Advertisment

ପତ୍ନୀ, ପିଲାଙ୍କୁ ମିଳିଲାନି ଦୁବାଇ ଯିବା ଅନୁମତି; ମୋଦିଙ୍କ ଉପରେ ବର୍ଷିଲେ ଅଭିଷେକ ବାନାର୍ଜୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ଟିଏମ୍‌ସି ନେତା ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ । ଏପରିକି ମୋ’ ସହ ଲ‍ଢ, ମୋ’ ସ୍ତ୍ରୀ, ଛୁଆଙ୍କ ସହ ନୁହଁ ବୋଲି ଖୋଲାଖୋଲି ଭାବେ ସେ କହିଛନ୍ତି।

ଅଦ୍ୟତନ ହୋଇଛି
Abhishek Banerjee & Modi

Abhishek Banerjee & Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ଟିଏମ୍‌ସି ନେତା ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ । ଏପରିକି ମୋ’ ସହ ଲ‍ଢ, ମୋ’ ସ୍ତ୍ରୀ, ଛୁଆଙ୍କ ସହ ନୁହଁ ବୋଲି ଖୋଲାଖୋଲି ଭାବେ ସେ କହିଛନ୍ତି। ଅଭିଷେକ ବାନାର୍ଜୀଙ୍କ ପତ୍ନୀ ନିଜ ୨ ଛୁଆଙ୍କୁ ଧରି ଦୁବାଇ ବାହାରିଥିବା ବେଳେ ଏୟାରପୋର୍ଟରେ ତାଙ୍କୁ ଅଟକାଯିବାରୁ ରାଗି ନିଆଁ ବାଣ ହୋଇଛନ୍ତି ଅଭିଷେକ । କୋଇଲା ସ୍ମଗଲିଂ କେସ୍‌ରେ ଇଡି କାର୍ଯ୍ୟାଳୟରେ ଆସନ୍ତା ୮ ତାରିଖରେ ହାଜର ହେବାକୁ ତାଙ୍କ ପତ୍ନୀଙ୍କୁ ନୋଟିସ ଦିଆଯିବାରୁ ଏହି ଘଟଣାରେ ଅମିତ ଶାହଙ୍କୁ ଗିରଫ କରିବାକୁ କହିଛନ୍ତି ମମତାଙ୍କ ପୁତୁରା।

Advertisment

ଗତ କାଲି ସକାଳେ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ନରୁଲା ବାନାର୍ଜୀ ନିଜ ପୁଅଝିଅଙ୍କ ସହ ଦୁବାଇ ଯିବା ନିମନ୍ତେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଥିଲେ। ମାତ୍ର ସେଠାରେ ଡକ୍ୟୁମେଣ୍ଟ ଯାଞ୍ଚ ବେଳେ ଇମିଗ୍ରେସନ ଅଧିକାରୀ ତାଙ୍କୁ ଦୁବାଇ ଯିବାକୁ ଅନୁମତି ଦେଇ ନ ଥିଲେ। ଏଥିସହ ଇଡି ତରଫରୁ ତାଙ୍କୁ ପଚରାଉଚରା ନିମନ୍ତେ ଆସନ୍ତା ୮ ତାରିଖରେ ହାଜର ହେବାକୁ ନୋଟିସ୍‌ ଦିଆଯାଇଛି। ଫଳରେ ସେ ଦୁବାଇ ଯାଇ ନ ପାରି ଫେରିବାକୁ ବାଧ୍ୟ ହୋଇଥିଲେ।

ନିଜ ପତ୍ନୀଙ୍କ ସହ ଏପରି ବ୍ୟବହାର ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଭଡ଼କିଛନ୍ତି ଅଭିଷେକ ବାନାର୍ଜୀ। ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ ତୁମର ଲଢ଼େଇ ମୋ’ ସହ, ମୋ’ ପତ୍ନୀ, ପିଲାଙ୍କ ସହ ନୁହଁ ବୋଲି କହିଛନ୍ତି। ଏପରି କରି ମୋ’ ମୁଣ୍ଡ ନୁଆଁଇଦେବ ବୋଲି ଯଦି ଭାବୁଛ ତେବେ ତୁମେ ଭୁଲ୍‌ ବୋଲି ବି କହିବାକୁ ପଛାଇ ନାହାନ୍ତି।

Advertisment

 କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କୁ ଟାର୍ଗେଟ କରି ନୀରବ ମୋଦି, ମେହୁଲ ଚୋକସି ଦେଶବାସୀଙ୍କ ଟଙ୍କା ଶୋଷି ପଳାଇବା ବେଳେ କ’ଣ କରୁଥିଲ ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ଆଦାନି ଲୋକଙ୍କ ପଇସା ଖାଇ ମାଲେମାଲ ହୋଇଥିବା ବେଳେ କ’ଣ କରୁଛ ବୋଲି ପ୍ରଶ୍ନ କରିଛନ୍ତି। ବିରୋଧୀଙ୍କୁ ହଇରାଣ କରିବାକୁ କେନ୍ଦ୍ର ସରକାର ସବୁବେଳେ ସିବିଆଇକୁ ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି।

ଏଥିସହ କୋଲ ସ୍କାମ ଘଟଣାରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଗିରଫ କରିବା ଉଚିତ ବୋଲି କହିଛନ୍ତି। କାରଣ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ କୋଇଲା ବ୍ଲକ୍‌କୁ ଜଗିବା ଦାୟିତ୍ୱରେ ଥାନ୍ତି। କିଛି ଦିନ ପୂର୍ବେ ସତୀଶ କୁମାର ନାମକ ବିଏସ୍‌ଏଫ ଯବାନଙ୍କୁ ସିବିଆଇ ଗିରଫ କରିଥିଲା। ସେ ଏକ ଛୋଟ ମାଛ ହୋଇଥିବା ବେଳେ ଏଥିରୁ କୋଟି କୋଟି ଟଙ୍କା ଶାହ ଓ ମୋଦିଙ୍କ ପାଖକୁ ଯାଉଛି। ତେଣୁ ସେମାନଙ୍କୁ କାହିଁକି ଗିରଫ କରା ନ ଯିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅପରପକ୍ଷେ ଇଡି ପକ୍ଷରୁ କୁହାଯାଇଛି ଅଭିଷେକ ବାନାର୍ଜୀ ଓ ତାଙ୍କ ପରିବାରର ମାଲିକାନାରେ ଲିପ୍ସ ଓ ବାଉଣ୍ଡ ପ୍ରାଇଭେଟ ଲିମିଟେଡ ନାମକ ୨ଟି ପ୍ରାଇଭେଟ କମ୍ପାନୀ ରହିଛି। ଏହି ୨ କମ୍ପାନୀ ଜରିଆରେ ବାନାର୍ଜୀ ଫ୍ୟାମିଲି କୋଲ ସ୍କାମ ମାମଲାରେ ଏକ କନଷ୍ଟ୍ରକସନ୍‌ କମ୍ପାନୀଠାରୁ ୪.୩୭ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।

ଅଭିଷେକଙ୍କ ପିତା ଅମିତ ବାନାର୍ଜୀ ଓ ପତ୍ନୀ ଏହି ୨ କମ୍ପାନୀର ନିର୍ଦ୍ଦେଶକ ପଦବୀରେ ଥିବା ଜଣାଯାଇଛି। ତେଣୁ ଇଡି ଏହି ମାମଲାରେ ତାଙ୍କୁ ଘାଣ୍ଟିଥିବା କହିଛି ।

ରୁଜିରାଙ୍କ ଦୁବାଇ ଗସ୍ତ ସମ୍ପର୍କରେ ପୂର୍ବରୁ ଇଡିକୁ ଅବଗତ କରାଯାଇଥିବା ବେଳେ ଏନେଇ ପୂର୍ବରୁ କିଛି କହି ନ ଥିବା ଇଡି ହଠାତ୍‌ ତାଙ୍କ ଗସ୍ତ ବାତିଲ କରି ସମନ୍‌ ଧରାଇବା ନିଷ୍ପତ୍ତି ଭୁଲ୍‌ ବୋଲି କହିଛନ୍ତି ତାଙ୍କ ଓକିଲ । ଏପରିକି ଇଡିର ଏପରି କାର୍ଯ୍ୟକଳାପ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

Narendra Modi TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe