/odisha-reporter/media/media_files/2025/12/08/dillip-2025-12-08-13-17-22.jpg)
ଅଭିନେତା ଦିଲୀପ (ଫାଇଲ ଫଟୋ)
ମାଲାୟଲମ ଅଭିନେତା ଦିଲୀପଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ୨୦୧୭ ମସିହାରେ ଅଭିନେତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଆଜି କେରଳର ଗୋଟିଏ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି। ଏର୍ଣ୍ଣାକୁଲମ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଏହାର ଶୁଣାଣି କରି ଦିଲୀପଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ସରକାରୀ ଓକିଲ ପୂରା ମାମଲାରେ ଦିଲୀପଙ୍କ ସଂପୃକ୍ତ ନେଇ ବଳିଷ୍ଠ ପ୍ରମାଣ ଉପସ୍ଥାପନ କରିବାରେ ବିଫଳ ହୋଇଥିବା କୋର୍ଟ କହିଛନ୍ତି। ତେବେ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ପୂରା ଘଟଣା ପଛରେ ଥିବା ଷଡ଼ଯନ୍ତ୍ର ମାମଲାରେ କୋର୍ଟ ଅନ୍ୟ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦିଲୀପଙ୍କ ବ୍ୟତୀତ ଆଉ ୩ ଜଣଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରାଯାଇଛି।
କୋର୍ଟଙ୍କ ଦୋଷ ମୁକ୍ତ ରାୟ ପରେ ଦିଲୀପ କହିଛନ୍ତି ଯେ “ମୋ ବିରୋଧରେ ଗୋଟିଏ ଷଡ଼ଯନ୍ତ୍ର ହୋଇଥିଲା। ମୋତେ ସହଯୋଗ କରିଥିବା ସମସ୍ତ ଓକିଲ ଓ ଅନ୍ୟମାନଙ୍କୁ ଧନ୍ୟବାଦ ଜଣାଉଛି।”
ଦିଲୀପଙ୍କ ବ୍ୟତୀତ ସୁନୀଲ ଏନଏସ ଓରଫ ପୁଲସାର ସୁନି, ମାର୍ଟିନ ଆନ୍ଥୋନୀ, ମଣିକନ୍ଦନ ବି, ବିଜେଶ ଭିପି, ସଲିମ ଏଚ୍, ପ୍ରଦୀପ, ଚାର୍ଲୀ ଥୋମାସ, ସାନିଲ କୁମାର ଓରଫ ମେସଥିର ସାନିଲ ଓ ଶରତଙ୍କ ବିରୋଧରେ ମାମଲା ଚାଲିଥିଲା। ଦୀର୍ଘ ୮ ବର୍ଷ ପରେ ଦିଲ୍ଲୀ, ଶରତ, ସାନିଲ ଓ ଥୋମାସ ଦୋଷମୁକ୍ତ ହୋଇଛନ୍ତି।
ଆଜିର ଶୁଣାଣି ବେଳେ ନିଜେ ପୀଡ଼ିତା ମଧ୍ୟ କୋର୍ଟରେ ଉପସ୍ଥିତ ରହିଥିଲେ। ୨୦୧୭ ଫେବୃଆରୀ ୧୭ରେ ମାଲାୟଲମ ସିନେମା ଇଣ୍ଡଷ୍ଟ୍ରୀର ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏପରି ଅଭିଯୋଗ ପୂରା ଜାତୀୟ ସ୍ତରରେ ହଇଚଇ ସୃଷ୍ଟି କରିଥିଲା।
ଅଭିନେତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ ଯେ କିଛି ଲୋକ ତାଙ୍କୁ ୨୦୧୭ ଫେବୃଆରୀ ୧୭ ତାରିଖରେ ଅପହରଣ କରିବା ସହ ତାଙ୍କରି କାରରେ ୨ ଘଣ୍ଟା ଧରି ଯୌନ ନିର୍ଯାତନା(Stop Rape) ଦେଇଥିଲେ। ଏହାପରେ ତାଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ଫେରାର ମାରିଥିଲେ।
ସରକାରୀ ଓକିଲ ଶୁଣାଣି ବେଳେ କହିଥିଲେ ଯେ ପୂରା ଘଟଣା ପଛରେ ହୋଇଥିବା ଅପରାଧିକ ଷଡ଼ଯନ୍ତ୍ର ପଛରେ ଅଭିନେତା ଦିଲୀପ(Malyalam Actor) ରହିଛନ୍ତି। ଅକ୍ଟୋବର ମାସରେ ଦିଲୀପ ପ୍ରମାଣ ନଷ୍ଟ କରିଥିବା ମଧ୍ୟ ସରକାରୀ ଓକିଲ ଅଭିଯୋଗ କରିଥିଲେ।
କିନ୍ତୁ ଅଭିନେତା ଦିଲୀପ ଆରମ୍ଭରୁ ହିଁ ନିଜକୁ ନିର୍ଦ୍ଦୋଷ ବୋଲି କହି ଆସୁଥିଲେ। ଏବେ କୋର୍ଟ ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା ମଧ୍ୟ କହିଛନ୍ତି। ଶୁଣାଣି ବେଳେ ୨୬୧ ଜଣଙ୍କ ସାକ୍ଷୀଙ୍କ ବୟାନକୁ ରେକର୍ଡ କରାଯାଇଥିଲା।
୮ ବର୍ଷର ଶୁଣାଣି ବେଳେ ୨ ଜଣ ସ୍ୱତନ୍ତ୍ର ସରକାରୀ ଓକିଲ ମାମଲାରୁ ଓହରି ଯାଇଥିଲେ। ସରକାରୀ ଓକିଲ ମାମଲା ସହ ଜଡ଼ିତ ୮୩୩ ଦସ୍ତାବିଜ ଓ ୧୪୨ଟି ଜିନିଷ ଉପସ୍ଥାପନ କରିଥିଲେ। ସେହିପରି ପ୍ରତିପକ୍ଷ ଓକିଲଙ୍କ ପକ୍ଷରୁ ୨୨୧ଟି ଦସ୍ତାବିଜ ଦାଖଲ କରାଯାଇଥିଲା। ସାକ୍ଷୀଙ୍କ ବୟାନ ରେକର୍ଡ ପ୍ରାୟ ୪୩୮ ଧରି ଚାଲିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
