Advertisment

ଡ୍ରାଇଭରଙ୍କ ଆଖି ଲାଗିବାରୁ ଓଲଟିଲା ବସ୍‌, ୩୦ ଆହତ

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଘଟିଗଲା ଅଘଟଣ। ରାସ୍ତା ଉପରୁ ଯାତ୍ରୀବାହୀ ବସ୍‌ ଓଲଟି ତଳକୁ ଖସି ପଡ଼ିଲା। ଏଥିରେ ପ୍ରାୟ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Hospital

Hospital

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଘଟିଗଲା ଅଘଟଣ। ରାସ୍ତା ଉପରୁ ଯାତ୍ରୀବାହୀ ବସ୍‌ ଓଲଟି ତଳକୁ ଖସି ପଡ଼ିଲା। ଏଥିରେ ପ୍ରାୟ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତ ଛତିଶଗଡ଼ ବାସିନ୍ଦା ବୋଲି ଜଣାଯାଇଛି। ସେମାନେ ବୈଷ୍ଣୋ ଦେବୀ ଦର୍ଶନ ସାରି ଫେରୁଥିବା ବେଳେ ଏହି ଅଘଟଣ ଆଜି ଭୋରରୁ ଉତ୍ତରପ୍ରଦେଶର ଫରୋଜାବାଦରେ ଘଟିଛି।

Advertisment

ଛତିଶଗଡ଼ରୁ ପ୍ରାୟ ୫ ଯାତ୍ରୀ ଏକ ବସ୍‌ରେ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଇଥିଲେ। ସେଠାରୁ ଦର୍ଶନ ସାରି ସେମାନେ ଉତ୍ତରପ୍ରଦେଶର ବୃନ୍ଦାବନ ଯାଇଥିଲ। ସେଠାରୁ ଗତ ରାତିରେ ବସ୍‌ଟି ଛତିଶଗଡ଼ ଅଭିମୁଖେ ବାହାରିଥିଲେ।

ମାତ୍ର ଆଜି ଭୋର ସମୟରେ ଡ୍ରାଇଭରଙ୍କ ଆଖି ଲାଖିଯିବାରୁ ସେ ବସ୍‌ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏହାପରେ ଭାରସାମ୍ୟ ହରାଇ ଗାଡ଼ିଟି ତଳେ ଓଲଟି ପଡ଼ିଥିଲେ।

Advertisment

ତୁରନ୍ତ ସ୍ଥାନୀୟ ଲୋକେ ପହଞ୍ଚି ପୁଲିସ୍‌ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣରୁ ଅଧିକ ଆହତ ହୋଇଥିବା ଜଣାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Accident Uttar Pradesh