Advertisment

ଜଲନ୍ଧର ଲୋକସଭା ଉପ ନିର୍ବାଚନରେ ଆପ୍‌ର ବଡ଼ ବିଜୟ, ହାରିଲା କଂଗ୍ରେସ

ଆପ୍‌ ଉପ ନିର୍ବାଚନରେ ଜିତି ରେକର୍ଡ କରିଛି। କାରଣ ଆପ୍‌ର ଲୋକସଭାରେ କୌଣସି ସଦସ୍ୟ ନଥିଲେ। ଏବେ ଦଳର ଏକମାତ୍ର ସାଂସଦ ଭାବେ ସୁଶୀଲ କୁମାର ରିଙ୍କୁ ଲୋକସଭାକୁ ଯାଇଛନ୍ତି।

author-image
Hemant Lenka
AAP

AAP

ଦୀର୍ଘ ୨୪ ବର୍ଷ ହେଲା କଂଗ୍ରେସ କବଜାରେ ଥିବା ଜଲନ୍ଧର ଲୋକସଭାରେ ବାଜିମାତ କରିଛି ଆମ ଆଦମୀ ପାର୍ଟି ବା ଆପ। ଏଠାରେ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନରେ ଆପ୍‌ ପ୍ରାର୍ଥୀ ୫୮ ହଜାର ଖଣ୍ଡ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି।

Advertisment

ଆପ୍‌ ଉପ ନିର୍ବାଚନରେ ଜିତି ରେକର୍ଡ କରିଛି। କାରଣ ଆପ୍‌ର ଲୋକସଭାରେ କୌଣସି ସଦସ୍ୟ ନଥିଲେ। ଏବେ ଦଳର ଏକମାତ୍ର ସାଂସଦ ଭାବେ ସୁଶୀଲ କୁମାର ରିଙ୍କୁ ଲୋକସଭାକୁ ଯାଇଛନ୍ତି।

ରିଙ୍କୁ ହେଉଛନ୍ତି ଜଣେ ପୂର୍ବତନ କଂଗ୍ରେସ ନେତା। ସେ ଜଲନ୍ଧର ପଶ୍ଚିମ ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାକୁ ମଧ୍ୟ କଂଗ୍ରେସ ପକ୍ଷରୁ ଯାଇଥିଲେ। ତେବେ ସେ କିଛି ଦିନ ତଳେ ଆପ୍‌କୁ ଆସିଥିଲେ। ଏବେ ସେ ଆପ୍‌ ଟିକେଟରେ କଂଗ୍ରେସ ପ୍ରାର୍ଥୀ କରମଜିତ କୌରଙ୍କୁ ପରାସ୍ତ କରିଛନ୍ତି।

Advertisment

କୌର ହେଉଛନ୍ତି ସନ୍ତୋକ ଚୌଧୁରୀଙ୍କ ପତ୍ନୀ। ସନ୍ତୋକ ଭାରତ ଯୋଡ଼ୋ ଯାତ୍ରା ବେଳେ ହୃଦଘାତରେ ପ୍ରାଣ ହରାଇଥିଲେ। ଏହାପରେ କଂଗ୍ରେସ ତାଙ୍କ ପତ୍ନୀଙ୍କୁ ଟିକେଟ ଦେଇଥିଲା। ହେଲେ ଆପ୍‌ ପ୍ରାର୍ଥୀ ସୁଶୀଲଙ୍କ ଠାରୁ ପରାସ୍ତ ହୋଇଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଆପ୍‌ର ପ୍ରଥମ ନେତା ଭାବେ ଲୋକସଭାକୁ ଯାଇଥିଲେ। ତେବେ ସେ ପଞ୍ଜାବ ବିଧାନସଭା ନିର୍ବାଚନ ଜିତିବାରୁ ଗତବର୍ଷ ଲୋକସଭା ଆସନରୁ ଇସ୍ତଫା ଦେଇଥିଲେ। ତାଙ୍କ ଆସନରେ ଉପ ନିର୍ବାଚନ ହୋଇଥିଲେ ମଧ୍ୟ ଆପ୍‌ ପରାସ୍ତ ହୋଇଥିଲା।

ପଞ୍ଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ରାଜା ୱାର୍ଣ୍ଣିଂ ଜଲନ୍ଧର ଲୋକସଭା ଆସନରେ ଅନୁଷ୍ଠିତ ଉପ ନିର୍ବାଚିତରେ ଦଳର ପରାଜୟକୁ ସ୍ୱୀକାର କରିଛନ୍ତି। ଏଥିସହ ସେ ଆପ୍‌ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Congress AAP