Advertisment

ଦିଲ୍ଲୀରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ଦିଲ୍ଲୀରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡ଼ିବାକୁ ଦାବି କରିଥିଲେ ହଜରତ ନିଜାମୁଦ୍ଦିନର ଧର୍ମଗୁରୁ ଓ ମୁସଲମାନ ନେତା। ଉପରାଜ୍ୟପାଳଙ୍କୁ ଦେଇଥିଲେ ଦାବିପତ୍ର।

author-image
Debadatta Aryashrestha
Delhi Police started action against Bangladeshi infiltrators

Delhi Police started action against Bangladeshi infiltrators

ଦିଲ୍ଲୀରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ଜିଲ୍ଲାର ପୁଲିସକୁ ନିର୍ଦ୍ଦେଶ ମିଳିଛି। ଏହା ସହିତ କ୍ରାଇମ ବ୍ରାଞ୍ଚକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି।

Advertisment

ସୂଚନା ଅନୁସାରେ, ଏହି ଲୋକମାନେ ବାଂଲାଦେଶ ସୀମା ଡେଇଁ ଭାରତକୁ ଅନୁପ୍ରବେଶ କରିବା ମାତ୍ରେ ନକଲି ଭାରତୀୟ ପରିଚୟ ପତ୍ର ତିଆରି କରିଦିଅନ୍ତି। ଦିଲ୍ଲୀରେ ରହୁଥିବା ସମସ୍ତ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପରିଚୟ ପତ୍ର ଚିହ୍ନଟ କରିବା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଏଭଳି ପରିସ୍ଥିତିରେ ନକଲି ପରିଚୟ ପତ୍ର ତିଆରି କରୁଥିବା ଦଲାଲଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମୁସଲମାନ ନେତାଙ୍କ ଦାବି ପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ
ଶନିବାର ଦିନ ହଜରତ ନିଜାମୁଦ୍ଦିନର ଧର୍ମଗୁରୁ ତଥା ମୁସଲମାନ ନେତାଙ୍କ ଏକ ପ୍ରତିନିଧି ଦଳ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ଭେଟି ବାଂଲାଦେଶରେ ଜାରି ରହିଥିବା ହିନ୍ଦୁ ବିରୋଧୀ ହିଂସାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଦିଲ୍ଲୀରେ ରହୁଥିବା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତାଙ୍କ ଦେଶକୁ ତଡ଼ିବାକୁ ମଧ୍ୟ ସେମାନେ ଦାବି କରିଥିଲେ। ଏହାପରେ ମଙ୍ଗଳବାର ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଓ ପୁଲିସ କମିଶନରଙ୍କୁ ଉପରାଜ୍ୟପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ସହରରେ ରହୁଥିବା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୁଇ ମାସର ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି ପୁଲିସ।

Advertisment

ଉପରାଜ୍ୟପାଳଙ୍କୁ ଭେଟିଥିବା ଦିଲ୍ଲୀ ହଜରତ ନିଜାମୁଦ୍ଦିନର ଧର୍ମଗୁରୁ ତଥା ମୁସଲମାନ ନେତାମାନେ ଏହା ମଧ୍ୟ ଦାବି କରିଥିଲେ ଯେ ବେଆଇନ ଅନୁପ୍ରବେଶକାରୀଙ୍କୁ ଘର ଭଡା କିମ୍ବା ଚାକିରି ମିଳିବା ଉଚିତ ନୁହେଁ। ଏହାସହ ସେମାନେ ପାଇଥିବା ଆଧାର ଏବଂ ଭୋଟର ପରିଚୟ ପତ୍ର ଭଳି ଜାଲ୍ ସରକାରୀ ଦସ୍ତାବିଜକୁ ମଧ୍ୟ ତୁରନ୍ତ ଜବତ କରାଯିବା ଉଚିତ। ବାଂଲାଦେଶୀମାନେ ଜବରଦଖଲ କରିଥିବା ସଡକ, ଫୁଟପାଥ, ପାର୍କ ଏବଂ ସରକାରୀ ଜମିରୁ ତାଙ୍କୁ ବିତାଡ଼ିତ କରିବାକୁ ଏମାନେ ଦାବି ରଖିଥିଲେ। ଏହି ପ୍ରତିନିଧୀ ମଦ୍ରାସା ଏବଂ ମସଜିଦମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ସେମାନେ ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କୁ ଆଶ୍ରୟ ନଦେଇ ବାହାରକୁ ବାହାର କରନ୍ତୁ।

Delhi Delhi Police Bangladesh Violence Bangladeshi Infiltrators