Advertisment

ଏଥର ବି ସାଧାରଣତନ୍ତ୍ର ଦିବସରେ ଦିଶିବନି ଦିଲ୍ଲୀର ପ୍ରଜ୍ଞାପନ ମେଢ଼

ଏହାକୁ ମିଶାଇ ୪ର୍ଥ ଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ କରିବାକୁ ଅନୁମତି ମିଳିନାହିଁ।

author-image
Hemant Lenka
Delhi Tableau

Delhi Tableau

ଏଥର ବି ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ପାରମ୍ପରିକ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଦେଖାଯିବନି ଦିଲ୍ଲୀର ପ୍ରଜ୍ଞାପନ ମେଢ଼। ଏହାକୁ ମିଶାଇ ୪ର୍ଥ ଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ କରିବାକୁ ଅନୁମତି ମିଳିନାହିଁ। ଏହାକୁ ନେଇ ଦିଲ୍ଲୀରେ କ୍ଷମତାସୀନ ଆପ୍‌ ଓ କେନ୍ଦ୍ରରେ କ୍ଷମତାସୀନ ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି।

Advertisment

ପ୍ରାୟ ଗୋଟିଏ ଦଶନ୍ଧି ଧରି ଦିଲ୍ଲୀ ସରକାରରେ ମୁଖ୍ୟମନ୍ତ୍ରୀ ଥିବା ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ବିଗତ କିଛି ବର୍ଷ ହେଲାଣି ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ପ୍ୟାରେଡରେ ସାମିଲ ହେବାକୁ ଅନୁମତି ମିଳୁନାହିଁ। ଏହା କେଉଁ ପ୍ରକାରର ରାଜନୀତି? ସେମାନେ କାହିଁକି ଦିଲ୍ଲୀର ଲୋକଙ୍କୁ ଏତେ ମାତ୍ରାରେ ଘୃଣା କରୁଛନ୍ତି?

କାହିଁକି ଦିଲ୍ଲୀର ଲୋକମାନେ ସେମାନଙ୍କ ପାଇଁ ଭୋଟ ଦେବେ? ସେମାନଙ୍କ ପାଖରେ ଦିଲ୍ଲୀବାସୀଙ୍କ ପାଇଁ କୌଣସି ଦୂରଦୃଷ୍ଟି ନାହିଁ। ସେମାନେ କେବଳ କେଜ୍ରିୱାଲଙ୍କୁ ଖରାପ ବ୍ୟବହାର କରିବା ଜାଣିଛନ୍ତି। ଖାଲି ଏଥିପାଇଁ ଆମେ ସେମାନଙ୍କୁ ଭୋଟ ଦେବା? ୨୬ ଜାନୁଆରୀ ପ୍ୟାରେଡରେ ପ୍ରଜ୍ଞାପନ ମେଢ଼ ଓ ଦିଲ୍ଲୀର ଲୋକଙ୍କୁ ସାମିଲ ହେବାରେ କାହିଁକି ରୋକା ଯାଉଛି? ଦେଶର ରାଜଧାନୀ ପ୍ରତିବର୍ଷ ଜାନୁଆରୀ ୨୬ ପ୍ୟାରେଡରେ ସାମିଲ ହେବା ଦରକାର।”

Advertisment

ଏହାର ଜବାବରେ ବିଜେପି ପକ୍ଷରୁ ଦିଆଯାଇଛି। ବିଜେପିର ଦିଲ୍ଲୀ ମୁଖିଆ ବୀରେନ୍ଦ୍ର ସଚଦେବା କହିଛନ୍ତି, “ମୁଁ ତାଙ୍କୁ(କେଜ୍ରିୱାଲ) ପଚାରିବାକୁ ଚାହୁଁଛି ଯେ ସେ ପ୍ରଜ୍ଞାପନ ମେଢ଼ରେ କ’ଣ ପ୍ରଦର୍ଶିତ କରିବାକୁ ଚାହୁଁଛନ୍ତି। ଭୟଙ୍କର ଓଭରପ୍ଲୋ ଯୋଗୁ ୬୦ ଜଣଙ୍କୁ ମୃତ୍ୟୁ ନା ଲୋକଙ୍କ ଟଙ୍କାକୁ ଲୁଟି ସେ କରିଥିବା ଶୀସ ମହଲ ଦେଖାଇବାକୁ ଚାହୁଁଛନ୍ତି?

ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ସମଗ୍ର ଦେଶର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥାଏ। ପ୍ରଜ୍ଞାପନ ମେଢ଼ ଉପରେ ନିଷ୍ପତ୍ତି ଗୋଟିଏ କମିଟି ନେଇଥାଏ। ଏବେ କେଜ୍ରିୱାଲ ଏହି ପ୍ରସଙ୍ଗରେ ମଧ୍ୟ ରାଜନୀତି କରିବାକୁ ଚାହୁଁଛନ୍ତି। ୨୦୧୪ ସାଧାରଣତନ୍ତ୍ର ଦିବସରେ ଅରବିନ୍ଦ କେଜ୍ରିୱାଲ ବିକ୍ଷୋଭ ପ୍ରଦର୍ଶନ କରିବା ଘଟଣାକୁ ଆମେ ଭୁଲି ନାହୁଁ।”

ଗତବର୍ଷ ମଧ୍ୟ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ପ୍ୟାରେଡରେ ସାମିଲ ହେବାକୁ ଅନୁମତି ମିଳି ନଥିଲା।

Bjp Delhi AAP Delhi Tableau