Advertisment

ସିବିଆଇ ନିକଟରେ ହାଜର ହେଲେ ମମତାଙ୍କ ପୁତୁରା

ସିବିଆଇର କୋଳକୋତା ନିଜାମ ପ୍ୟାଲେସ୍‌ସ୍ଥିତ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନ ୧୧ଟାରେ ହାଜର ହୋଇଛନ୍ତି ଅଭିଷେକ । ସେଠାରେ ସେ ଘନ ଘନ ଜେରାର ସମ୍ମୁଖୀନ ହେଉଥିବା ଜଣାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
abhishek banerjee relation with mamata

Abhishek Banerjee with Mamata

ଶିକ୍ଷକ ନିଯୁକ୍ତିରେ ଅନିୟମିତତା ମାମଲାରେ ଆଜି ସିବିଆଇରେ ହାଜର ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତୀ ମମତା ବାନାଜୀଙ୍କ ପୁତୁରା ତଥା ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀ । ସିବିଆଇର କୋଳକୋତା ନିଜାମ ପ୍ୟାଲେସ୍‌ସ୍ଥିତ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନ ୧୧ଟାରେ ହାଜର ହୋଇଛନ୍ତି ଅଭିଷେକ । ସେଠାରେ ସେ ଘନ ଘନ ଜେରାର ସମ୍ମୁଖୀନ ହେଉଥିବା ଜଣାଯାଇଛି। ନିଜ ପୁତୁରାକୁ ସିବିଆଇ ପଚରାଉଚରା କରିବା ଘଟଣାକୁ ମମତା ବାନାର୍ଜୀ ସହଜେ ହଜମ କରି ନ ପାରି କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ।

Advertisment

ଗତ ୨୫ ତାରିଖରୁ ନିଜ ଜନ ସମ୍ପର୍କ ଯାତ୍ରାରେ ବ୍ୟସ୍ତ ଥିବା ଅଭିଷେକ ସିବିଆଇକୁ ଟାର୍ଗେଟ କରି ଯଦି ପ୍ରମାଣ ଅଛି ତାକୁ ଗିରଫ କରିବାକୁ ଆହ୍ୱାନ ଦେଇଥିଲେ। ଏଥିସହ ନିଜ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା ସତ୍ତ୍ୱେ ସିବିଆଇ କାର୍ଯ୍ୟାଳୟରେ ଠିକ୍‌ ସମୟରେ ହାଜର ହେବେ ବୋଲି ଘୋଷଣା କରିଥିଲେ। ଏହାପରେ ଆସନ୍ତା ୨୨ ତାରିଖରୁ ଯେଉଁଠୁ ଜନ ସମ୍ପର୍କ ଯାତ୍ରା ଛାଡ଼ିଥିବେ ସେଠୁ ପୁଣି ଆରମ୍ଭ କରିବେ ବୋଲି ନିଜ ସମର୍ଥକଙ୍କୁ କହିଛନ୍ତି ଅଭିଷେକ । ବିଗତ କିଛି ବର୍ଷ ଧରି ସିବିଆଇ ପଶ୍ଚିମବଙ୍ଗର ବିଭିନ୍ନ ମାମଲାର ଯାଞ୍ଚ କରି ଅଯଥାରେ ତାଙ୍କୁ ଓ ତାଙ୍କ ପରିବାରକୁ ହଇରାଣ କରୁଥିବା କହିଛନ୍ତି ଅଭିଷେକ ।

ଏହି ମାମଲାରେ ସିବିଆଇ ଯାଞ୍ଚରୁ ବର୍ତ୍ତିବାକୁ ଗତ ୧୮ ତାରିଖରେ ଅଭିଷେକ କୋଲକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମାତ୍ର ସେଠାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଶିକ୍ଷକ ନିଯୁକ୍ତି ଘୋଟାଲାରେ ସିବିଆଇ, ଇଡି ପରି ଏଜେନ୍ସି ତାଙ୍କୁ ପଚରାଉଚରା କରି ପାରିବେ ବୋଲି ଅନୁମତି ଦେଇଥିଲେ ହାଇକୋର୍ଟ । ଏହାପରେ ଆଜି ତାଙ୍କୁ ହାଜର ହେବାକୁ ନୋଟିସ ଜାରି କରାଯାଇଥିଲା। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ କୁନ୍ତଲ ଘୋଷ କହିଥିଲେ, ଶିକ୍ଷକ ନିଯୁକ୍ତି ଘୋଟାଲାରେ ଅଭିଷେକଙ୍କ ନାଁ ନେବାକୁ ସିବିଆଇ ତାଙ୍କ ଉପରେ ଚାପ ପକାଉଛି। ଏହା ରାଜ୍ୟ ରାଜନୀତିରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା।

Advertisment

ଅପରପକ୍ଷେ, ସିବିଆଇର ଏପରି ଘନ ଘନ ଜେରାକୁ ନାପସନ୍ଦ କରିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ବିଜେପି ନିଜ ଯାଞ୍ଚ ଏଜେନ୍ସିର ଦୁରପଯୋଗୀ କରି ତାଙ୍କ ଦଳ ତଥା ପରିବାର ସଦସ୍ୟଙ୍କୁ ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି ମମତା । ଅଭିଷେକ ନିଜ ଜନ ସମ୍ପର୍କ ଯାତ୍ରାରେ ବ୍ୟସ୍ତ ରହୁଥିବାରୁ ତାଙ୍କୁ ଆଉ କିଛି ଅଧିକ ସମୟ ଦେବାର ଆବଶ୍ୟକତା ଥିଲା। ହେଲେ ସିବିଆଇ ନିଜ ମନମୁଖୀ କାମ କରୁଛି। କେନ୍ଦ୍ରରୁ ବିଜେପି ନ ହଟିବା ଯାଏ ଆମର ଲଢ଼େଇ ଜାରି ରହିବ ବୋଲି ଶୁଣାଇ ଦେଇଛନ୍ତି ମମତା ।

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତ ମାମଲା ୨୦୧୪ ମସିହାର ବୋଲି ଜଣାଯାଇଛି। ଉକ୍ତ ବିଜ୍ଞାପନ ଅନୁଯାୟୀ, ସରକାରୀ ସ୍କୁଲରେ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ନିଯୁକ୍ତି ପ୍ରକ୍ରିୟା ୨୦୧୬ରେ ପାର୍ଥ ଚାଟାର୍ଜୀ ଶିକ୍ଷା ମନ୍ତ୍ରୀ ଥିବା ବେଳେ ଆରମ୍ଭ ହୋଇଥିବା ବେଳେ ସେଥିରେ ବ୍ୟାପକ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଥିଲା। କମ୍‌ ନମ୍ବର ରଖିଥିବା ପ୍ରାର୍ଥି ନିଯୁକ୍ତି ପାଇଥିବା ବେଳେ ଅଧିକ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ସୁଯୋଗ ମିଳି ନ ଥିଲା। ଏହି ଘଟଣାର ଏବେ ସିବିଆଇ ଘନ ଘନ ଜେରା କରୁଛି।

Mamata Banerjee West Bengal TMC Poltics