Advertisment

ନୂଆ ନିୟମ: ୭ ଦିନ ଭିତରେ ଦୋଷମୁକ୍ତ ପାଇଁ ଆବେଦନ, ଅଭିଯୁକ୍ତ ଫେରାର ଥିଲେ ବି ବିଚାର ହେବ

ନୂଆ ଆଇନରେ କିଛି ଆଖି ଦୃଶିଆ ପରିବର୍ତ୍ତନ କରାଯାଇଛି। ଯଦି ଜଣେ କିମ୍ବା ଏକରୁ ଅଧିକ ଲୋକ ଗୋଟିଏ ନିର୍ଦ୍ଦିଷ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ହେଉଛନ୍ତି, ତା’ହେଲେ ସେ ୭ ଦିନ ଭିତରେ ହିଁ ଦୋଷମୁକ୍ତ ପାଇଁ ଆବେଦନ କରିପାରିବେ।

ଅଦ୍ୟତନ ହୋଇଛି
IPC

IPC

Advertisment

ଦେଶରେ ପ୍ରଚଳିତ ଅପରାଧିକ ଆଇନରେ ହୋଇଛି ପରିବର୍ତ୍ତନ। ଏଣିକି ଦେଶରେ ଆଇପିସି, ସିଆରପିସି ଓ ଆଇଇଏ ବଦଳରେ ୩ ନୂଆ ଆଇନ ଲାଗୁ ହେବ। ୧୮୬୦ ମସିହାରୁ ପ୍ରଚଳିତ ଆଇପିସି ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା, ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ପ୍ରମାଣ ଆଇନ ୧୮୭୨ (ଆଇଇଏ) ବଦଳରେ ଭାରତୀୟ ସାକ୍ଷ୍ୟ ଆଇନ ଲାଗୁ କରାଯିବ। ଏ ସମ୍ପର୍କିତ ୩ଟି ଯାକ ବିଲ୍‌ ଲୋକସଭାରେ ପାରିତ ହୋଇଛି।

Advertisment

ନୂଆ ଆଇନରେ କିଛି ଆଖି ଦୃଶିଆ ପରିବର୍ତ୍ତନ କରାଯାଇଛି। ଯଦି ଜଣେ କିମ୍ବା ଏକରୁ ଅଧିକ ଲୋକ ଗୋଟିଏ ନିର୍ଦ୍ଦିଷ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ହେଉଛନ୍ତି, ତା’ହେଲେ ସେମାନେ ୭ ଦିନ ଭିତରେ ହିଁ ଦୋଷମୁକ୍ତ ପାଇଁ ଆବେଦନ କରିପାରିବେ। ସେହିପରି ଘଟଣା ପରେ ଯଦି ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି, ତା’ହେଲେ ସେମାନଙ୍କ ଅନୁପସ୍ଥିତିରେ ବି ମାମଲାର ବିଚାର କରାଯାଇ ଦଣ୍ଡ ଘୋଷଣା କରାଯାଇ ପାରିବ।

ଏ ସମ୍ପର୍କରେ ଲୋକସଭାରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏବେ ଦୋଷୀ ସାବ୍ୟସ୍ତ ହେଉଥିବା ଲୋକମାନେ ୭ ଦିନ ଭିତରେ ଦୋଷମୁକ୍ତ ପାଇଁ ଆବେଦନ କରିପାରିବେ। ପୂର୍ବରୁ ଗୋଟିଏ ମାମଲାରେ ୨୫ ଜଣ ଦୋଷୀ ସାବ୍ୟସ୍ତ ହେଉଥିବା ବେଳେ ସେମାନେ ପର୍ଯ୍ୟାୟକ୍ରମେ ରାୟ ବିରୋଧରେ ଆବେଦନ କରୁଥିଲେ। ତେଣୁ ମାମଲାର ବିଚାର ବର୍ଷ ବର୍ଷ ଧରି ଲମ୍ବୁଥିଲା।

Advertisment

କିନ୍ତୁ ଏବେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦୋଷମୁକ୍ତ ପାଇଁ ଆବେଦନ କରିବାକୁ ପଡ଼ିବ। ୭ ଦିନ ଭିତରେ ଆବେଦନ କରିବା ପରେ ବିଚାରପତି ସେହି ୭ ଦିନ ଭିତରେ ଏହାର ଶୁଣାଣି କରିବେ। ଏହି ମାମଲାର ବିଚାର ସର୍ବାଧିକ ୧୨୦ ଦିନ ଯାଏ ଚାଲି ପାରିବ। ପୂର୍ବରୁ ଆବେଦନ ପାଇଁ କୌଣସି ପ୍ରକାରର ସମୟସୀମା ନଥିଲା।

ଯଦି କୌଣସି ବ୍ୟକ୍ତି ୩୦ ଦିନ ମଧ୍ୟରେ ନିଜର ଅପରାଧକୁ ସ୍ୱୀକାର କରୁଛନ୍ତି, ତା’ହେଲେ ସେମାନଙ୍କୁ ଅପେକ୍ଷାକୃତ କମ ଦଣ୍ଡ ଦିଆଯିବ। ଟ୍ରାଏଲ ସମୟରେ ଦସ୍ତାବିଜ ଦାଖଲ କରିବା ପାଇଁ କୌଣସି ପ୍ରକାରର ସମୟସୀମା ନଥିଲା। କିନ୍ତୁ ଆମେ ଦସ୍ତାବିଜ ଦାଖଲ କରିବା ନିୟମକୁ ବାଧ୍ୟତାମୂଳକ କରିଛୁ। ସେହିପରି ୩୦ ଦିନ ମଧ୍ୟରେ ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ। ଏଥିରେ କୌଣସି ପ୍ରକାରର ବିଳମ୍ବ ଗ୍ରହଣ କରାଯିବ ନାହିଁ।

ପ୍ରଥମଥର ପାଇଁ ଅଭିଯୁକ୍ତର ଅନୁପସ୍ଥିତିରେ କେମିତି ମାମଲାର ଶୁଣାଣି ହେବ, ସେ ସମ୍ପର୍କରେ ବ୍ୟବସ୍ଥା କରାଯାଇଛି। ଏମିତି ଅନେକ ମାମଲା ରହିଛି, ଯାହା ପୂରା ଦେଶକୁ ଦୋହଲାଇ ଦେଇଛି। ମୁମ୍ବାଇ ବିସ୍ଫୋରଣ ଠାରୁ ଆରମ୍ଭ କରି ଏମିତି ଅନେକ ଘଟଣା ଘଟିଛି।

ଏପରି ବଡ଼ବଡ଼ ଘଟଣାରେ ସାମିଲ ଥିବା ଲୋକମାନେ ବିଦେଶରେ ରହିଛନ୍ତି। ତେଣୁ ମାମଲାର ଶୁଣାଣି ହୋଇପାରୁନି। ଏବେ ସେମାନଙ୍କୁ ଆଉ ଏଠାକୁ ଆସିବାର ଆବଶ୍ୟକ ନାହିଁ। କାରଣ ସେମାନଙ୍କ ଅନୁପସ୍ଥିତିରେ ମଧ୍ୟ ଶୁଣାଣି ହୋଇପାରିବ।

ଯଦି ସେମାନେ ୯୦ ଦିନ ଭିତରେ କୋର୍ଟରେ ହାଜର ନ ହେବେ, ତା’ହେଲେ ସେମାନଙ୍କ ଅନୁପସ୍ଥିତିରେ ଶୁଣାଣି ହେବ। ସେମାନଙ୍କ ପାଇଁ ଜଣେ ସରକାରୀ ଓକିଲ ନିଯୁକ୍ତ ହେବେ। ସେମାନଙ୍କୁ ଆଇନ ଅନୁସାରେ ଅନ୍ୟାନ୍ୟ ଦଣ୍ଡ ସହିତ ମୃତ୍ୟୁଦଣ୍ଡ ଦିଆଯିବାର ବିଧାନ କରାଯିବ। ଫେରାର ଅଭିଯୁକ୍ତଙ୍କୁ ସଜା ମିଳିଲେ, ସେମାନଙ୍କୁ ବିଦେଶରୁ ଆଣିବା ମଧ୍ୟ ସହଜ ହେବ ବୋଲି ଅମିତ ଶାହ କହିଛନ୍ତି।

IPC CrPC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe