Advertisment

Acid Attack: ଏସିଡ ଆଟାକ ମାମଲାରେ ନୂଆ ଟ୍ୱିଷ୍ଟ: ପୀଡ଼ିତାଙ୍କ ବାପାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଅଭିଯୁକ୍ତଙ୍କ ପତ୍ନୀ

ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଜିତେନ୍ଦ୍ର ପିଛା କରିବା ସହ ୨ ସହଯୋଗୀଙ୍କ ସହ ମିଶି ଏସିଡ ମାଡ଼ କରିଥିଲେ। ଏବେ ଯୁବତୀ ଜଣଙ୍କ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏସିଡ ମାଡ଼ରୁ ମୁହଁକୁ ରକ୍ଷା କରିବା ପାଇଁ ଛାତ୍ରୀ ଜଣଙ୍କ ନିଜର ଦୁଇ ହାତକୁ ଉଠା ଦେଇଥିଲେ। ତାଙ୍କର ୨ଟି ଯାକ ହାତର ଅଧିକାଂଶ ଅଂଶ ପୋଡ଼ି ଯାଇଛି।

Acid

ଏସିଡ ଆଟାକ ପୀଡ଼ିତା

Advertisment

ଦେଶର ରାଜଧାନୀ ଦିଲ୍ଲୀ(Delhi)ରେ ହୋଇଥିବା ଏସିଡ୍‌ ଆକ୍ରମଣ ଘଟଣାରେ ନୂଆ ଟ୍ୱିଷ୍ଟ। ଏସିଡ୍‌ ଆଟାକ ପୀଡ଼ିତାଙ୍କ ବାପାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ। ପୀଡ଼ିତାଙ୍କ ବାପା ତାଙ୍କୁ ଦୁଷ୍କର୍ମ କରିବା ସହ ବ୍ଲାକମେଲିଂ କରୁଥିବା ଅଭିଯୁକ୍ତ ଜିତେନ୍ଦ୍ରଙ୍କ ପତ୍ନୀ ଅଭିଯୋଗ ଦାଖଲ କରିବା ପରେ ହଇଚଇ ସୃଷ୍ଟି ହୋଇଛି। 

Advertisment

ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଜିତେନ୍ଦ୍ର ପିଛା କରିବା ସହ ୨ ସହଯୋଗୀଙ୍କ ସହ ମିଶି ଏସିଡ ମାଡ଼ କରିଥିଲେ। ଏବେ ଯୁବତୀ ଜଣଙ୍କ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ରବିବାର ଦିଲ୍ଲୀର ଅଶୋକ ବିହାର ସ୍ଥିତ ଲକ୍ଷ୍ମୀବାଈ କଲେଜ ନିକଟରେ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ୩ ଜଣ ବ୍ୟକ୍ତି ଅଟକାଇଥିଲେ। ଏମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ରଙ୍କ ସହ ତାଙ୍କର ଦୁଇ ସହଯୋଗୀ ଈଶାନ ଓ ଅରମାନ ମଧ୍ୟ ରହିଥିଲେ। ଏହାକୁ ନେଇ ସେଠାରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ୩ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ନିଜ ପାଖରେ ରଖିଥିବା ଏସିଡ୍‌କୁ ଛାତ୍ରୀଙ୍କ ଉପରକୁ ଫିଙ୍ଗି ଦେଇଥିଲେ।

ଏସିଡ ମାଡ଼(Acid Attack)ରୁ ମୁହଁକୁ ରକ୍ଷା କରିବା ପାଇଁ ଛାତ୍ରୀ ଜଣଙ୍କ ନିଜର ଦୁଇ ହାତକୁ ଉଠା ଦେଇଥିଲେ। ତେଣୁ ତାଙ୍କର ୨ଟି ଯାକ ହାତର ଅଧିକାଂଶ ଅଂଶ ପୋଡ଼ି ଯାଇଛି। ଈଶାନ ଏସିଡ ବୋତଲ ଆଣିଥିବା ବେଳେ ଅରମାନ ଏହାକୁ ଛାତ୍ରୀଙ୍କ ଉପରକୁ ଫିଙ୍ଗିଥିଲେ। 

Advertisment

ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ଓ ତାଙ୍କର ଦୁଇ ସହଯୋଗୀ ବାଇକରେ ଆସି ଛାତ୍ରୀଙ୍କୁ ଅଟକାଇଥିଲେ। ମୁଖ୍ୟ ଅଭିଯୁକ୍ତଙ୍କ ଘର ମୁକୁନ୍ଦପୁର ଅଞ୍ଚଳରେ। ସେଠାରେ ଛାତ୍ରୀ ଜଣଙ୍କ ମଧ୍ୟ ରୁହନ୍ତି। ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସହ ଈଶାନ ଓ ଅରମାନ ନାମକ ଆଉ ଦୁଇ ଜଣ ଯୁବକ ରହିଥିଲେ। 

ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଛାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୀଡ଼ିତା ଜଣଙ୍କ ଏବେ ବିପଦ ମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। 

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ଛାତ୍ରୀଙ୍କୁ ପ୍ରାୟ ଗୋଟିଏ ମାସ ହେଲା ପିଛା କରୁଥିଲେ। ଏବେ ସମସ୍ତେ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। 

ପୀଡ଼ିତାଙ୍କ ଭାଇ ଗଣମାଧ୍ୟମକୁ କହିଛନ୍ତି ଯେ “ମୁଁ ଜଣେ ଆକ୍ରମଣକାରୀକୁ ଜାଣିଛି। ସେ ଆମ ଘର ପାଖରେ ରୁହେ। ସେ ମୋ ଭଉଣୀର ପିଛା କରୁଥିଲା। ଗତ ମାସରେ ମଧ୍ୟ ସେ ମୋ ଭଉଣୀଙ୍କୁ ଧମକାଇଥିଲା। ଆମେ ନ୍ୟାୟ ଚାହୁଁଛୁ।” 

ପୁଲିସ୍‌ ଏହାର ତଦନ୍ତ କରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ରଙ୍କ ପତ୍ନୀ ପୀଡ଼ିତାଙ୍କ ବାପା ଅକୀଲଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅଭିଯୋଗକାରୀଙ୍କ କହିବା କଥା ଯେ ସେ ପୀଡ଼ିତାଙ୍କ ବାପାଙ୍କ ପାଖରେ ପୂର୍ବରୁ କାମ କରୁଥିଲେ। ଏହି ସମୟରେ ପୀଡ଼ିତାଙ୍କ ବାପା ତାଙ୍କୁ ଦୁଷ୍କର୍ମ କରିଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ଆପତ୍ତିଜନକ ଭିଡିଓ ଦେଖାଇ ବ୍ଲାକମେଲ କରୁଥିଲେ।

ପୁଲିସ୍‌ର କହିବା କଥା ଯେ ଜିତେନ୍ଦ୍ରଙ୍କ ପତ୍ନୀ ଶୁକ୍ରବାର ଭାଲସୱା ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ। ଏହି ସମୟରେ ସେ ଅକୀଲ ପଠାଇଥିବା ଆପତ୍ତିଜନକ ଭିଡିଓ ଓ ଫଟୋ ସବୁଦିନ ପାଇଁ ଡିଲିଟ କରିବାକୁ ଅନୁରୋଧ କରିଥିଲେ। ତେବେ ରବାର ଏସିଡ ଆଟାକ ପରେ ସେ ପୀଡ଼ିତାଙ୍କ ବାପା ଅକୀଲ ତାଙ୍କୁ ଦୁଷ୍କର୍ମ କରିଥିବା କହିଥିଲେ। ଦୁଷ୍କର୍ମ ପରେ ଏହାର ଫଟୋକୁ ସେ ଜିତେନ୍ଦ୍ରଙ୍କ ପାଖକୁ ପଠାଇଥିବା ଅଭତିଯୋଗ ହୋଇଛି। 

ତେବେ ପୀଡ଼ିତାଙ୍କ ଦାଦା ତାଙ୍କ ଭାଇଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏସିଡ୍‌ ଆକ୍ରମଣକୁ ଘଣ୍ଟ ଘୋଡ଼ାଇବା ପାଇଁ ଅଭିଯୁକ୍ତଙ୍କ ପତ୍ନୀ ଏପରି ଅଭିଯୋଗ ଆଣିଥିବା ସେ କହିଛନ୍ତି। 

ପୁଲିସ୍‌ ଏବେ ଉଭୟ ଏସିଡ ଆକ୍ରମଣ ଓ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ ଆଣିଥିବା ଅଭିଯୋଗର ତଦନ୍ତ କରୁଛି। 

Delhi Acid Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe