Advertisment

ଇଡିର ସାଂଘାତିକ ଦାବି: ଗୋଆ ନିର୍ବାଚନ ପ୍ରଚାରରେ ଖର୍ଚ୍ଚ ହୋଇଛି ଅବକାରୀ ନୀତି ଦୁର୍ନୀତି ଟଙ୍କା

୨୦୨୨ରେ ଗୋଆ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଓ ଆପ୍‌ ପ୍ରଥମଥର ପାଇଁ ୨ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା।

ED

ED

Advertisment

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତିରୁ ମିଳିଥିବା ବିପୁଳ ଟଙ୍କାକୁ ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌) ଗୋଆ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଖର୍ଚ୍ଚ କରିଛି। ତଦନ୍ତରୁ ଏଭଳି ତଥ୍ୟ ମିଳିଥିବା ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଦାବି କରିଛି। ଇଡି ତା’ ଚାର୍ଜଶିଟରେ ଲେଖିଛି ଯେ “ଏଯାଏ ତଦନ୍ତରୁ ମିଳିଥିବା ତଥ୍ୟ ଅନୁଯାୟୀ ଦୁର୍ନୀତିରୁ ମିଳିଥିବା ଟଙ୍କା ଆପ୍‌ର ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରାଯାଇଛି।” ୨୦୨୨ରେ ଗୋଆ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଓ ଆପ୍‌ ପ୍ରଥମଥର ପାଇଁ ୨ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା।

Advertisment

ଇଡିର କହିବା ଅନୁଯାୟୀ, ଆପର ସର୍ଭେ ଟିମ୍‌ରେ ଥିବା ସଦସ୍ୟଙ୍କୁ ନଗଦ ୭୦ ଲକ୍ଷ ଟଙ୍କା ଦିଆଯାଇଥିଲା। ଆପ୍‌ର କମ୍ୟୁନିକେସନ ଇନଚାର୍ଜ ବିଜୟ ନାଏର ଜେରା ବେଳେ ସୂଚନା ଦେଇଛନ୍ତି ଯେ ପ୍ରଚାର କାମରେ ସାମିଲ ଥିବା କିଛି ନିର୍ଦ୍ଦିଷ୍ଟ ଲୋକ ଟଙ୍କା ନେଣଦେଣ କଥା ବୁଝୁଥିଲେ। ଆପ୍‌ ପକ୍ଷରୁ ବିଜୟ ନାଏର ଗୋଟିଏ ଗ୍ରୁପ୍‌ ଠାରୁ ୧୦୦ କୋଟି ଟଙ୍କା ଗ୍ରହଣ କରିଥିଲେ।

ଏହି ଗ୍ରୁପରେ ୱାଇଏସ୍‌ଆରସିପି ସାଂସଦ ମଙ୍ଗୁତା ଶ୍ରୀନିବାସୁଲୁ ରେଡ୍ଡୀ, ତାଙ୍କ ପୁଅ ରାଘବ ମଙ୍ଗୁତା, ଅରବିନ୍ଦ ଫାର୍ମା ନିର୍ଦ୍ଦେଶକ ପି ଶରତ ଚନ୍ଦ୍ର ରେଡ୍ଡୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା ରହିଥିଲେ।

Advertisment

ହାଇଦ୍ରାବାଦ ଭିତ୍ତିକ ବ୍ୟବସାୟୀ ଅଭିଷେକ ବୋଇନପାଲ୍ଲୀ ଏହି ଟଙ୍କାକୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଦୀନେଶ ଅରୋରାଙ୍କ ସହ ମିଶି ଟ୍ରାନ୍ସଫର କରିଥିଲେ ବୋଲି ଇଡି ଦାବି କରିଛି। ଏହା ସତ୍ତ୍ୱେ ସିସୋଦିଆଙ୍କୁ ଚାର୍ଜଶିଟ୍‌ରେ ଇଡି ଅଭିଯୁକ୍ତ ଭାବେ ଦର୍ଶାଇ ନାହିଁ। 

ଅବକାରୀ ନୀତି ମାମଲାରେ ଇଡି ଗୁରୁବାର ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଦାଖଲ କରିଛି। ଏହି ସପ୍ଲିମେଣ୍ଟାରୀ ଚାର୍ଜଶିଟରେ ଆପ୍‌ର ବିଜୟ ନାଏର, ବ୍ୟବସାୟୀ ଶରତ ରେଡ୍ଡୀ, ବିନୟ ବାବୁ, ଅଭିଷେକ ଓ ଅମିତ ଅରୋରାଙ୍କୁ ଅଭିଯୁକ୍ତି ଭାବେ ଦର୍ଶାଯାଇଛି। ପୂର୍ବ ଚାର୍ଜଶିଟ୍‌ ଭଳି ଏଥିରେ ମଧ୍ୟ ମନୀଷ ସିସୋଦିଆଙ୍କ ନାଁ ନାହିଁ। କିନ୍ତୁ ଘଟଣାର ତଦନ୍ତ ଏବେ ବି ଚାଲିଛି ବୋଲି ଇଡି କୋର୍ଟଙ୍କୁ କହିଛି।

Delhi Arvind Kejriwal Liquor Party Manish Sisodia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe