Advertisment

ହତ୍ୟା ଅଭିଯୁକ୍ତ ଦର୍ଶନଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର ନିର୍ଦ୍ଦେଶ

ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲରେ ତାଙ୍କୁ ଭିଆଇପି ସୁବିଧା ମିଳୁଥିବା ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ମିଳିଛି।

Jail

Jail

Advertisment

ହତ୍ୟା ମାମଲାରେ ଗିରଫ ଦର୍ଶନଙ୍କ ଅଡ଼ୁଆ ବଢ଼ିଛି। ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲରେ ତାଙ୍କୁ ଭିଆଇପି ସୁବିଧା ମିଳୁଥିବା ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ମିଳିଛି। ବେଙ୍ଗାଲୁରୁର ଗୋଟିଏ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଜେଲର ବଗିଚାରେ ଦର୍ଶନ ରାଜକୀୟ ଠାଣିରେ ବସିବା ସହ ସିଗାରେଟ ଓ କଫି ପିଉଥିବା ଫଟୋ ଭାଇରାଲ ହେବା ପରେ କୋର୍ଟ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି। କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ ଦର୍ଶନଙ୍କୁ ଯଥାଶୀଘ୍ର ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲରୁ ବଲ୍ଲାରି ଜେଲକୁ ପଠାଯାଉ। ତାଙ୍କ ଗର୍ଲଫ୍ରେଣ୍ଡ ତଥା ପାର୍ଟନର ପବିତ୍ରା ଗୌଡ଼ା ପୂର୍ବଭଳି ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲରେ ହିଁ ରହିବେ। ଦର୍ଶନଙ୍କୁ କୌଣସି ପ୍ରକାରର ଭିଆଇପି ସୁବିଧା ମିଳି ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ରବିବାର ଦିନ ଏକ ଫଟୋ ଭାଇରାଲ ହୋଇଥିଲା। ଉକ୍ତ ଫଟୋରେ ଜେଲ୍‌ରେ ଥିବା ପାର୍କରେ ଚୌକିରେ ବସିଛନ୍ତି ଦର୍ଶନ। ତାଙ୍କର ଗୋଟିଏ ହାତରେ ଏକ କପ୍ ଥିବା ବେଳେ ଅନ୍ୟ ହାତରେ ରହିଛି ସିଗାରେଟ୍। ତାଙ୍କ ସହିତ ଆଉ ତିନି ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ ୱିଲସନ ଗାର୍ଡେନ ନାଗା (କଳା ରଙ୍ଗର ଟି-ଶାର୍ଟ ପିନ୍ଧିଛନ୍ତି)। ସେହିପରି ପୂରା ବାମରେ ବସିଥିବା ବ୍ୟକ୍ତି ଜଣଙ୍କ ଦର୍ଶନଙ୍କ ମ୍ୟାନେଜର ହୋଇଥିବାବେଳେ ଅନ୍ୟ ଜଣଙ୍କର ପରିଚୟ ଜଣାପଡ଼ିନି। ଏହି ଫଟୋରେ ଦର୍ଶନ ଓ ଅନ୍ୟ ତିନି ଜଣ ବେଶ୍ ଖୁସି ଜଣାପଡ଼ୁଛନ୍ତି।

Advertisment

ଏହି ଫଟୋ ଭାଇରାଲ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା। ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଜେଲରେ ଭିଆଇପି ସୁବିଧା ମିଳୁଥିବାରୁ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ବିରୋଧୀ ସରକାରଙ୍କୁ ମଧ୍ୟ ଘେରିଥିଲେ। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏହାକୁ ଗୁରୁତର ସହ ନେଇ ୯ ଜଣ ଜେଲ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ। ଜେଲ ପକ୍ଷରୁ ତ୍ରୁଟି ହୋଇଥିବା ମଧ୍ୟ ସେ ସ୍ୱୀକାର କରିଥିଲେ।

ରେଣୁକାସ୍ୱାମୀ ନାମକ ଜଣେ ୩୩ ବର୍ଷୀୟ ଅଟୋ ଚାଳକଙ୍କ ହତ୍ୟା ମାମଲାରେ ଦର୍ଶନ ଗିରଫ ହୋଇଛନ୍ତି। ଦର୍ଶନଙ୍କର ଜଣେ ବଡ଼ ଫ୍ୟାନ୍ ଥିଲେ ରେଣୁକାସ୍ୱାମୀ। ତେବେ ସେ ଅଭିନେତ୍ରୀ ପବିତ୍ରା ଗୌଡ଼ଙ୍କ ନିକଟକୁ ସୋଶାଲ ମିଡିଆ ଯୋଗେ ଅଶ୍ଳୀଳ ମେସେଜ ପଠାଉଥିବା ଅଭିଯୋଗ ହୋଇଛି। ପବିତ୍ରା ଗୌଡ଼ା ହେଉଛନ୍ତି ଦର୍ଶନଙ୍କ ପାର୍ଟନର। ଉଭୟ ରିଲେସନଶିପ୍‌ରେ ଥିଲେ।

ପବିତ୍ରାଙ୍କୁ ରେଣୁକାସ୍ୱାମୀ ଅଶ୍ଲୀଳ ମେସେଜ ପଠାଇ ହଇରାଣ କରିବା କଥାକୁ ନେଇ ଦର୍ଶନ ଖୁବ୍ ରାଗି ଯାଇଥିଲେ। ଦର୍ଶନଙ୍କ ନିର୍ଦ୍ଦେଶରେ ଏକ ଗ୍ୟାଙ୍ଗ ପ୍ରଥମେ ଅଟୋ ଚାଳକ ରେଣୁକାସ୍ୱାମୀଙ୍କୁ ଅପହରଣ କରିଥିଲେ। ପରେ ତାଙ୍କୁ ହତ୍ୟା କରାଯାଇଥିଲା।

ଏହି ଘଟଣାରେ ଦର୍ଶନ ଓ ପବିତ୍ରା ଗୌଡ଼ାଙ୍କ ସମେତ ୧୫ ଜଣଙ୍କୁ ଗିରଫ କରିଛି କର୍ଣ୍ଣାଟକା ପୁଲିସ୍। ଅଗଷ୍ଟ ୨୧ ତାରିଖରେ ବେଙ୍ଗାଲୁରୁର ଏକ କୋର୍ଟ ଦର୍ଶନ, ପବିତ୍ରା ଓ ଅନ୍ୟ ଅଭିଯୁକ୍ତମାନଙ୍କର ବିଚାର ବିଭାଗୀୟ ହାଜତ ମିଆଦି ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

Kannada Film Darshan Thoogudeepa Actor Darshan Kannada Actor Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe