Advertisment

ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା ବିଲ୍ଡିଂ, ଚାପି ହୋଇଛନ୍ତି ବହୁ ଲୋକ

ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ହେଉଥିବା ବେଳେ ଭୁଶୁଡ଼ିଲା ବିଲ୍ଡିଂ । ଆଉ ଏହା ତଳେ ଚାପି ହୋଇ ଯାଇଛନ୍ତି ବହୁ ଲୋକ ।

building collapesed

building collapesed

Advertisment

ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ହେଉଥିବା ବେଳେ ଭୁଶୁଡ଼ିଲା ବିଲ୍ଡିଂ । ଆଉ ଏହା ତଳେ ଚାପି ହୋଇ ଯାଇଛନ୍ତି ବହୁ ଲୋକ । ଏପରି ଏକ ଅଘଟଣ ଆଜି ସକାଳେ ଘଟିଛି।

Advertisment

ଖବର ପାଇ ଦିଲ୍ଲୀ ଅଗ୍ନିଶମ ବିଭାଗର ୫ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ଏହାପରେ ତୁରନ୍ତ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ । ଉକ୍ତ ସମୟରେ ବହୁ ଲୋକ ବିଲ୍ଡିଂରେ ଥିବା ବେଳେ ସେମାନେ ତା’ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କାହାକୁ ଉଦ୍ଧାର କରାଯାଇ ପାରି ନ ଥିବା ଜଣାଯାଇଛି।

ଗତ ମାସରେ ବି ରାଜଧାନୀ ଦିଲ୍ଲୀରେ ଏପରି ଏକ ଘଟଣା ଘଟିଥିଲା। ପୁନଃନିର୍ମାଣ ନିମନ୍ତେ ନଷ୍ଟ କରାଯାଉଥିବା କିଛି ବିଲ୍ଡିଂ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ।

Advertisment
Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe