Advertisment

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିଲା ଏବିଭିପି

ଏବିଭିପିର ଆର୍ଯ୍ୟନ ମାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

author-image
Jitendra Garnayak
Aryan Maan

Aryan Maan

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ (DUSU) ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ବଡ଼ ବିଜୟ। ସଭାପତି, ସଂପାଦକ ଓ ଯୁଗ୍ମ-ସଂପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ବିଜୟୀ ହୋଇଛନ୍ତି ଏବିଭିପି ପ୍ରାର୍ଥୀ। ଅନ୍ୟପକ୍ଷରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଛାତ୍ର ଶାଖା ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଘ (NSUI) ଉପ-ସଭାପତି ପଦ ହାତେଇଛି।

Advertisment

ଏବିଭିପିର ଆର୍ଯ୍ୟନ ମାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ୨୮ ହଜାର ୮୪୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏନ୍‌ଏସ୍‌ୟୁଆଇର ଜୋସ୍‌ଲୀନ ଚୌଧୁରୀଙ୍କୁ ୧୨ ହଜାର ୬୪୫ ଖଣ୍ଡ ଭୋଟ୍ ମିଳିଥିଲା। ସେହିପରି ଏସ୍‌ଏଫଆଇ-ଏଆଇଏସ୍‌ଏର ସଭାପତି ପ୍ରାର୍ଥୀ ୫୩୮୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ସ୍ୱାଧୀନ ଭାବେ ଲଢ଼ିଥିବା ଏନ୍‌ଏସ୍‌ୟୁଆଇର ବିଦ୍ରୋହୀ ପ୍ରାର୍ଥୀ ୫,୫୨୨ ଖଣ୍ଡ ଭୋଟ୍ ପାଇଛନ୍ତି।

ଉପ-ସଭାପତି ପଦ ଜିତିଥିବା ଏନ୍‌ଏସ୍‌ୟୁଆଇର ରାହୁଲ ଝାଂସଲା ୨୯ ହଜାର ୩୩୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ଏବିଭିପିର ପ୍ରାର୍ଥୀ ଗୋବିନ୍ଦ ତନୱାର ୨୦ ହଜାର ୫୪୭ ଖଣ୍ଡ ଭୋଟି ପାଇଥିଲେ। ଏସ୍‌ଏଫଆଇ-ଏଆଇଏସ୍‌ଏର ଉପ-ସଭାପତି ପ୍ରାର୍ଥୀ ୪,୧୬୩ ଖଣ୍ଡ ଭୋଟ୍ ପାଇଥିଲେ।

Advertisment

ଏବିଭିପିର କୁନାଲ ଚୌଧୁରୀ ସଂପାଦକ ପଦ ଜିତିଛନ୍ତି। ତାଙ୍କୁ ୨୩,୭୭୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଏନ୍‌ଏସ୍‌ୟୁଆଇ ପ୍ରାର୍ଥୀ ୧୬ ହଜାର ୧୭୭ ଓ ଏସ୍‌ଏଫଆଇ-ଏଆଇଏସ୍‌ଏ ପ୍ରାର୍ଥୀ ୯,୫୩୫ ଖଣ୍ଡ ଭୋଟ୍ ପାଇଥିଲେ।

ଏବିଭିପିର ଦୀପିକା ଝା ୨୧ ହଜାର ୮୨୫ ଖଣ୍ଡ ଭୋଟ୍ ପାଇ ଯୁଗ୍ମ-ସଂପାଦକ ପଦ ଜିତିଥିବା ବେଳେ ଏନ୍‌ଏସ୍‌ୟୁଆଇ ପ୍ରାର୍ଥୀ ୧୭ ହଜାର ୩୮୦ ଓ ଏସ୍‌ଏଫଆଇ-ଏଆଇଏସ୍‌ଏ ପ୍ରାର୍ଥୀ ୮,୪୨୫ ଖଣ୍ଡ ଭୋଟ୍ ପାଇଥିଲେ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ହୋଇଥିବା ଆର୍ଯ୍ୟନ ମାନଙ୍କ ଘର ହରିୟାଣାର ବାହାଦୂରଗଡ଼ରେ। ସେ ହଂସରାଜ କଲେଜରେ ସ୍ନାତକ କରିଥିଲେ। ଏବେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଲାଇବ୍ରେରୀ ସାଇନ୍ସରେ ଏମ୍‌ଏ କରୁଛନ୍ତି। ବିଗତ ବର୍ଷଗୁଡ଼ିକରେ ସେ ଏବିଭିପି ନେତୃତ୍ୱରେ ହୋଇଥିବା ଅନେକ ଛାତ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ। ସେ ଜଣେ ଭଲ ଫୁଟବଲ୍ ଖେଳାଳି ମଧ୍ୟ।

ABVP NSUI dusu