Advertisment

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର୍‌, ପୁଣି ୫ ଜଣଙ୍କ ମୁଣ୍ଡ ନେଲା ଭାଇରସ

କରୋନା ଭାଇରସ ପୁଣି ୫ ଜଣଙ୍କ ମୁଣ୍ଡ ନେଇଛି। କେରଳ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ମହାରାଷ୍ଟ୍ରରେ ୨ ଜଣଙ୍କ ଜୀବନ ଯାଇଛି।

author-image
Hemant Lenka
Corona

Corona

ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ପାର କରିଛି। ଗତ ୨୪ ଘଣ୍ଟାରେ ୬୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୨୬ରେ ପହଞ୍ଚି ଯାଇଛି।

Advertisment

ଗୁଜରାଟରେ ଗୋଟିଏ ଦିନରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ୫୯ ଜଣ କରୋନା ମାମଲା ସାମ୍ନାକୁ ଆସିବାରୁ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୯୭ରେ ପହଞ୍ଚି ଯାଇଛି। ତେବେ ସକ୍ରିୟ ଆକ୍ରାନ୍ତ ରାଜ୍ୟଗୁଡ଼ିକ ମଧ୍ୟରେ କେରଳ ଏବେ ବି ୧ନଂରେ ରହିଛି।

କରୋନା ଭାଇରସ ପୁଣି ୫ ଜଣଙ୍କ ମୁଣ୍ଡ ନେଇଛି। କେରଳ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ମହାରାଷ୍ଟ୍ରରେ ୨ ଜଣଙ୍କ ଜୀବନ ଯାଇଛି।

Advertisment

କେରଳରେ ବର୍ତ୍ତମାନ ୧୪୧୬ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ମହାରାଷ୍ଟ୍ରରେ ୪୯୪, ଗୁଜରାଟରେ ୩୯୭, ଦିଲ୍ଲୀ ଓ ବେଙ୍ଗଲରେ ଏହି ସଂଖ୍ୟା ୩୯୩ ରହିଛି। ଗୁଜରାଟକୁ ଛାଡ଼ି ଦେଲେ ବାକି ସବୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି।

ଦେଶର କରୋନା ସ୍ଥିତି ଉପରେ ବରିଷ୍ଠ ଅଧିକାରୀମାନଙ୍କ ନଜର ରହିଛି। ସଂକ୍ରମଣ ଗୁରୁତର ସ୍ଥିତି ସୃଷ୍ଟି କରୁନାହିଁ। ଅଧିକାଂଶ ଲୋକ ଘରେ ସଙ୍ଗରୋଧରେ ରହି କରୋନାରୁ ସୁସ୍ଥ ହେଉଛି। ଏବେ ଚିନ୍ତା କରିବାର କୌଣସି କାରଣ ନାହିଁ।

ଆଇସିଏମଆର ମହା ନିର୍ଦ୍ଦେଶକ ଡାକ୍ତର ରାଜୀବ ବାହଲ କହିଛନ୍ତି ଯେ ଦେଶର ପଶ୍ଚିମ ଓ ଦକ୍ଷିଣ ପ୍ରାନ୍ତରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ନମୁନାର ଜେନୋମ ସିକ୍ୱନ୍ସିଂ କରାଯାଇଥିଲା। ସଂକ୍ରମଣ ବୃଦ୍ଧି ପଛରେ ଓମିକ୍ରାନର ସବ ଭାରିଏଣ୍ଟ ରହିଥିବା ପରୀକ୍ଷାର ସ୍ପଷ୍ଟ ହୋଇଛି। କିନ୍ତୁ ଏହା ଗୁରୁତର ସମସ୍ୟା ସୃଷ୍ଟି କରୁ ନଥିବା ସେ କହିଛନ୍ତି। ଓମିକ୍ରାନର ୪ଟି ସବ ଭାରିଏଣ୍ଟ- ଏଲଏଫ.୭, ଏକ୍ସଏଫଜି, ଜେଏନ.୧ ଓ ଏନବି.୧.୮.୧ ବର୍ତ୍ତମାନ ସୁଦ୍ଧା ଦେଶରୁ ଠାବ ହୋଇଛି। ଏହି ସବ ଭାରିଏଣ୍ଟ ସଂକ୍ରମଣ ବୃଦ୍ଧି କରୁଛି।

New Coronavirus Strain Corona Cases In India