Advertisment

Vijay Thalapthy Divorce: ବିଜୟଙ୍କ ପରକୀୟା ପ୍ରତି ଯୋଗୁଁ ବିବାହର 26 ବର୍ଷ ପରେ ଛାଡପତ୍ର ମାଗିଲେ ସ୍ତ୍ରୀ ସଙ୍ଗୀତା

ସ୍ବାମୀ ଥଲପତି ବିଜୟଙ୍କଠାରୁ ଡିଭୋର୍ସ ମାଗିଛନ୍ତି ସଙ୍ଗୀତା। ତାମିଲ ସିନେମାର ସୁପର ଷ୍ଟାର ଥଲପତି ବିଜୟଙ୍କ ସ୍ତ୍ରୀ  ସଙ୍ଗୀତା ସୋର୍ନାଲିଙ୍ଗମ୍ । ସଙ୍ଗୀତା ତାଙ୍କ ଡିଭୋର୍ସ ପିଟିସନରେ ଦର୍ଶାଇଛନ୍ତି ବିଜୟଙ୍କ ଜଣେ ଅଭିନେତ୍ରୀଙ୍କ ସହ ପରକୀୟା ପ୍ରିତି ରହିଛି।

author-image
Swadheen Raut
vijaya

ଦିନେ ବିଜୟଙ୍କ ଫ୍ୟାନ୍ ଥିବା ସଙ୍ଗୀତା ତାଙ୍କୁ ପାଇବା ପାଇଁ ଧାଇଁ ଆସିଥିଲେ ସୂଦୁର ଇଂଲଣ୍ଡରୁ । ହେଲେ ଏବେ ତାଙ୍କ ସ୍ବାମୀ ଥଲପତି ବିଜୟଙ୍କଠାରୁ ଡିଭୋର୍ସ ମାଗିଛନ୍ତି ସଙ୍ଗୀତା।

Advertisment

ତାମିଲ ସିନେମାର ସୁପର ଷ୍ଟାର ଥଲପତି ବିଜୟଙ୍କ (Vijay )  ସ୍ତ୍ରୀ  ସଙ୍ଗୀତା ସୋର୍ନାଲିଙ୍ଗମ୍ ( Sankgeetha Sornalingam)। ସଙ୍ଗୀତା ତାଙ୍କ ଡିଭୋର୍ସ ପିଟିସନରେ ଦର୍ଶାଇଛନ୍ତି ବିଜୟଙ୍କ ଜଣେ ଅଭିନେତ୍ରୀଙ୍କ ସହ ପରକୀୟା ପ୍ରିତି ରହିଛି।

ସଙ୍ଗୀତା ହେଉଛନ୍ତି ଜଣେ ସମାଜସେବୀ ଏବଂ ଉଦ୍ୟୋଗୀ। ବିଜୟଙ୍କ ପାଇଁ ସେ ତାଙ୍କ ବାପାଙ୍କ ଘର ଛାଡିଥିଲେ। ଆଜକୁ 26 ବର୍ଷ ତଳେ ଉଭୟେ ବିଜୟ ଏବଂ ସଙ୍ଗୀତା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୁହିଁଙ୍କ 2 ଟି ସନ୍ତାନ ମଧ୍ୟ ରହିଛି। ତାଙ୍କ ପୁଅ ଜେସୋନ ସଂଜୟଙ୍କୁ ବର୍ତ୍ତମାନ 25 ବର୍ଷ ସେହିପରି ଝିଅ ଦିବ୍ୟା ସାସାଙ୍କୁ ବର୍ତ୍ତମାନ 20 ବର୍ଷ। ତେବେ ବିଜୟ ଏହି ଡିଭୋର୍ସ ନେଇ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ।

Advertisment

କୁହାଯାଏ ସଙ୍ଗୀତା ଥିଲେ ବିଜୟଙ୍କ ଜବରଦସ୍ତ ଫ୍ୟାନ ଦିନେ ବିଜୟଙ୍କ ପାଇଁ ଇଂଲଣ୍ଡରୁ ସବୁ କିଛି ଛାଡି ସେ ଚେନ୍ନାଇ ଆସି ଯାଇଥିଲେ। ଦୁହିଁଙ୍କ ଧର୍ମ ଅଲଗା ଅଲଗା ଥିଲେ ମଧ୍ୟ ଦୁହେଁ ରାଜି ହୋଇଥିଲେ ବାହା ହେବା ପାଇଁ। ବିଜୟ ଖ୍ରୀଷ୍ଟିୟାନ ଥିବା ବେଳେ ସଙ୍ଗୀତା ହିନ୍ଦୁ। ପ୍ରଥମେ ପ୍ରଥମେ ସେ ବିଜୟଙ୍କ ସହ ଅନେକ ଚଳଚ୍ଚିତ୍ର ଉତ୍ସବକୁ ସାଥୀ ହୋଇ ଯାଉଥିଲେ ଆଉ ପରେ ଗଲେ ନାହିଁ। ଖାଲି ଏତିକି ନୁହେଁ ବିଜୟ ଗଢିଥିବା ନୂଆ ଦଳ ଟି.ଭି.କେରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁନଥିଲା।

ଏହାରି ମଧ୍ୟରେ କରରୁ ଦଳା ଚକଟା ଘଟଣାରେ ପ୍ରାଣ ହରାଇଥିବା 41 ଜଣ ଲୋକଙ୍କ ମାମଲାରେ ବିଜୟଙ୍କୁ ସିବିଆଇ ଦୁଇ ଦୁଇଥର ଦିଲ୍ଲୀ ଡାକି ଜେରା କରିଛି । ବିଜୟଙ୍କ ନୂଆ ଚଳଚ୍ଚିତ୍ର ଜନ ନୟାଗାନ ବର୍ତ୍ତମାନ ମୁକ୍ତିଲଭା କରିବା ଅପେକ୍ଷାରେ ରହିଛି। ଏହି ଭିତରେ ଆସିଛି ତାଙ୍କ ପାଇଁ ଏତ ଦୁଃଖଦ ଖବର। ତାଙ୍କ ସ୍ତ୍ରୀ ତାଙ୍କଠାରୁ ଅଲଗା ହେବାକୁ ଚାହୁଁଛନ୍ତି।

CBI TVK Rally TVK Thalapathy Vijay actor-vijay Actor Politician Vijay