Advertisment

ଜାମିନ ମିଳିବା ପରେ ଜେଲରୁ ବାହାରିଲେ ଆପ୍‌ ନେତା ସତ୍ୟେନ୍ଦ୍ର ଜୈନ

ସେ ଜେଲରୁ ବାହାରି ବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଆତିଶୀ ସେଠାରେ ପହଞ୍ଚିଥିଲେ।

Jain

Jain

Advertisment

ଦୀର୍ଘ ୨ ବର୍ଷରୁ ଅଧିକ ଜେଲରେ ରହିବା ପରେ ଆଜି ମୁକୁଳିଛନ୍ତି ଆପ୍‌ର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଆଜି ମଧ୍ୟାହ୍ନରେ ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ଏହାପରେ ଅର୍ଥାତ ବିଳମ୍ବିତ ସନ୍ଧ୍ୟାରେ ସେ ତିହାର ଜେଲରୁ ବାହାରିଛନ୍ତି।

Advertisment

ସେ ଜେଲରୁ ବାହାରି ବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଆତିଶୀ ସେଠାରେ ପହଞ୍ଚିଥିଲେ। ଜେଲରୁ ବାହାରି ସେ ଥଟା କରି ଆଗକୁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ମଧ୍ୟ ଜେଲ ଯିବାକୁ ପଡ଼ିପାରେ ବୋଲି କହିଥିଲେ। ଆତିଶୀଙ୍କ ସହ ବରିଷ୍ଠ ନେତା ସଞ୍ଜୟ ସିଂହ ଓ ମନୀଷ ସିସୋଦିଆ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ମିଳିତ ଭାବେ ସତ୍ୟେନ୍ଦ୍ର ଜୈନଙ୍କୁ ସ୍ୱାଗତ କରିଛନ୍ତି।

ଜୈନଙ୍କୁ ୨୦୨୨ ମସିହା ମେ’ ୩୦ ତାରିଖରେ ଇଡି ଜୈନଙ୍କୁ ଗିରଫ କରିଥିଲା। ତାଙ୍କ ସହ ଜଡ଼ିତ ୪ କମ୍ପାନୀ ଜରିଆରେ ସେ ବେଆଇନ ଭାବେ ଟଙ୍କା ହେରଫେର କରିଥିବା ଅଭିଯୋଗରେ ଇଡି ଏପରି ପଦକ୍ଷେପ ନେଇଥିଲା। ଗିରଫ ପରଠାରୁ ସତ୍ୟେନ୍ଦ୍ର ଜୈନ ବାରମ୍ବାର ଜାମିନ ଆବେନ କରୁଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।

Advertisment

କୋର୍ଟ ଆଜି ରାୟ ଦେବା ବେଳେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ଉପରେ ଗୁରୁତ୍ୱ ଦେଇଛନ୍ତି। ବିଶେଷ କରି ପିଏମଏଲଏ ଭଳି କଠୋର ଆଇନ ସହ ଜଡ଼ିତ ମାମଲାରେ ଏହାକୁ ବେଶୀ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି।

କୋର୍ଟ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ବଳରେ ଜୈନଙ୍କୁ ଜାମିନ ଦେଇଛନ୍ତି। ଜାମିନରେ ଥିବା ବେଳେ ସେ ମାମଲା ସହ ଜଡ଼ିତ କୌଣସି ସାକ୍ଷୀ କିମ୍ବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବେ ନାହିଁ। ସେ କୌଣସି ବି ଉପାୟରେ ଟ୍ରାଏଲକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ। କୋର୍ଟଙ୍କ ବିନା ଅନୁମତିରେ ଜୈନ ବିଦେଶ ଯାତ୍ରା କରିପାରିବେ ନାହିଁ ମଧ୍ୟ କୋର୍ଟ ସର୍ତ୍ତ ରଖିଛନ୍ତି।

Satyendar Jain AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe