ରାଜସ୍ଥାନ ପାଇଁ ଅଣ୍ଟା ଭିଡ଼ିଲାଣି ଆପ୍‌, ସମସ୍ତ ୨୦୦ ଆସନରେ ଦେବ ପ୍ରାର୍ଥୀ

‘ଯଦି ଆପଣମାନେ ରାଜନୀତି ବା ଦୁର୍ନୀତି ଚାହୁଁଛନ୍ତି, ତା’ହେଲେ ସେମାନଙ୍କୁ (କଂଗ୍ରେସ ଓ ବିଜେପି) ଭୋଟ୍ ଦିଅନ୍ତୁ। କିନ୍ତୁ ଆପଣମାନେ ଯଦି ଉତ୍ତମ ସ୍କୁଲ୍, ହସ୍‌ପିଟାଲ୍, ରାସ୍ତା, ଜଳ ଓ ବିଦ୍ୟୁତ୍ ଯୋଗାଣ ଚାହାଁନ୍ତି, ତା’ହେଲେ ମୋ ପାଖକୁ ଆସନ୍ତୁ।’

AAP RALLY PhotoNDTV

ସୋମବାର ରାଜସ୍ଥାନର ଜୟପୁରରେ ଅରବିନ୍ଦ କେଜ୍ରିୱାଲଙ୍କ ରୋଡ୍ ଶୋ’

Jitendra Garnayak
  • Published: Tuesday, 14 March 2023
  • Updated: 14 March 2023, 03:49 PM IST

Sports

Latest News

ଗୋଆ, ପଞ୍ଜାବ ଓ ଗୁଜରାଟ ପରେ ଏବେ ରାଜସ୍ଥାନ ଉପରେ ଆଖି ପକାଇଛି ଆମ୍ ଆଦମ୍ ପାର୍ଟି (ଆପ୍)। ଚଳିତ ବର୍ଷ ଶେଷ ଆଡ଼କୁ ଏଠାରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସମସ୍ତ ୨୦୦ ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତ ହେଉଛି ଆପ୍‌। ସୋମବାର ଆପ୍‌ର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ରୋଡ୍ ଶୋ’ କରିଥିଲେ। ଏଥିରେ ସେ ଆପ୍‌କୁ ଥରେ ସୁଯୋଗ ଦେବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ତାଙ୍କ ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ଥିଲେ।

କେଜ୍ରିୱାଲ କହିଥିଲେ, ମୁଁ ଶୁଣିଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭିତରେ ଭଲ ବନ୍ଧୁତା ଅଛି। ଗେହଲଟ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେଲେ ତାଙ୍କୁ ସହଯୋଗ କରିବାକୁ ପୂରା ବିଜେପିକୁ ଲଗାଇ ଦିଅନ୍ତି ବସୁନ୍ଧରା। ସେମିତି ବସୁନ୍ଧରାଙ୍କର କିଛି ସମସ୍ୟା ହେଲେ ଆଗେଇ ଆସନ୍ତି ଗେହଲଟ। ତେଣୁ ଏଠାରେ କଂଗ୍ରେସ ଓ ବିଜେପି ବୋଲି ଭିନ୍ନ ଭିନ୍ନ ପାର୍ଟି ନାହାନ୍ତି। ଏଠାରେ ଗୋଟିଏ ପାର୍ଟି ଅଛି। ଏଥର ଏକ ସ୍ୱଚ୍ଛ ଦଳକୁ ନିର୍ବାଚିତ କରନ୍ତୁ। ମୁଁ କିମ୍ବା ଭଗୱନ୍ତ ମାନ ରାଜନୀତି ଜାଣୁନାହିଁ। ଯଦି ଆପଣମାନେ ରାଜନୀତି ବା ଦୁର୍ନୀତି ଚାହୁଁଛନ୍ତି, ତା’ହେଲେ ସେମାନଙ୍କୁ (କଂଗ୍ରେସ ଓ ବିଜେପି) ଭୋଟ୍ ଦିଅନ୍ତୁ। କିନ୍ତୁ ଆପଣମାନେ ଯଦି ଉତ୍ତମ ସ୍କୁଲ୍, ହସ୍‌ପିଟାଲ୍, ରାସ୍ତା, ଜଳ ଓ ବିଦ୍ୟୁତ୍ ଯୋଗାଣ ଚାହାଁନ୍ତି, ତା’ହେଲେ ମୋ ପାଖକୁ ଆସନ୍ତୁ।

ସେ ଆହୁରି କହିଥିଲେ, ରାଜସ୍ଥାନର ଗତ ତିନି ଦଶନ୍ଧିର ନିର୍ବାଚନ ଫଳାଫଳକୁ ଦେଖିଲେ ଜଣାପଡ଼ୁଛି ଏଥର ପାଳି ବିଜେପିର ପଡ଼ିବ। ଅର୍ଥାତ୍ ଲୋକେ ବିଜେପିକୁ ଭୋଟ୍ ଦେବେ। ସେମାନେ (ବିଜେପି) ଆସିବେ ଓ ‘ଡବଲ୍ ଇଞ୍ଜିନ୍ ଡବଲ୍ ଇଞ୍ଜିନ୍’ କହି ଚିତ୍କାର କରିବ। ଏହା ତାଙ୍କର କୋଡ୍ ୱାର୍ଡ। ଏହାର ଅର୍ଥ ଡବଲ୍ କରପ୍‌ସନ୍‌।

ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭେଟିବା ଅବସରରେ କେଜ୍ରିୱାଲ କହିଥିଲେ ଯେ ତାଙ୍କ ଦଳ ଏଥର ରାଜସ୍ଥାନର ସମସ୍ତ ୨୦୦ଟି ଯାକ ଆସନରେ ପ୍ରାର୍ଥୀ ଦେବ।

ରାଜସ୍ଥାନରେ ଏବେ ଆପ୍‌ର ମାତ୍ର ୪ ଲକ୍ଷ ପାଖାପାଖି କର୍ମୀ ଅଛନ୍ତି। ଦଳ ହନୁମାନଗଡ଼, ଗଙ୍ଗନଗର, ବିକାନେର ଓ ଚୁରୁ ଜିଲ୍ଲାରେ ଦଳ ଭଲ କରିବ ବୋଲି ଆଶା ରଖିଛି। ଏହି ଜିଲ୍ଲା ଗୁଡ଼ିକ ପଞ୍ଜାବ ସୀମାକୁ ଲାଗି ରହିଛି। ତେଣୁ ସଫଳତା ମିଳିବ ବୋଲି ଆଶା ବାନ୍ଧିଛି ଆପ୍‌।

Also Read

ରାଜସ୍ଥାନରେ ସରକାରରେ ଥିବା କଂଗ୍ରେସ ମଧ୍ୟରେ କନ୍ଦଳ ରହିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ବିବାଦ କଥା କାହାକୁ ଅଛପା ନାହିଁ। ସେହିପରି ରାଜସ୍ଥାନରେ ବିଜେପିର ମଧ୍ୟ ସମସ୍ୟା ରହିଛି। ବସୁନ୍ଧରା ରାଜେ ପୁଣି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ଇଚ୍ଛା ରଖିଛନ୍ତି। ତେବେ ଅନେକ ପ୍ରସଙ୍ଗରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ତାଙ୍କର ମତଭେଦ ରହିଛି ବୋଲି ଆଲୋଚନା ହେଉଛି। ତାଙ୍କୁ ଦଳର କେନ୍ଦ୍ରୀୟ ନେତୃତ୍ୱ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଚାହୁଁନଥିବା ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଦଳର ରାଜ୍ୟ ସଭାପତି ସତୀଶ ପୁନିଆ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ଚାହୁଁଥିବା କୁହାଯାଉଛି। ଏହି ତାଲିକାରେ ସଦ୍ୟ ଯୋଡ଼ି ହୋଇଛି ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କ ନାଁ। ଏଣୁ ଦୁଇ ପ୍ରମୁଖ ଦଳରେ ଥିବା କନ୍ଦଳରୁ ଫାଇଦା ନେବାକୁ ଆପ୍ ଯୋଜନା କରୁଥିବା କୁହାଯାଉଛି। ତେବେ ଆପ୍‌କୁ ନେଇ ଆଉ କେହି କେହି ଅନ୍ୟ ଏକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ସେମାନଙ୍କ କହିବା କଥା ଆପ୍ ରାଜସ୍ଥାନରେ ତୃତୀୟ ବିକଳ୍ପ ଭାବେ ଉଭା ହେବାକୁ ଆସୁଛି ନା କେବଳ କଂଗ୍ରେସ ଭୋଟ୍ ବ୍ୟାଙ୍କ ଭାଙ୍ଗିବାକୁ ଆସୁଛି। ଗତ ଗୁଜରାଟ ବିଧାନସଭା ଫଳାଫଳକୁ ଦେଖି ସେମାନେ ଏହି ପ୍ରଶ୍ନ କରୁଛନ୍ତି।

୨୦୧୮ ବିଧାନସଭା ନିର୍ବାଚନରେ ଆପ୍ ରାଜସ୍ଥାନରେ ୧୪୨ଟି ଆସନରେ ପ୍ରାର୍ଥୀ ଦେଇଥିଲା। ସବୁ ପ୍ରାର୍ଥୀ ମିଶି ପ୍ରାୟ ୧ଲକ୍ଷ ୩୬ ହଜାର ଭୋଟ୍ ପାଇଥିଲେ। ଅର୍ଥାତ୍ ଯେତିକି ମତଦାନ ହୋଇଥିଲା ତା’ର ମାତ୍ର ୦.୩୮% ଭୋଟ୍ ଆପ୍‌ ଖାତାକୁ ଯାଇଥିଲା। ତେବେ ଆପ୍‌ର ରାଜସ୍ଥାନ ନିର୍ବାଚନ ଦାୟିତ୍ୱରେ ଥିବା ବିନୟ ମିଶ୍ର କହିଛନ୍ତି ଯେ ସେଥର କଥା ଅଲଗା ଥିଲା। ଏବେ ଦଳ ଆସନ୍ତା ନିର୍ବାଚନକୁ ଗୁରୁତ୍ୱର ସହିତ ନେଇଛି। ପଞ୍ଜାବ ସୀମାକୁ ଲାଗି ରହିଥିବା ଜିଲ୍ଲା ଗୁଡ଼ିକର ୨୩ଟି ଆସନରେ ଆପ୍ ଜିତିବାର ସମ୍ଭାବନା ବହୁତ ଅଛି। ତେବେ ଦଳ ପୂରା ୨୦୦ଟି ଆସନକୁ ଗୁରୁତ୍ୱ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story