Advertisment

ପରୀକ୍ଷା ଦେବାକୁ ଯାଉଥିବା ୩ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ

ଏସିଡ୍‌ ମାଡ କରିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭୁଯିକ୍ତଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ସେ ଜଣେ ଏମ୍‌ବିଏ ଛାତ୍ର ବୋଲି ଜଣାପଡିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Acid Attack

Acid Attack

ପରୀକ୍ଷା ଦେବାକୁ ଯାଉଥିବା ବେଳେ ତିନି ଜଣ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ ହୋଇଛି। ସ୍କୁଲର ପରୀକ୍ଷା ହଲ୍‌ରେ ପ୍ରବେଶ କରୁଥିବା ବେଳେ ଜଣେ ଅଭିଯୁକ୍ତ ଏମାନଙ୍କ ଉପରକୁ ଏସିଡ୍ ଫିଙ୍ଗି ଥିବା ଜଣାପଡିଛି। ଫଳରେ ତିନି ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। କର୍ଣ୍ଣାଟକର ମାଙ୍ଗାଲୁରୁରେ ଘଟିଛି ଏଭଳି କିଛି ଘଟଣା।

Advertisment

ମାଙ୍ଗାଲୁରୁର କଡଓ୍ୱା ଅଞ୍ଚଳରେ ତିନି ଜଣ ଛାତ୍ରୀ ନିଜ ଦ୍ୱିତୀୟ ପିୟୁସି ଟେଷ୍ଟ ଦେବା ପାଇଁ ସ୍କୁଲ ହଲ୍‌ ଭିତରକୁ ପ୍ରବେଶ କରୁଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ମାସ୍କ ପିନ୍ଧି ସେମାନଙ୍କୁ ଅପେକ୍ଷା କରି ରହିଥିଲା। ଛାତ୍ରୀମାନେ ସ୍କୁଲରେ ପହଞ୍ଚିବା ପରେ ଯୁବକ ଜଣକ ତାଙ୍କ ଉପରକୁ ଏସିଡ୍‌ ଫିଙ୍ଗିଥିଲା। ଫଳରେ ତିନି ଜଣ ଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତିନି ଜଣ ଛାତ୍ରୀ ବର୍ତ୍ତମାନ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ଅଧିକ ଚିକିତ୍ସା ପାଇଁ ମାଙ୍ଗାଲୁରୁକୁ ସ୍ଥାନାନ୍ତର କରାଯିବ। ସେମାନଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।

ସେପଟେ ଏସିଡ୍ ମାଡ କରିଥିବା ଅଭିଯୁକ୍ତ ଜଣକ କେରଳର ୨୩ ବର୍ଷୀୟ ଏମ୍‌ବିଏ ଛାତ୍ର ଅବିନ୍‌ ବୋଲି ଜଣାପଡିଛି। ଅବିନ୍‌ଙ୍କୁ ଏହି ଘଟଣା ପରେ ସ୍ଥାନୀୟ ପୁଲିସ ଗିରଫ କରିଛି। ପୁଲିସ କହିବା ମୁତାବକ, ଅଭିଯୁକ୍ତ ଅବିନ୍‌ ପୂର୍ବରୁ ପୀଡିତ ଛାତ୍ରିଙ୍କୁ ଚିହ୍ନିଥିଲା। ତେବେ କାହିଁକି ସେ ଛାତ୍ରୀମାନଙ୍କ ଉପରେ ଏଭଳି ଏସିଡ୍‌ ମାଡ କରିଛନ୍ତି ସେ ନେଇ ତଦନ୍ତ ଜାରି ରହିଛି।

Advertisment
Karnataka Acid Attack Acid Attack On School Girls Mangaluru