ଘଣ୍ଟା ପ୍ରତି ୩ଶହ କିମି ବେଗରେ ବାଇକ୍ ଛୁଟାଉଥିଲେ ୟୁଟ୍ୟୁବର। ଏହାର ଭିଡିଓ କରୁଥିବା ବେଳେ ଅଧିକ ବେଗରେ ଗାଡ଼ି ନ ଚଲାଇବାକୁ ପରାମର୍ଶ ବି ଦେଉଥିଲେ। ହେଲେ ଭିଡିଓ କରୁ କରୁ ଚାଲିଗଲା ଜୀବନ । ଅଧିକ ବେଗରେ ଥିବା ବାକ୍ଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବାରୁ ଘଟଣାସ୍ଥଳରେ ହିଁ ଚାଲିଗଲା ୟୁ-ଟ୍ୟୁବରଙ୍କ ଜୀବନ ।
ଏପରି ଏକ ଦୁଃଖଦ ଘଟଣା ଉତ୍ତରପ୍ରଦେଶର ଆଲିଗଡ଼ର ୟମୁନା ଏକ୍ସପ୍ରେସରେ ଘଟିଛି। ମୃତକ ହେଲେ ଦିଲ୍ଲୀର ୟୁଟ୍ୟୁବର ଅଗସ୍ତ୍ୟ ଚୌହାନ । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଅଗସ୍ତ୍ୟ ଜଣେ ୟୁଟ୍ୟୁବର ହୋଇଥିବା ବେଳେ ତାଙ୍କର ବହୁତ ଫଲୋଅର ଅଛନ୍ତି। ସେ ପ୍ରଫେସନାଲ ବାଇକ୍ର ଫିଚର ସମ୍ପର୍କରେ ନିଜ ଚ୍ୟାନେଲରେ ଭିଡିଓ ଅପଲୋଡ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ସେ ଏକ ସ୍ପିଡ ବାଇକ୍ ଉପରେ ଭିଡିଓ ପ୍ରସ୍ତୁତ କରୁଥିଲେ।
ଏଥିନିମନ୍ତେ ସେ ନିଜେ ଗାଡ଼ି ଚଳାଉଥିବା ବେଳେ ତାହାର ଭିଡିଓ ପ୍ରସ୍ତୁତ କରୁଥିଲେ। ଫଳରେ ଗାଡ଼ି ଉପରେ ତାଙ୍କର ନିୟନ୍ତ୍ରଣ ନ ରହିବାରୁ ତାହା ଯମୁନା ଏକ୍ସପ୍ରେସରେ ଡିଭାଇଡରରେ ପିଟି ହୋଇ ଯାଇଥିଲା। ମାତ୍ର ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ହେଲମେଟ ପିନ୍ଧିଥିବା ସତ୍ତ୍ୱେ ଅଗସ୍ତ୍ୟଙ୍କ ମୁଣ୍ଡରେ ଗମ୍ଭୀର ଚୋଟ ଲାଗିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।