Advertisment

ରାମ ନବମୀରେ ଅଘଟଣ, ଦର୍ଶନ ବେଳେ କୂଅରେ ଗଳି ପଡ଼ିିଲେ ୨୫ରୁ ଅଧିକ ଶ୍ରଦ୍ଧାଳୁ

୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହରୁ ଅନେକ ଲୋକ ଫଶି ରହିଥିବା କୁହାଯାଉଛି।

author-image
Madhupriya Mistry
undefined

Accident on Ramnavami

ରାମ ନବମୀ ଅବସରରେ ଘଟିଲା ବଡ଼ ଦୁର୍ଘଟଣା। ମଧ୍ୟପ୍ରଦେଶ ଇନ୍ଦୋର ପଟେଲ ନଗର ନିକଟରେ ଥିବା ବେଲେଶ୍ୱର ମହାଦେବଙ୍କ ଝୁଲେଲାଲ ମନ୍ଦିରରେ ଛାତ ଭୁଶୁଡିବା ଯୋଗୁଁ କୂଅରେ ଗଳି ପଡିଲେ ଶ୍ରଦ୍ଧାଳୁ। ଏଠାରେ ଥିବା ଏକ ବଡ କୂଅ ଉପରେ ଚଢି ଶ୍ରଦ୍ଧାଳୁମାନେ ଶ୍ରୀରାମଙ୍କ ଦର୍ଶନ କରୁଥିବା ବେଳେ ଛାତ ଭୁଶୁଡିବା ଯୋଗୁ ୨୫ରୁ ଅଧିକ ଲୋକ  କୂଅ ଭିତରକୁ ଗଳି ପଡିଛନ୍ତି। 

Advertisment

ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି। ଏଯାଏଁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହରୁ ଅନେକ ଲୋକ ଫଶି ରହିଥିବା କୁହାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। 

ସୂଚନାନୁସାରେ, ରାମ ନବମୀ ଅବସରରେ ମନ୍ଦିରରେ ହୋମଯଜ୍ଞ ଚାଲିଥିଲା। ଏଥିରେ ସାମିଲ ହେବା ପାଇଁ ମନ୍ଦିରର ଏକ ପୁରୁଣା ଛାତ ଉପରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ତେବେ ଛାତ ଅଧିକ ଲୋକଙ୍କ ଭାର ବହନ କରିପାରି ନ ଥିଲା। ଦୁର୍ଘଟଣା ପରେ ମଧ୍ୟ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ଘଟଣାସ୍ଥଳରେ ପହଞ୍ଚିପାରି ନ ଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଆମ୍ବୁଲାନ୍ସ ପହଞ୍ଚିବା ପରେ ଉଦ୍ଧାର ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୂଅର ଗଭୀରତା ୫୦ ଫୁଟ୍ ଥିବା କୁହାଯାଉଛି।

Advertisment

ସେପଟେ ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରତିକ୍ରିୟା ରଖିଛନ୍ତି। ଏଯାଏଁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ୯ରୁ ଅଧିକ ଲୋକେ କୂଅ ଭିତରେ ଫଶି ରହିଛନ୍ତି। ସେମାନଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୂରା ସ୍ଥିତି ଉପରେ ନଜର ରଖାଯାଇଛି । ଇନ୍ଦୋର ଜିଲ୍ଲାପାଳ ଓ କମିଶନରଙ୍କୁ ଉଦ୍ଧାର କାର୍ଯ୍ୟକୁ ଜୋର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 

Accident Ram Navami