Advertisment

ବିଲ୍ଡର୍‌ଙ୍କ ଘରେ ଜମିଥିଲା ପୁଲିସ ବାବୁଙ୍କ ମଦ ଆସର, ପଡ଼ିଲା ଚଡ଼କ

ଜୟତପୁର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରେ ପାର୍ଟି ସମୟରେ କିଛି ପୁଲିସ୍ କର୍ମଚାରୀ ମଦ୍ୟପାନ କରୁଥିବା ନଜର ଆସିଥିଲେ। କେବଳ ସେତିକି ନୁହେଁ କେତେ ଜଣ ହୁକା ଟାଣୁଥିବା ମଧ୍ୟ ନଜର ଆସିଥିଲେ।

ଅଦ୍ୟତନ ହୋଇଛି
Delhi Police

Delhi Police

Advertisment

ହାତରେ ମଦ ଗ୍ଲାସ୍ ଆଉ ପାଟିରେ ମାଂସ। ଟେବୁଲ ଉପରେ ରଖାଯାଇଛି ଭିନ୍ନ ଭିନ୍ନ କିସମର ଖାଦ୍ୟ ସାଙ୍ଗକୁ ଚାଖଣ। କେବଳ ସେତିକି ନୁହେଁ ହୁକା ମଧ୍ୟ ରହିଛି। ଖାକିରେ ମଦ ମାଂସର ମଜା ନେଉଛନ୍ତି ପୁଲିସ ବାବୁ। ଏଭଳି କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଆକ୍ସନ ମୁଡ୍‌କୁ ଆସିଛି ପୁଲିସ ବିଭାଗ। ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ଉପରେ ପଡ଼ିଛି ଚଡ଼କ।

Advertisment

ନିକଟରେ ରାଜଧାନୀ ଦିଲ୍ଲୀର କିଛି ପୁଲିସ କର୍ମଚାରୀଙ୍କ ଫଟୋ ଭାଇରାଲ ହୋଇଛି। ଜୟତପୁର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରେ ପାର୍ଟି ସମୟରେ କିଛି ପୁଲିସ୍ କର୍ମଚାରୀ ମଦ୍ୟପାନ କରୁଥିବା ନଜର ଆସିଥିଲେ। କେବଳ ସେତିକି ନୁହେଁ କେତେ ଜଣ ହୁକା ଟାଣୁଥିବା ମଧ୍ୟ ନଜର ଆସିଥିଲେ। ଏହି ଫଟୋ ଭାଇରାଲ ହେବା ପରେ ବର୍ତ୍ତମାନ ପାର୍ଟିରେ ମଦ୍ୟପାନ କରିଥିବା ୮ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମସ୍ତ ପୁଲିସ କର୍ମଚାରୀଙ୍କୁ ପୁଲିସ ଲାଇନକୁ ପଠାଯାଇଛି।

ଜୁଲାଇ ୨୭ରେ ଡିସିପି ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ଜଣେ ଏଏସଆଇ, ପାଞ୍ଚ ଜଣ ହେଡ କନଷ୍ଟେବଳ ଏବଂ ଦୁଇ ଜଣ କନଷ୍ଟେବଳଙ୍କୁ ପୁଲିସ ଲାଇନକୁ ପଠାଯାଇଛି। ଏହା ସହିତ, ବିଲଡରଙ୍କ ସହିତ ଏହି ପୋଲିସ୍ କର୍ମଚାରୀଙ୍କର କି ପ୍ରକାର ତାଳମେଳ ରହିଛି, ସେ ନେଇ ମଧ୍ୟ ଯାଞ୍ଚ କରାଯାଉଛି।

Advertisment

ଗତ କିଛି ମାସ ହେବ ସିବିଆଇ ବିଭିନ୍ନ ମାମଲାରେ ଦିଲ୍ଲୀ ପୁଲିସ୍ କର୍ମଚାରୀଙ୍କୁ କ୍ରମାଗତ ଭାବେ ଗିରଫ କରିଆସୁଛି। କେତେକଙ୍କୁ ନିର୍ଯାତନା ଅଭିଯୋଗରେ ଏବଂ କେତେକ ଲାଞ୍ଚ ନେବା ମାମଲାରେ ଗିରଫ କରାଯାଉଛି। ଏହା ପରେ ଦିଲ୍ଲୀ ପୋଲିସ ଦୁଇ ଦିନ ପୂର୍ବରୁ ଏକ ବୈଠକ କରି ଏଭଳି ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲା।

Delhi Delhi Police Photo Viral
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe