Advertisment

୨୪ ବର୍ଷ ପୁରୁଣା କେସରେ ସାମାଜିକ କର୍ମୀଙ୍କୁ ୫ ମାସ ଜେଲ, ୧୦ ଲକ୍ଷ ଜୋରିମାନା

ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ରାଘବ ଶର୍ମା ଚଳିତ ବର୍ଷ ମେ’ ମାସରେ ମେଧା ପାଟକରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ତାଙ୍କର ଦଣ୍ଡବିଧାନ କରାଯାଇଛି। ୨୦୦୦ ମସିହାରୁ ମେଧା ଓ ସକ୍ସେନାଙ୍କ ମଧ୍ୟରେ ଆଇନଗତ ଯୁଦ୍ଧ ଜାରି ରହିଥିଲା।

author-image
Hemant Lenka
Medha

Medha

ସାମାଜିକ କର୍ମୀ ତଥା ନର୍ମଦା ବଞ୍ଚାଅ ଆନ୍ଦୋଳନର ମୁଖ୍ୟ ମେଧା ପାଟକରଙ୍କୁ ୨୪ ବର୍ଷ ତଳର ଗୋଟିଏ ମାନହାନୀ କେସ୍‌ରେ ୫ ମାସ ଜେଲଦଣ୍ଡ ମିଳିଛି। ତତ୍କାଳୀନ କେଭିଆଇସିର ଅଧ୍ୟକ୍ଷ ତଥା ବର୍ତ୍ତମାନ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା କରିଥିବା ମାନହାନୀ କେସ୍‌ରେ ମେଧାଙ୍କୁ ଏପରି ଦଣ୍ଡ ମିଳିଛି।

Advertisment

ଏଥିସହ କ୍ଷତିପୂରଣ ବାବଦରେ ତାଙ୍କୁ ୧୦ ଲକ୍ଷ ଟଙ୍କା ସକ୍ସେନାଙ୍କୁ ଦେବାକୁ ଦିଲ୍ଲୀର ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଅର୍ଥ ସକ୍ସେନା ନେବେ ନାହିଁ ବରଂ ଦିଲ୍ଲୀ ଷ୍ଟେଟ ଲିଗାଲ ସର୍ଭିସ ଅଥୋରିଟୀରେ ଜମା କରି ଦେବାକୁ ସେ ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଜଣାଇ ଦେଇଛନ୍ତି।

ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ରାଘବ ଶର୍ମା ଚଳିତ ବର୍ଷ ମେ’ ମାସରେ ମେଧା ପାଟକରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ତାଙ୍କର ଦଣ୍ଡବିଧାନ କରାଯାଇଛି। ୨୦୦୦ ମସିହାରୁ ମେଧା ଓ ସକ୍ସେନାଙ୍କ ମଧ୍ୟରେ ଆଇନଗତ ଯୁଦ୍ଧ ଜାରି ରହିଥିଲା।

Advertisment

ଶ୍ରୀ ସକ୍ସେନା ବିଭିନ୍ନ ଗଣମାଧ୍ୟମରେ ମେଧା ଓ ନର୍ମଦା ବଞ୍ଚାଅ ଆନ୍ଦୋଳନ ବିରୋଧରେ ବିଜ୍ଞାପନ ଦେଇଥିଲେ। ଏହା ବିରୋଧରେ ମେଧା ତାଙ୍କ ବିରୋଧରେ ମାନହାନୀ କେସ୍‌ କରିଥିଲେ। ଏହି ସମୟରେ ସକ୍ସେନା ଅହମଦାବାଦ ଭିତ୍ତିକ ଏନଜିଓ ନ୍ୟାଶନାଲ କାଉନସିଲ ଫର ସିଭିଲ ଲିଭର୍ଟିଜର ଅଧ୍ୟକ୍ଷ ରହିଥିଲେ।

ମେଧାଙ୍କ ମାନହାନୀ କେସ୍‌ ପରେ ସକ୍ସେନା ମଧ୍ୟ ତାଙ୍କ ବିରୋଧରେ ୨ଟି ସମାନ କେସ୍‌ କରିଥିଲେ। ଗୋଟିଏ ଟିଭି ଚ୍ୟାନେଲ ଓ ଗୋଟିଏ ବିବୃତି ଜାରି କରି ମେଧା ଅପମାନସୂଚକ ଶବ୍ଦ ବ୍ୟବହାର କରିଥିବା ସକ୍ସେନା ଅଭିଯୋଗ କରିଥିଲେ। ୨୦୦୦ ମସିହାରୁ ଦୁଇ ଜଣଙ୍କ ମଧ୍ୟରେ ଆଇନଗତ ଲଢ଼େଇ ଚାଲିଥିଲା।

ମେଧା ପାଟକରଙ୍କ ବିରୋଧରେ ରାୟ ପ୍ରକାଶ କରିବା ବେଳେ ମାଜିଷ୍ଟ୍ରେଟ କୋର୍ଟ କହିଥିଲେ ଯେ ସକ୍ସେନାଙ୍କ ବିରୋଧରେ ଦିଆଯାଇଥିବା ବୟାନ କେବଳ ଆପତ୍ତିଜନକ ନୁହେଁ ବରଂ ଏହାକ ଏକ ନକାରାତ୍ମକ ଚିନ୍ତାଧାରା ମଧ୍ୟ ସୃଷ୍ଟି କରୁଛି। ସୋମବାର ଦଣ୍ଡବିଧାନ କରିବା ବେଳେ ବିଚାରପତି କହିଛନ୍ତି, ମେଧା ପାଟକରଙ୍କୁ ୬୯ ବର୍ଷୟ ବୟସ ହୋଇ ସାରିଥିବାରୁ କୋର୍ଟ ତାଙ୍କୁ କଠୋର ଶାସ୍ତି ଦେଉ ନାହାନ୍ତି।

ତାଙ୍କ ବୟସ ଓ ସ୍ୱାସ୍ଥ୍ୟକୁ ନଜର ରଖି କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି। ଦଣ୍ଡବିଧାନ ପରେ ମେଧା ପାଟକର କୋର୍ଟରେ ଜାମିନ ଆବେଦନ କରିଛନ୍ତି। ୩୦ ଦିନ ଯାଏ ଦଣ୍ଡବିଧାନ ଉପରେ ରୋକ ଲଗାଯାଇଛି। ସେହିପରି ଉପର କୋର୍ଟରେ ମଧ୍ୟ ରାୟକୁ ଚ୍ୟାଲେଞ୍ଜ କରାଯିବ ବୋଲି ମେଧା କହିଛନ୍ତି।

Delhi LG VK Saxena Medha Patkar