Advertisment

ନିର୍ବାଚନ ପୂର୍ବରୁ ଫାଟ, 'ଇଣ୍ଡି ବ୍ଲକ୍‌'ରୁ କଂଗ୍ରେସକୁ ଆଉଟ୍‌ କରିବାକୁ ଚାହୁଁଛି ଆପ୍‌

ଦିଲ୍ଲୀ ନିର୍ବଚନ ପୂର୍ବରୁ ଆମ୍‌ ଆଦମୀ ପାର୍ଟି ଇଣ୍ଡିଆ ମେଣ୍ଟରୁ କଂଗ୍ରେସକୁ ବାହାର କରିବାକୁ ଚାହୁଁଛି। ଏଥିପାଇଁ ସେ ଅନ୍ୟ ଦଳ ସହ କଥା ହେବ।

Rahul Gandhi and Kejriwal

Rahul Gandhi and Kejriwal

Advertisment

ଆସନ୍ତା ବର୍ଷ ପଡ଼ିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌। ତେବେ ଏହା ପୂର୍ବରୁ ଇଣ୍ଡିଆ ମେଣ୍ଟରେ ଦେଖାଦେଲାଣି ଫାଟ। କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି ଭିତରେ ଆରମ୍ଭ ହୋଇଗଲାଣି ଟଣାଓଟରା।

Advertisment

୨୦୨୪ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିବା ଇଣ୍ଡି ବ୍ଲକ ଉପରେ ସଙ୍କଟର ବାଦଲ ଘୁରି ବୁଲିଲାଣି । ଗୋଟିଏ ପଟେ ଯେଉଁଠି କଂଗ୍ରେସଠାରୁ ଇଣ୍ଡି ବ୍ଲକ୍‌ର ନେତୃତ୍ୱ ଛଡାଇ ନେଇ ମମତା ବାନାର୍ଜୀଙ୍କୁ ଦେବାକୁ ଦାବି ହେଉଛି, ସେଠି ଅନ୍ୟପଟେ ଆମ୍‌ ଆଦମୀ ପାର୍ଟି ଏହି ମେଣ୍ଟରୁ ସବୁଠାରୁ ପୁରୁଣା ଦଳକୁ ଆଉଟ୍‌ କରିବାକୁ ଦାବି କରୁଛି।

ମିଳିଥିବା ସୂତ୍ରରୁ ସୁଚନା ମୁତାବକ, ଦିଲ୍ଲୀ ନିର୍ବଚନ ପୂର୍ବରୁ ଆମ୍‌ ଆଦମୀ ପାର୍ଟି ଇଣ୍ଡିଆ ମେଣ୍ଟରୁ କଂଗ୍ରେସକୁ ବାହାର କରିବାକୁ ଚାହୁଁଛି। ଏଥିପାଇଁ ସେ ଅନ୍ୟ ଦଳ ସହ କଥା ହେବ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ।

Advertisment

ସୂତ୍ର ମୁତାବକ, କଂଗ୍ରେସକୁ ନେଇ ଆପ୍‌ ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ତେଣୁ କଂଗ୍ରେସକୁ ଇଣ୍ଡି ଆଲାଏନ୍ସରୁ ବହିଷ୍କାର କରିବା ପାଇଁ ବର୍ତ୍ତମାନ ଆପ୍ ଅନ୍ୟ ଦଳ ସହ କଥା ହେବ। କଂଗ୍ରେସ ବିଜେପି ସହଯୋଗରେ କାମ କରୁଛି ବୋଲି ଆପ୍‌ ଅଭିଯୋଗ କରିଛି।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଏକା ଲଢ଼ିବ ବୋଲି ଘୋଷଣା କରିସାରିଛି। ଏଭଳି ସ୍ଥିତିରେ କଂଗ୍ରେସ ନେତାଙ୍କ ତରଫରୁ ଲଗାତର କରାଯାଉଥିବା ବୟାନବାଜୀକୁ ନେଇ ଆପ୍‌ ନେତା ଅସନ୍ତୋଷ ଅଛନ୍ତି। ଦିନକୁ ପୂର୍ବରୁ ହିଁ ଦିଲ୍ଲୀ ଯୁବ କଂଗ୍ରେସ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ନାଁରେ ଠକେଇ କରାଯାଉଥିବା ଅଭିଯୋଗ ଆଣି ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଏହାକୁ ନେଇ ମଧ୍ୟ ଆପ୍‌ ନେତାମାନେ ରାଗି ଯାଇଛନ୍ତି।

Congress AAP INDIA Alliance INDIA Bloc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe