Advertisment

ଦୂତାବାସ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଖଲିସ୍ତାନୀ ସପକ୍ଷବାଦୀ ଅମୃତପାଲ ସିଂହକୁ ଏନଆଇଏ ଗିରଫ କରିବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

London

London

Advertisment

ଲଣ୍ଡନରେ ଥିବା ଭାରତୀୟ ଦୂତବାସ ଉପରେ ଗତବର୍ଷ ହୋଇଥିବା ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ବଡ଼ ସଫଳତା ମିଳିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି।

Advertisment

ଖଲିସ୍ତାନୀ ସପକ୍ଷବାଦୀ ଅମୃତପାଲ ସିଂହକୁ ଏନଆଇଏ ଗିରଫ କରିବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଗିରଫଦାରୀ ବିରୋଧରେ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏତିକି ବେଳେ ଦୂତାବାସରେ ଆକ୍ରମଣ କରାଯାଇଥିଲା।

ଏବେ ଏହି ଘଟଣାରେ ବ୍ରିଟେନର ହୋନସ୍ଲୋରେ ରହୁଥିବା ଖଲିସ୍ତାନୀ ସପକ୍ଷବାଦୀ ଇନ୍ଦ୍ରପାଲ ସିଂହ ଗାବା ଗିରଫ ହୋଇଛି। ୨୦୨୩ ମାର୍ଚ୍ଚ ୨୨ ତାରିଖ ଘଟଣା ପାଇଁ ତାକୁ ୟୁଏପିଏ ବଳରେ ଗିରଫ କରାଯାଇଛି।

Advertisment

୨୦୨୩ ମାର୍ଚ୍ଚ ୧୮ ତାରିଖରେ ପଞ୍ଜାବ ପୁଲିସ ପ୍ରଥମେ ଅମୃତପାଲ ସିଂହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହାର ପ୍ରତିବାଦରେ ଦୂତାବାସ ଉପରେ ଆକ୍ରମଣ କରାଯାଇଥିଲା। ମାର୍ଚ୍ଚ ୧୯ ଓ ମାର୍ଚ୍ଚ ୨୨ରେ ଘଟିଥିବା ଘଟଣା ପଛରେ ସାଂଘାତିକ ଷଡ଼ଯନ୍ତ୍ର ରହିଥିଲା। ଭାରତୀୟ ଦୂତାବାସ ଓ ଏହାର କର୍ମଚାରୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଖଲିସ୍ତାନୀ ସପକ୍ଷବାଦୀମାନେ ଷଡ଼ଯନ୍ତ୍ର କରିଥିଲେ ବୋଲି ଏନଆଇଏ କହିଛି।

ଇନ୍ଦ୍ରପାଲକୁ ଲଣ୍ଡନରେ ଗିରଫ କରାଯାଇଛି। କାଗଜପତ୍ର କାମ ପରେ ତା’କୁ ଭାରତ ଅଣାଯିବ। ତେବେ ଏ ସମ୍ପର୍କରେ ଏନଆଇଏ ପକ୍ଷରୁ କୌଣସି ପ୍ରକାରର ବିସ୍ତୃତ ସୂଚନା ଦିଆଯାଇ ନାହିଁ।

Khalistan London
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe