Advertisment

ଜେଲ୍‌ ଭିତରେ ଅଭିନେତ୍ରୀ ପବିତ୍ରା ଗୌଡାଙ୍କ ମେକ୍‌ଅପ୍‌, ପୁଲିସକୁ ନୋଟିସ୍‌ ଜାରି

୩୩ ବର୍ଷୀୟ ରେଣୁକାସ୍ୱାମୀ ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ପବିତ୍ରା ଗୌଡା ଗିରଫ ହୋଇ ଜେଲ୍‌ରେ ଅଛନ୍ତି।

Actress Pavithra Gowda

Actress Pavithra Gowda

Advertisment

ଜେଲ୍‌ ଭିତରେ ଲଗାଇଲେ ଲିପଷ୍ଟିକ୍। ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପୁଲିସ ଉପସ୍ଥିତିରେ କଲେ ମେକ୍‌ଅପ୍‌। ଅଭିନେତ୍ରୀରୁ ଅଭିଯୁକ୍ତ ସାଜିଥିବା ପବିତ୍ରା ଗୌଡାଙ୍କ ଜେଲ୍‌ରେ ଭିତରେ ଦେଖିବାକୁ ମିଳିଲା ଲଗ୍‌ଜୁରୀ ଅନ୍ଦାଜ। ଏହାକୁ ନେଇ ଏବେ ବିବାଦ ଉପୁଜିଛି। ପୁଲିସକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।

Advertisment

କର୍ଣ୍ଣାଟକର ବେଙ୍ଗାଲୁରୁରେ ରେଣୁକାସ୍ୱାମୀ ମୃତ୍ୟୁ ମାମଲାରେ କନ୍ନଡ ଅଭିନେତା ଦର୍ଶନ ଓ ତାଙ୍କ ଗାର୍ଲଫ୍ରେଣ୍ଡ ପବିତ୍ରା ଗୌଡା ପୁଲିସ ହେପାଜତରେ ଅଛନ୍ତି। ଏହି ହତ୍ୟା ମାମଲାରେ ଏହି ଦୁଇ ଜଣ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ତେବେ ଗିରଫ ହୋଇ ଜେଲରେ ଥିବା ସତ୍ତ୍ୱେ ବି ପବିତ୍ରା ଗୌଡାଙ୍କୁ କିଛି ଫରକ ପଡୁନଥିବା ଦେଖିବାକୁ ମିଳିଛି। ସେ ନିଜ ଲଗ୍‌ଜୁରୀ ଲାଇଫ୍‌କୁ କମ୍ପ୍ରମାଇଜ କରିବାକୁ ପ୍ରସ୍ତୁତ ନାହାନ୍ତି।

ସେ ଜେଲ୍‌ ଭିତରେ କରିଛନ୍ତି ନିଜର ମେକ୍‌ଅପ୍‌। ଓଠରେ ଲଗାଇଛନ୍ତି ଲିପଷ୍ଟିକ୍‌। କେବଳ ସେତିକି ନୁହେଁ ସେ ପାଖରେ ଏକ ବ୍ରାଣ୍ଡେଡ୍‌ ମେକ୍‌ଅପ୍‌ ବକ୍ସ ମଧ୍ୟ ରଖିଥିବା ଦେଖିବାକୁ ମିଳିଛି। ଜୁନ ୧୫ ତାରିଖରେ କ୍ରାଇମ ସ୍ପଟ୍‌ର ସବିଶେଷ ତଥ୍ୟ ରେକର୍ଡ କରିବା ପାଇଁ ପବିତ୍ରା ଗୌଡାଙ୍କୁ ବେଙ୍ଗାଲୁରୁସ୍ଥିତ ତାଙ୍କ ଘରକୁ ନିଆଯାଇଥିଲା। ପୁଲିସ୍ ହେପାଜତରେ ଘରୁ ଫେରୁଥିବାବେଳେ ପାଭିତ୍ରା ଗୌଡା ଲିପଷ୍ଟିକ୍ ଏବଂ ମେକଅପ୍ ଲଗାଇ ହସୁଥିବାର ନଜର ଆସିଥିଲେ।

Advertisment

ତେବେ ଏହାକୁ ନେଇ ଏବେ ପୁଲିସ କର୍ମୀଙ୍କ ଅଡୁଆ ବଢ଼ିଛି। ପୁଲିସ୍ ହେପାଜତରେ ଥିବାବେଳେ ତାଙ୍କୁ ମେକ୍ଅପ୍‌ ଲଗାଇବାକୁ ଅନୁମତି ଦେବା ଅଭିଯୋଗରେ ଜଣେ ମହିଳା ସବ୍-ଇନ୍ସପେକ୍ଟରଙ୍କୁ ଡିଏସ୍‌ପି ନୋଟିସ୍‌ ଜାରି କରି ଜବାବ ମାଗିଛନ୍ତି।

କହିରଖୁ ଯେ, ଚିତ୍ରଦୁର୍ଗରେ ରହୁଥିବା ୩୩ ବର୍ଷୀୟ ରେଣୁକାସ୍ୱାମୀ ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ପବିତ୍ରା ଗୌଡା ଓ ଅନ୍ୟ ୧୫ ଜଣଙ୍କୁ ଗିରଫ କରାଯାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ ଦର୍ଶନଙ୍କ ପ୍ରଶଂସକ ରେଣୁକସ୍ୱାମୀ ତାଙ୍କ ଗର୍ଲଫ୍ରେଣ୍ଡ ପବିତ୍ରାଙ୍କୁ ଅଶ୍ଳୀଳ ମେସେଜ ପଠାଇଥିଲେ। ଏହା ପରେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ବେଙ୍ଗାଲୁରୁ ଅଣାଯାଇଥିଲା, ଏକ ଶେଡରେ ରଖାଯାଇଥିଲା। ତାଙ୍କୁ ନିର୍ଧୁମ ମାଡ଼ ମରାଯାଇଥିଲା। ଏପିରି ତାଙ୍କୁ ବିଦ୍ୟୁତ୍‌ ଝଟ୍‌କା ମଧ୍ୟ ଦିଆଯାଇଥିଲା, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଅଭିନେତା ଦର୍ଶନ ଜୁଲାଇ ୪ ପର୍ଯ୍ୟନ୍ତ ପୋଲିସ ହେପାଜତରେ ଅଛନ୍ତି।

Karnataka Police Pavithra Gowda Actor Darshan Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe