Advertisment

ସଂସଦ ସୁରକ୍ଷାରେ ତ୍ରୁଟି: ଗୃହ ବାହାରେ ନିଜକୁ ଜାଳିବାକୁ ପ୍ଲାନ୍‌ କରିଥିଲା ଅଭିଯୁକ୍ତ

ଏଥିଲାଗି ସେ ସ୍ୱତନ୍ତ୍ର ଭାବେ ଉପଲବ୍ଧ ଲୋଶନ୍‌(ଜେଲ୍‌) ମଧ୍ୟ କିଣିଥିଲା।

Accused-sagar-sharma

Accused-sagar-sharma

Advertisment

ସଂସଦର ସୁରକ୍ଷାରେ ତ୍ରୁଟି ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାରେ ଅଭିଯୁକ୍ତ ଥିବା ସାଗର ଶର୍ମା ସଂସଦ ଗୃହ ବାହାରେ ନିଜକୁ ନିଆଁ ଲଗାଇବାକୁ ଯୋଜନା କରିଥିବା ଶନିବାର ଜଣାପଡିଛି। ଏଥିଲାଗି ସେ ସ୍ୱତନ୍ତ୍ର ଭାବେ ଉପଲବ୍ଧ ଲୋଶନ୍‌(ଜେଲ୍‌) ମଧ୍ୟ କିଣିଥିଲା। କିନ୍ତୁ ଅନ୍‌ଲାଇନ୍‌ ପେମେଣ୍ଟ ହୋଇପାରି ନଥିଲା। ତେଣୁ ସେ ଏହି ପ୍ଲାନ୍‌କୁ ରଦ୍ଦ କରିଦେଇଥିଲା। ପୁଲିସ ପଚରାଉଚରା ବେଳେ ଖୋଦ୍‌ ଏହି କଥାକୁ ସ୍ୱୀକାର କରିଛି ସାଗର।

Advertisment

ଅଭିଯୁକ୍ତ ସାଗର ହେଉଛି ଲକ୍ଷ୍ନୌର ବାସିନ୍ଦା। ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ମାମଲାରେ ଦିଲ୍ଲୀ ପୁଲିସର ସ୍ପେଶାଲ ଟିମ୍‌ ଅଭିଯୁକ୍ତ ସାଗରକୁ ପଚରାଉଚରା କରୁଛି। ଏହି ପଚରାଉଚରା ବେଳେ ପୁଲିସ ଆଗରେ ନିଜର ସମସ୍ତ ପ୍ଲାନ ଉଗାରିଛି ଅଭିଯୁକ୍ତ ସାଗର।

ପୂର୍ବରୁ ତା'ର ଭିନ୍ନ ଯୋଜନା ଥିଲା। ସେ ପାର୍ଲାମେଣ୍ଟ ବାହାରେ ନିଜ ଦେହରେ ନିଆଁ ଲଗାଇଥାନ୍ତା। ହେଲେ କାରଣବଶତଃ ଏହି ଯୋଜନା ଭଣ୍ଡୁର ହୋଇଯାଇଥିଲା। ଯୋଜନା ମୁତାବକ ସେ ଲୋଶନ୍‌ ବା ଜେଲ୍‌ ଭଳି ଜିନିଷକୁ ଅନଲାଇନ୍‌ରେ କିଣିଥିଲା। ଏହାଦ୍ୱାରା ନିଆଁ ଲଗାଇଲେ ବି ଶରୀରକୁ କୌଣସି କ୍ଷତି ପହଞ୍ଚି ନ ଥାନ୍ତା। ହେଲେ ଅନଲାଇନ୍‌ ପେମେଣ୍ଟ ହୋଇ ନ ପାରିବାରୁ ଏହି ଜେଲ୍‌କୁ ସେ ଆଉ କିଣି ପାରିନଥିଲା। ଏହି କାରଣରୁ ପାର୍ଲାମେଣ୍ଟ ବାହାରେ ନିଜକୁ ନିଆଁ ଲଗାଇବା ଯୋଜନା ଡ୍ରପ୍‌ କରିବାକୁ ପଡ଼ିଥିଲା ବୋଲି ଅଭିଯୁକ୍ତ ସାଗର ପୁଲିସ ପଚରାଉଚରା ବେଳେ କହିଛି।

Advertisment

ସେପଟେ ପୂର୍ବରୁ ଲକ୍ଷ୍ନୌରେ ଥିବା ସାଗରର ଘରକୁ ପୁଲିସ ଛାନଭିନ୍‌ କରିଛି। ଏହି ସମୟରେ ଏକ ଡ଼ାଏରୀ ପୁଲିସ ହାତରେ ଲାଗିଛି। ଏଥିରେ 'ଘରୁ ବିଦା ନେବାର ସମୟ ପାଖେଇ ଆସୁଛି। ଗୋଟିଏ ପଟେ ଭୟ ଆଉ ଗୋଟିଏ ପଟେ କିଛି ବି କରିଯିବାର ସାହାସ ରହିଛି।' ବୋଲି ଏଥିରେ ଲେଖା ଅଛି। ୨୦୧୫ରୁ ୨୦୨୧ ଯାଏ ଏହି ଡାଏରୀରେ ଅନେକ କିଛି ଲେଖାଯାଇଛି।

ଉଲ୍ଲେଖଯୋଗ୍ୟ, ଦ୍ୱାଦଶ ପାସ୍‌ କରିଥିବା ଅଭିଯୁକ୍ତ ସାଗର ସେନାରେ ସାମିଲ ହେବାକୁ ଚାହୁଁଥିଲା। ଏଥିଲାଗି ସେ ଚେଷ୍ଟା ମଧ୍ୟ କରିଥିଲେ ହେଁ ବିଫଳ ହୋଇଥିଲା। ଏହାପରେ ସେ ବେଙ୍ଗାଲୁରୁ ଯାଇ କିଛି ବର୍ଷ ରହିଥିଲା। କିଛି ମାସ ପୂର୍ବରୁ ଘରକୁ ଫେରିଥିଲା। ନିଜର ଗୁଜରାଣ ମେଣ୍ଟାଇବାକୁ ସେ ଇ-ରିକ୍ସା ଚଳାଉଥିଲା।

ସାଗର ହେଉଛି ସେହି ବ୍ୟକ୍ତି ଯିଏ ୨୦୨୩ ଡିସେମ୍ବର ୧୩ ତାରିଖ ଦିନ ସଂସଦ ଗୃହରେ ଦର୍ଶକମାନଙ୍କ ମଞ୍ଚରୁ ଡେଇଁ ବାଚସ୍ପତିଙ୍କ ପୋଡିୟମ ଆଡକୁ ଯାଇଥିଲା। ସେ ଏହି ସମୟ ଗୃହରେ ହଙ୍ଗାମା କରିବା ସହ କେନ୍‌ ସାହାଯ୍ୟରେ ହଳଦିଆ ଧୂଆଁ ଛାଡିଥିଲା। ଏଥିସହ ଗୃହ ଭିତରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲା।

Sagar Sharma Delhi Police Parliament Security Breach
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe