Advertisment

ଅଜିତ କୁମାରଙ୍କ ଭୟଙ୍କର କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ଜୀବନ

ଦୁବାଇ ଗ୍ରାଣ୍ଡ ଫିକ୍ସରେ ଅଭ୍ୟାସ ବେଳେ ନିୟନ୍ତ୍ରଣ ହରାଇ ରେସିଂ ଟ୍ରାକ୍ କଡ଼ରେ ଥିବା କାନ୍ଥରେ ପିଟି ହୋଇଥିଲା ଅଜିତଙ୍କ କାର। ଦୁର୍ଘଟଣାରେ ଅଭିନେତାଙ୍କର ବିଶେଷ କିଛି କ୍ଷତି ହୋଇନାହିଁ।

author-image
Debadatta Aryashrestha
Ajith Kumar Car Accident

Ajith Kumar Car Accident

ତାମିଲ ଅଭିନେତା ଅଜିତ କୁମାରଙ୍କର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦୀର୍ଘ ବର୍ଷ ପରେ ନିଜ ପୁରୁଣା ରେସିଂ କ୍ୟାରିୟରକୁ ଫେରିଥିବା ଅଜିତ ଦୁବାଇରେ ୨୪ ଆୱାର ରେସ୍ ୨୦୨୫ରେ ଭାଗ ନେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ଦୁବାଇ ଗ୍ରାଣ୍ଡ ଫିକ୍ସ ଅଭ୍ୟାସ ସମୟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ସୌଭାଗ୍ୟ ବଶତଃ ତାଙ୍କର ବିଶେଷ କିଛି କ୍ଷତି ହୋଇନାହିଁ।

Advertisment

ମଙ୍ଗଳବାର ଦୁବାଇ ଗ୍ରାଣ୍ଡ ଫିକ୍ସରେ ଅଭ୍ୟାସ କରିବାକୁ ଓହ୍ଲାଇଥିଲେ ଅଜିତ କୁମାର ଓ ତାଙ୍କ ଟିମ୍। ହେଲେ ଏହି ସମୟରେ ଅଭିନେତା କାର ଉପରୁ ନିଜ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଦ୍ରୁତ ଗତିରେ ଯାଉଥିବା କାରଟି ରେସିଂ ଟ୍ରାକ୍ କଡ଼ରେ ଥିବା ଏକ କାନ୍ଥରେ ମାଡ଼ ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣା ସମୟର ଭିଡିଓ ମଧ୍ୟ ଅଜିତ କୁମାରଙ୍କ ଅଫିସିଆଲ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି। କାରଟି କାନ୍ଥରେ ମାଡ଼ ହେବାପରେ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଟ୍ରାକ୍ ଉପରେ ଚାରି-ପାଞ୍ଚ ଥର ଘୂରି ବୁଲୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ହେଲେ ଏହାପରେ କାର ଭିତରୁ ବାହାରିଥିଲେ ଅଭିନେତା ଅଜିତ। ତାଙ୍କର ବିଶେଷ କ୍ଷତି ହେଲାପରି ଭିଡିଓରେ ଜଣାପଡ଼ୁନାହିଁ।

Advertisment

ଉଲ୍ଲେଖ ଯୋଗ୍ୟ, ତାମିଲ ଅଭିନେତା ଅଜିତ କୁମାର ରେସିଂ କାର୍ ଓ ବାଇକ୍ ବହୁତ ପସନ୍ଦ କରନ୍ତି। ୯୦ ଦଶକ ଆରମ୍ଭରେ ସେ ଜାତୀୟ ମୋଟରସାଇକେଲ୍ ରେସିଂ ଚାମ୍ପିୟନଶିପରେ ତାଙ୍କ ରେସିଂ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଅନେକ ଅନ୍ତର୍ଜାତୀୟ କାର ଓ ମୋଟରସାଇକେଲ୍ ରେସିଂ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ସେ ଅନେକ ସଫଳତା ସାଉଁଟିଛନ୍ତି। ଏକ ବଡ଼ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହେବା ପରେ ସେ ନିଜ ପ୍ରିୟ କ୍ରୀଡ଼ାରୁ ସାମୟିକ ବ୍ରେକ୍ ନେଇଥିଲେ। ଏବେ ପ୍ରାୟ ୧୫ ବର୍ଷ ପରେ ସେ ପୁରୁଣା କ୍ୟାରିୟରକୁ ଫେରୁଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ସେ 'ଅଜିତ କୁମାର ରେସିଂ' ନାମରେ ନିଜର ଏକ ରେସିଂ ଟିମ୍ ତିଆରି କରିଛନ୍ତି। ତାଙ୍କ ଟିମ୍ ୨୦୨୫ରେ ଏକାଧିକ ଅନ୍ତର୍ଜାତୀୟ ରେସିଂ ଇଭେଣ୍ଟରେ ଭାଗ ନେବ।

Ajith Kumar Ajith Kumar Car Racing Racing Car Accident Ajith Kumar Racing