Advertisment

ସ୍ପିଡ ବାଇକ୍‌ ଚଲାଇ ଭିଡିଓ କରୁଥିଲେ ୟୁ ଟ୍ୟୁବର, ଦୁର୍ଘଟଣାରେ ଗଲା ଜୀବନ

ଘଣ୍ଟା ପ୍ରତି ୩ଶହ କିମି ବେଗରେ ବାଇକ୍‌ ଛୁଟାଉଥିଲେ ୟୁଟ୍ୟୁବର। ଏହାର ଭିଡିଓ କରୁଥିବା ବେଳେ ଅଧିକ ବେଗରେ ଗାଡ଼ି ନ ଚଲାଇବାକୁ ପରାମର୍ଶ ବି ଦେଉଥିଲେ। ହେଲେ ଭିଡିଓ କରୁ କରୁ ଚାଲିଗଲା ଜୀବନ ।

You tuber

You tuber

Advertisment

ଘଣ୍ଟା ପ୍ରତି ୩ଶହ କିମି ବେଗରେ ବାଇକ୍‌ ଛୁଟାଉଥିଲେ ୟୁଟ୍ୟୁବର। ଏହାର ଭିଡିଓ କରୁଥିବା ବେଳେ ଅଧିକ ବେଗରେ ଗାଡ଼ି ନ ଚଲାଇବାକୁ ପରାମର୍ଶ ବି ଦେଉଥିଲେ। ହେଲେ ଭିଡିଓ କରୁ କରୁ ଚାଲିଗଲା ଜୀବନ । ଅଧିକ ବେଗରେ ଥିବା ବାକ୍‌ଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବାରୁ ଘଟଣାସ୍ଥଳରେ ହିଁ ଚାଲିଗଲା ୟୁ-ଟ୍ୟୁବରଙ୍କ ଜୀବନ ।

Advertisment

ଏପରି ଏକ ଦୁଃଖଦ ଘଟଣା ଉତ୍ତରପ୍ରଦେଶର ଆଲିଗଡ଼ର ୟମୁନା ଏକ୍ସପ୍ରେସରେ ଘଟିଛି। ମୃତକ ହେଲେ ଦିଲ୍ଲୀର ୟୁଟ୍ୟୁବର ଅଗସ୍ତ୍ୟ ଚୌହାନ । ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅଗସ୍ତ୍ୟ ଜଣେ ୟୁଟ୍ୟୁବର ହୋଇଥିବା ବେଳେ ତାଙ୍କର ବହୁତ ଫଲୋଅର ଅଛନ୍ତି। ସେ ପ୍ରଫେସନାଲ ବାଇକ୍‌ର ଫିଚର ସମ୍ପର୍କରେ ନିଜ ଚ୍ୟାନେଲରେ ଭିଡିଓ ଅପଲୋଡ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ସେ ଏକ ସ୍ପିଡ ବାଇକ୍‌ ଉପରେ ଭିଡିଓ ପ୍ରସ୍ତୁତ କରୁଥିଲେ।

Advertisment

ଏଥିନିମନ୍ତେ ସେ ନିଜେ ଗାଡ଼ି ଚଳାଉଥିବା ବେଳେ ତାହାର ଭିଡିଓ ପ୍ରସ୍ତୁତ କରୁଥିଲେ। ଫଳରେ ଗାଡ଼ି ଉପରେ ତାଙ୍କର ନିୟନ୍ତ୍ରଣ ନ ରହିବାରୁ ତାହା ଯମୁନା ଏକ୍ସପ୍ରେସରେ ଡିଭାଇଡରରେ ପିଟି ହୋଇ ଯାଇଥିଲା। ମାତ୍ର ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ହେଲମେଟ ପିନ୍ଧିଥିବା ସତ୍ତ୍ୱେ ଅଗସ୍ତ୍ୟଙ୍କ ମୁଣ୍ଡରେ ଗମ୍ଭୀର ଚୋଟ ଲାଗିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା।

Road Accident Deadbody Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe