Advertisment

କେଜ୍ରିଓ୍ୱାଲଙ୍କ ସଞ୍ଜିବନୀ ସ୍କିମ୍‌କୁ ନେଇ ତୁତୁ ମେଁମେଁ, ସ୍ୱାସ୍ଥ୍ୟ ବିଭାଗର ବିରୋଧ

ଯୋଜନାକୁ ନେଇ ଏବେ କେଜ୍ରିଓ୍ୱାଲ ଓ ଦିଲ୍ଲୀ ସରକାରୀ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି।

ଅଦ୍ୟତନ ହୋଇଛି
sanjeevani-scheme

sanjeevani-scheme

Advertisment

ଦିନକ ତଳେ ଦିଲ୍ଲୀ ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ସଞ୍ଜିବନୀ ଯୋଜନା ଓ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ସ୍କିମ୍‌ ଲାଗୁ କରିଥିଲେ। ତେବେ ଏହି ଯୋଜନାକୁ ନେଇ ଏବେ କେଜ୍ରିଓ୍ୱାଲ ଓ ଦିଲ୍ଲୀ ସରକାରୀ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି। ଆରମ୍ଭ ହୋଇଛି ତୁତୁ ମେଁ ମେଁ। ପଦାରେ ପଡିଛି ଦିଲ୍ଳୀ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ଆନ୍ତଃକନ୍ଦଳ। ଦିଲ୍ଲୀରେ ବର୍ତ୍ତମାନ କୌଣସି ସଞ୍ଜିବନୀ ଅବା ମହିଳା ସମ୍ମାନ ସ୍କିମ୍‌ କାର୍ଯ୍ୟକାରୀ ଲାଗୁ ହୋଇନାହିଁ। ଏକଥା ଖୋଦ୍‌ ଦିଲ୍ଲୀ ସରକାରର ଦୁଇଟି ବିଭାଗ ଖବରକାଗଜରେ ବିଜ୍ଞାପନ ଜରିଆରେ ଜଣାଇଛି।

Advertisment

ଦିଲ୍ଲୀ ନିର୍ବାଚନ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ଓ ମହିଳା ଏବଂ ଶିଶୁ ବିକାଶ ବିଭାଗ ତରଫରୁ ଏହି ବିଜ୍ଞାପନ ଜରିଆରେ ନୋଟିସ୍‌ ଜାରି କରାଯାଇଛି। ଠକେଇରୁ ଲୋକଙ୍କୁ ସାବଧାନ ରହିବା ପାଇଁ ସଚେତନ କରାଯାଇଛି। କାହାକୁ ମଧ୍ୟ ନିଜ ବ୍ୟାଙ୍କ ଖାତା, ଆଧାର କାର୍ଡ଼ କିମ୍ବା ଭୋଟର କାର୍ଡ ଭଳି ଡକ୍ୟୁମେଣ୍ଟ ନଦେବାକୁ କୁହାଯାଇଛି।

ଉଭୟ ବିଭାଗ ନୋଟିସ ଜାରି କରିବା ପରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ୱିଟ ସାମ୍ନାକୁ ଆସିଛି। ସେ କହିଛନ୍ତି, 'ଏହି ଲୋକମାନେ ମହିଲା ସମ୍ମାନ ଯୋଜନା ଏବଂ ସଞ୍ଜିବନୀ ଯୋଜନା ଲାଗୁ ହେବା ଦ୍ୱାରା ବିଚଳିତ ହୋଇପଡିଛନ୍ତି। ଆସନ୍ତା କିଛି ଦିନ ମଧ୍ୟରେ ଏକ ନକଲି ମାମଲା ସୃଷ୍ଟି କରି ସେମାନେ ଆତିଶୀଜୀଙ୍କୁ ଗିରଫ କରିବାକୁ ଯୋଜନା କରିଛନ୍ତି। ତେବେ ଏହାପୂର୍ବରୁ କିଛି ବରିଷ୍ଠ AAP ନେତାଙ୍କ ଉପରେ ଚଢ଼ାଉ କରାଯିବ ବୋଲି ସେ ଅଭିଯୋଗ ଆଣିଛନ୍ତି।

Advertisment

ସେପଟେ ଏହି ପୂରା ପ୍ରସଙ୍ଗରେ ବିଜେପି ମିଡିଆ ପ୍ରଭାରୀ ପ୍ରବିଣ ଶଙ୍କର କପୁର କହିଛନ୍ତି ଯେ, କେଜ୍ରିୱାଲ କାହିଁକି ମହିଳା ଏବଂ ବୃଦ୍ଧ ଲୋକଙ୍କୁ ପ୍ରତାରଣା କରୁଛନ୍ତି। ଆଜି ସମୟ ଆସିଛି ଯେ ଦିଲ୍ଲୀ ସରକାରଙ୍କ ଖୋଦ୍‌ ସ୍ୱାସ୍ଥ୍ୟ ଓ ମହିଳା କଲ୍ୟାଣ ବିଭାଗକୁ ଏହି ଜାଲିଆତି ସହ ଜଡିତ ବିଜ୍ଞପ୍ତି ଜାରି କରିବାକୁ ପଡିଛି। ଏହି ଲୋକମାନେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ନେଉଛନ୍ତି, ଦୟାକରି ସେମାନଙ୍କ ସହ ନିଜ ପର୍ସନାଲ ଡାଟା ସେୟାର କରନ୍ତୁ ନାହିଁ। ଏଭଳି କୌଣସି ସ୍କିମ୍‌ ନାହିଁ। ପଞ୍ଜାବ ପରେ ସେ କାହିଁକି ଦିଲ୍ଲୀର ମହିଳାମାନଙ୍କୁ ପ୍ରତାରଣା କରୁଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କୁ ଏହାର ଉତ୍ତର ଦେବାକୁ ପଡିବ ବୋଲି ସେ କହିଛନ୍ତି।

କହିରଖୁ ଯେ, ଦିଲ୍ଲୀରେ ନିକଟରେ ବୟସ୍କ ଲୋକଙ୍କ ପାଇଁ ଆମ୍‌ ଆଦମ୍‌ ପାର୍ଟି ତରଫରୁ ସଞ୍ଜିବନୀ ସ୍କିମ୍‌ ଘୋଷଣା କରାଯାଇଥିଲା। ଏହି ସ୍କିମ୍‌ ଜରିଆରେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଦିଲ୍ଲୀର ସମସ୍ତ ହସ୍ପିଟାଲରେ ମାଗଣା ଚିକିତ୍ସା ମିଳିବ ବୋଲି  ଦାବି କରାଯାଇଥିଲା। ସେହପରି ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନାରେ ପ୍ରତିମାସରେ ମହିଳାଙ୍କୁ ୨୧୦୦ ଟଙ୍କା ମିଳିବ ବୋଲି ଘୋଷଣା କରିଥିଲା ଆପ୍‌।

Sanjeevani Yojana Misleading Schemes Arvind Kejriwal AAP Mahila Samman
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe