Advertisment

ଦୁର୍ଘଟଣାରେ ୨ ମୃତ ୨୬ ଜଣ ଆହତ

ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।

author-image
Tapas Behera
undefined

accident

ମସୁରୀ-ଡେରାଡୁନ୍ ରାସ୍ତାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ନିୟନ୍ତ୍ରଣ ହରାଇ ଏକ ବସ୍ ଖାଲକୁ ଖସିପଡ଼ିଛି। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବସ୍ ଚାଳକଙ୍କ ସମେତ ୨୬ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ମସୁରୀ ପୁଲିସ କହିଛି ଯେ, ‘‘ଭାରତ-ତିବ୍ଦତୀୟ ସୀମା ପୁଲିସ(ଆଇଟିବିପି) ସହାୟତାରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।’’ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଆଇଟିବିପି ଯବାନମାନେ ବସ୍‌ରୁ ୨୬ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୁଲିସ ଏହା ମଧ୍ୟ କହିଛି ଯେ, ‘‘୨ ଜଣ ଝିଅଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏଥିସହ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Accident