Advertisment

ମେଡିକାଲରେ ଆଖି ବୁଜିଲେ ସ୍ୱାମୀ, ବେଡ ସଫା କରିବାକୁ ପତ୍ନୀଙ୍କୁ ବାଧ୍ୟ କଲେ କର୍ମଚାରୀ

ମହିଳାଙ୍କ ସ୍ୱାମୀ ଯେଉଁ ବେଡରେ ଆଖି ବୁଜିଥିଲେ ତାହାକୁ ସଫା କରିବାକୁ ସେମାନେ ମହିଳାଙ୍କୁ ବାଧ୍ୟ କଲେ ମେଡିକାଲ କର୍ମଚାରୀ ।

author-image
Niharika Rout
Medical Bed

Medical Bed

ଅସୁସ୍ଥ ଦିବ୍ୟାଙ୍ଗ ସ୍ୱାମୀକୁ ବଞ୍ଚାଇବା ନିମନ୍ତେ ମେଡିକାଲ ଧରି ଧାଇଁ ଆସିଥିଲା ଗର୍ଭବତୀ ପତ୍ନୀ। ପାଖରେ ଆଉ ଏକ ଛୋଟ ଛୁଆ ବି ଥିଲା। ମାତ୍ର ମେଡିକାଲ ବେଡରେ ହିଁ ଛଟପଟ ହୋଇ ଚାଲିଗଲା ସ୍ୱାମୀର ଜୀବନ । ଏହାଦେଖି ପତ୍ନୀ ଉପରେ ଆକାଶ ଛିଣ୍ଡି ପଡ଼ିଥିବା ବେଳେ ମୁଣ୍ଡ ପିଟି କାନ୍ଦୁଥିଲା। ମାତ୍ର ଉକ୍ତ ସମୟରେ ମେଡିକାଲ କର୍ତ୍ତୃପକ୍ଷ ଘଟାଇଲେ ଅମାନବୀୟ କାଣ୍ଡ।

Advertisment

ମହିଳାଙ୍କ ସ୍ୱାମୀ ଯେଉଁ ବେଡରେ ଆଖି ବୁଜିଥିଲେ ତାହାକୁ ସଫା କରିବାକୁ ସେମାନେ ମହିଳାଙ୍କୁ ବାଧ୍ୟ କଲେ। ଏପରି ଅମାନବୀୟ, ଅମାନୁଷିକ କାଣ୍ଡ ମଧ୍ୟପ୍ରଦେଶର ଡିଣ୍ଡୋରି ଜିଲ୍ଲାର ଗାଡାସରଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି।

ଏପରି ଘଟଣାର ଭିଡିଓ ଭାଇରାଲ ହେଉଥିବା ବେଳେ ଏହାକୁ ଚାରିଆଡ଼ୁ ନିନ୍ଦା କରାଯାଉଛି। ସଭ୍ୟ ସମାଜରେ ଏପରି ଘୃଣ୍ୟ କାମ କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏନେଇ ରାଜ୍ୟ ସରକାର ତୁରନ୍ତ ଆକ୍ସନ ନେଇ ୨ ଜଣଙ୍କୁ ନିଲମ୍ବିତ କରିଥିବା ବେଳେ ମେଡିକାଲ ଇନଚାର୍ଜଙ୍କୁ ବଦଳି କରିଛନ୍ତି।

Advertisment

ଏନେଇ ଡିଣ୍ଡୋରି ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ତରଫରୁ ଜାରି ନିର୍ଦ୍ଦେଶାନାମାରେ ଉଲ୍ଲେଖ ଅଛି, ଗତ ୩୧ ତାରିଖରେ ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଅନୁସାରେ ଗାଡାସରଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମୃତ ରୋଗୀଙ୍କ ପତ୍ନୀଙ୍କୁ ବେଡ ସଫା କରିବାକୁ ବାଧ୍ୟ କରାଯାଉଛି। ଚିକିତ୍ସାଳୟରେ ସଫା ରଖିବା ନିମନ୍ତେ କର୍ମଚାରୀ ଥିବା ସତ୍ତ୍ୱେ ଜଣେ ମୃତକଙ୍କ ପତ୍ନୀଙ୍କୁ ଏପରି କାମ କରାଇବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ।

ଏନେଇ ସମ୍ପୃକ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ବେଳେ ତାଙ୍କ ଉତ୍ତର ସନ୍ତୋଷଜନକ ନୁହେଁ। ତେଣୁ ଏପରି ଏକ ଘୃଣ୍ୟ କାମ କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏଥିନିମନ୍ତେ ଦାୟୀ ଆୟା ଓ ନର୍ସିଂ ଅଧିକାରୀଙ୍କୁ ନିଲମ୍ବିତ କରାଯିବା ସହ ଏଥିସହ ମେଡିକାଲ ଅଫିସରଙ୍କ ବଦଳି କରାଯାଉଛି।

Madhya Pradesh