Advertisment

ଝୁମ୍ପୁଡ଼ି ଉପରେ ଓଲଟି ପଡ଼ିଲା ଟ୍ରକ୍‌, ଚାଲିଗଲା ୪ ଜୀବନ

ଟ୍ରକ୍‌ଟି ଦ୍ରୁତ ଗତିରେ ଆସୁଥିବା ବେଳେ ରାତି ପ୍ରାୟ ୩ଟାରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍‌ଟି ଖୁବ୍‌ ଜୋରରେ ଘର ଉପରେ ଓଲଟି ପଡ଼ିଥିଲା।

Accident

Accident

Advertisment

ଉତ୍ତରପ୍ରଦେଶରର ରାଜଧାନୀ ଲକ୍ଷ୍ନୌରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ରାସ୍ତା ପାର୍ଶ୍ୱରେ ଥିବା ଝୁମ୍ପୁଡ଼ି ଉପରେ ଓଲଟି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ଗୋଟିଏ ପରିବାରର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇ ଶିଶୁ ଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଜଣେ ୭ ବର୍ଷୀୟା ନାବାଳିକା ବର୍ତ୍ତି ଯାଇଛନ୍ତି। ଗତ ରାତି ପ୍ରାୟ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି।

Advertisment

ଟ୍ରକ୍‌ଟି ଦ୍ରୁତ ଗତିରେ ଆସୁଥିବା ବେଳେ ରାତି ପ୍ରାୟ ୩ଟାରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍‌ଟି ଖୁବ୍‌ ଜୋରରେ ଘର ଉପରେ ଓଲଟି ପଡ଼ିଥିଲା। ଫଳରେ ଉକ୍ତ ସମୟରେ ଘରେ ଶୋଇଥିବା ବାପାମା’ ଓ ୩ ଛୁଆ ତା’ ତଳ ରହି ଯାଇଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ଟ୍ରକ୍‌ ତଳୁ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ମାତ୍ର ସେଠାରେ ଡାକ୍ତର ବାପାମା’ ଓ ଦୁଇ ଛୁଆଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣେ ଝିଅ ସାମାନ୍ୟ ଆହତ ହୋଇଛି। ସେ ସୁରକ୍ଷିତ ଥିବା ଜଣାଯାଇଛି।

Advertisment

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିବା ସହ ଟ୍ରକ୍‌ ଡ୍ରାଇଭରଙ୍କ ସମେତ ୨ ଜଣଙ୍କୁ ବାନ୍ଧିଛି। ସମଗ୍ର ପରିବାରକୁ ହରାଇ ନାବାଳିକାଜଣକ ଏକୁଟିଆ ହୋଇ ଯାଇଥିବା ବେଳେ ସେ ଏବେ କିପରି ବଞ୍ଚିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Accident Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe