Advertisment

ରାମ ନବମୀ ହିଂସା ପଛରେ ହ୍ୱାଟସଆପ୍‌ରେ ଫେକ୍‌ ନ୍ୟୁଜର ପ୍ରଚାର

ବିହାରର ନାଳନ୍ଦା ଜିଲ୍ଲା ଅନ୍ତର୍ଗତ ଶରିଫ ସହରରେ ରାମ ନବମୀ ଶୋଭାଯାତ୍ରା ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏହି ଘଟଣାରେ ପୁଲିସ୍‌ ରବିବାର ଆଉ ଜଣଙ୍କୁ ଗିରଫ କରିଛି। ବିହାର ପୁଲିସ୍‌ର ଅର୍ଥନୀତିକ ଅପରାଧ ୟୁନିଟ(EOU)ପକ୍ଷରୁ ଏପରି ଗିରଫଦାରୀ କରାଯାଇଛି।

Bihar

Bihar

Advertisment

ରାମ ନବମୀରେ ଦେଶର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ପ୍ରକାରର ସାଂପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା। ବିହାର ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ଦୁଇ ସଂପ୍ରଦାୟର ଲୋକ ବ୍ୟାପକ ପୋଡ଼ାଜଳା କରିଥିଲେ। ତେବେ ବିହାରରେ ଘଟିଥିବା ରାମ ନବମୀ ହିଂସା ପଛରେ ଥିବା କାରଣ ସମ୍ପର୍କରେ ପୁଲିସ୍‌ ସୂଚନା ଦେଇଛି। କିଛି ଲୋକ ହ୍ୱାଟସଆପ୍‌ ଗ୍ରୁପ୍‌ରେ ଫେକ୍‌ ନ୍ୟୁଜର ପ୍ରଚାର କରିବାରୁ ବ୍ୟାପକ ହିଂସା କାଣ୍ଡ ଘଟିଥିବା ପୁଲିସ କହିଛି।

Advertisment

ବିହାରର ନାଳନ୍ଦା ଜିଲ୍ଲା ଅନ୍ତର୍ଗତ ଶରିଫ ସହରରେ ରାମ ନବମୀ ଶୋଭାଯାତ୍ରା ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏହି ଘଟଣାରେ ପୁଲିସ୍‌ ରବିବାର ଆଉ ଜଣଙ୍କୁ ଗିରଫ କରିଛି। ବିହାର ପୁଲିସ୍‌ର ଅର୍ଥନୀତିକ ଅପରାଧ ୟୁନିଟ(EOU)ପକ୍ଷରୁ ଏପରି ଗିରଫଦାରୀ କରାଯାଇଛି।

EOU ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୨ ଜଣ ଅଭିଯୁକ୍ତ ନିଜ ଆଡ଼ୁ ଆତ୍ମସମର୍ପଣ କରିଛନ୍ତି। EOU ଏବେ ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ହିଂସା ପଛରେ ଥିବା ଅନ୍ୟମାନଙ୍କୁ ଗିରଫ କରିବାର ଲକ୍ଷ୍ୟ ରଖିଛି।

Advertisment

ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶ(ଏଡିଜି) ଜେଏସ୍‌ ଗଙ୍ଗୱାର କହିଛନ୍ତି, EOU ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ହ୍ୱାଟସଆପ ଗ୍ରୁପ ଖୋଲିଥିଲେ ଓ ଏହି ଗ୍ରୁପ୍‌ ଜରିଆରେ ଫେକ ନ୍ୟୁଜର ପ୍ରଚାର କରିଥିଲେ। ଦୁଇ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବା ପାଇଁ ସେମାନେ ଫେକ୍‌ ନ୍ୟୁଜର ପ୍ରଚାର କରିଥିଲେ।

ଏଥିସହ ଅଭିଯୁକ୍ତମାନେ ଲୋକମାନଙ୍କୁ ଫେକ ଭିଡିଓ ମେସେଜ ବିଭିନ୍ନ ସଂପ୍ରଦାୟ ବିରୋଧରେ ପ୍ରଚାର କରିବା ପାଇଁ ଉସକାଉଥିଲେ। EOU ଅଭିଯୁକ୍ତମାନଙ୍କ ଠାରୁ ୫ଟି ମୋବାଇଲ ଜବତ କରି ଅଧିକ ତଦନ୍ତ କରୁଛି। ନାଳନ୍ଦା ଓ ସାସାରାମରେ ସାଂପ୍ରଦାୟିକ ହିଂସାକାଣ୍ଡକୁ ଉସକାଇବା ପାଇଁ କେଉଁମାନେ ବିଭିନ୍ନ ସୋଶାଲ ମିଡିଆ ପ୍ଲାଟଫର୍ମର ବ୍ୟବହାର କରିଥିଲେ, ସେମାନଙ୍କୁ ମଧ୍ୟ EOU ଖୋଜୁଛି।

ଏପ୍ରିଲ ୮ରେ EOU ୧୫ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଏମାନଙ୍କ ମଧ୍ୟରେ ଥିବା ୫ ଜଣଙ୍କୁ ଗିରଫ କରାଯାଇଛି। ହ୍ୱାଟସଆପ୍‌ ଗ୍ରୁପରେ କେଉଁମାନେ ସବୁ ରହିଛନ୍ତି, ତା’ର ଯାଞ୍ଚ କରାଯାଉଛି। ଆଗକୁ ଆହୁରି ଗିରଫଦାରୀ ହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ସାଂପ୍ରଦାୟିକ ହିଂସା ଯୋଗୁ ଅଶାନ୍ତ ହୋଇ ପଡ଼ିଥିଲା ନାଳନ୍ଦା ଓ ସାସାରାମରେ ସ୍ଥିତି ବର୍ତ୍ତମାନ ସ୍ୱାଭାବିକ ହୋଇଛି। ପୁଲିସ୍‌ ସିସିଟିଭି ଫୁଟେଜକୁ ଯାଞ୍ଚ କରି ବିଶୃଙ୍ଖଳାକାରୀଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛି। ପୁଲିସ୍‌ ସୋଶାଲ ମିଡିଆ ଉପରେ ମଧ୍ୟ ନଜର ରଖିଛି।

Ram Navami Communal Violence Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe