Advertisment

ଉମେଶ ପଲଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତକୁ ଏନକାଉଣ୍ଟର

ଏହି ଘଟଣା ଉତ୍ତରପ୍ରଦେଶରେ ହଟଚମଟ ସୃଷ୍ଟି କରିଥିଲା।

author-image
Tapas Behera
The encounter occurred in Nehru Park

The encounter occurred in Nehru Park

ଜଣେ ବିଧାୟକଙ୍କୁ ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀ ଥିବା ଉମେଶ ପଲଙ୍କୁ ହତ୍ୟା କରାଯିବା ଘଟଣା ଉତ୍ତରପ୍ରଦେଶରେ ହଟଚମଟ ସୃଷ୍ଟି କରିଥିଲା। ଏହି ଘଟଣାକୁ ନେଇ ରାଜ୍ୟ ବିଧାନସଭାରେ ମଧ୍ୟ ଆରୋପ-ପ୍ରତ୍ୟାରୋପ ହୋଇଥିଲା। ତେବେ ଉକ୍ତ ଘଟଣାରେ ଉମେଶଙ୍କ ହତ୍ୟା ଅଭିଯୁକ୍ତକୁ ଏନ୍‌କାଉଣ୍ଟର କରାଯାଇଛି। ପୁଲିସ ଗୁଳିରେ ତାଙ୍କର ମୃତ୍ୟୁ ଘଟିଛି।

Advertisment

ଉତ୍ତରପ୍ରଦେଶ ପୁଲିସର ସ୍ପେଶାଲ ଅପରେସନ୍‌ ଗ୍ରୁପ୍ ଏବଂ ଜିଲ୍ଲା ପୁଲିସ ଅଭିଯୁକ୍ତ ନେହେରୁ ପାର୍କରେ ଆରବାଜ ନାମକ ଅଭିଯୁକ୍ତଙ୍କୁ ଗୁଳି ଚଳାଇଥିଲା। ମୃତକ ଅଭିଯୁକ୍ତ ହେଲେ ଅରବାଜତତ। ପୁଲିସ ତାଙ୍କୁ ପ୍ରୟାଗରାଜର ନେହରୁ ପାର୍କ ନିକଟରେ ଏନକାଉଣ୍ଟର କରିଛି।

୨୦୦୫ରେ ବିଏସପି ବିଧାୟକ ରାଜୁ ପାଲ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପଲ। ଶୁକ୍ରବାର ସନ୍ଧ୍ୟାରେ ପ୍ରୟାଗରାଜସ୍ଥିତ ତାଙ୍କ ବାସଭବନରେ ହତ୍ୟା କରାଯାଇଥିଲା। ପ୍ରୟାଗରାଜରେ ନିଜ କାର ହୁଣ୍ଡାଇ କ୍ରେଟା ଏସୟୁଭିରୁ ବାହାରୁଥିବା ବେଳେ ତାଙ୍କୁ ଗୁଳି କରାଯାଥିଲା। ଉମେଶ ପଲଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ। ଘଟଣା ଘଟିବା ପରେ ପୁଲିସ କମିସନର୍‌ ରମିତ ଶର୍ମା ସାମ୍ବାଦିକମାନଙ୍କୁ କହିଥିଲେ ଯେ, ଶୁକ୍ରବାର ସନ୍ଧ୍ୟାରେ ଉମେଶ ପାଲ୍‌ଙ୍କ ଉପରକୁ ଦୁଇଟି ଦେଶୀ ବୋମା ଫିଙ୍ଗାଯିବା ସହିତ ପିସ୍ତଲରୁ ଗୁଳି ମରାଯାଇଥିଲା। ସେତେବେଳେ ଉମେଶ ତାଙ୍କ ବାସଭବନ ବାହାରେ ଥିଲେ। ତାଙ୍କ ସୁରକ୍ଷା ନିମନ୍ତେ ସରକାରଙ୍କଦ୍ବାରା ନିୟୋଜିତ ଦୁଇଜଣ ବନ୍ଧୁକଧାରୀ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଥିଲେ। ଦୁହିଁଙ୍କ ମଧ୍ୟରୁ ସନ୍ଦୀପ ନିଶାଦ ନାମକ ବନ୍ଧୁକଧାରୀ ଆହତ ହୋଇ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ବହୁଜନ ସମାଜ ପାର୍ଟି’ର ବିଧାୟକ ରାଜୁ ପଲ୍‌ଙ୍କୁ ୨୦୦୫ରେ ହତ୍ୟା କରାଯାଇଥିଲା। ତାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ମାଫିଆରୁ ରାଜନେତା ହୋଇଥିବା ଅତୀକ ଅହମଦ୍‌। ସମ୍ପ୍ରତି ସେ ଗୁଜରାଟ ଜେଲ୍‌ରେ ଅଛନ୍ତି। ଏହି ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ। ବୋମମାଡ଼ ଓ ଗୁଳି ଚୋଟରେ ସାଙ୍ଘାତିକ ଆହତ ଉମେଶ ପାଲ୍‌ଙ୍କୁ ତୁରନ୍ତ ‘ସ୍ବରୂପରାଣୀ ନେହେରୁ ହସ୍ପିଟାଲ୍‌’କୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।