଫ ହେବେ। ସେମାନଙ୍କ ମଧ୍ୟରେ ସେ ନିଜେ ଅଛନ୍ତି। ତାଙ୍କ ସହିତ ମନ୍ତ୍ରୀ ସୌରଭ ଭରଦ୍ୱାଜ, ବିଧାୟକ ଦୁର୍ଗେଶ ପାଠକ ଓ ସାଂସଦ ରାଘବ ଚଡ୍ଡାଙ୍କୁ ଗିରଫ କରାଯିବ। ଆପ୍‌କୁ ପୂରା ନଷ୍ଟ କରି ଦେବାକୁ ବିଜେପି ଲକ୍ଷ୍ୟ ରଖିଥିବା ସେ ଅଭିଯୋଗ କରିଛନ୍ତି। ଏହା ସହିତ ତାଙ୍କୁ ବିଜେପିରେ ମିଶିବାକୁ ଅଫର ଦିଆଯାଇଥିବା ଆଜି ସେ ଦାବି କରିଛନ୍ତି।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ ହୋଇଥିବା ଆପ୍‌ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ତିହାର ଜେଲ୍‌ରେ ଅଛନ୍ତି। ଇଡି ରିମାଣ୍ଡ ଶେଷ ହେବା ପରେ ଦିଲ୍ଲୀର ଏକ ତଳ କୋର୍ଟ ତାଙ୍କୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।  

AAP