Advertisment

Murder: ପାଟିରେ ଟେପ ମାରିଲେ, ହାତ-ଗୋଡ଼ ବାନ୍ଧି ଲିଭ ଇନ ପାର୍ଟନରଙ୍କୁ ମାରିଦେଲେ ଅଭିନେତ୍ରୀ

ଫେବୃଆରୀ ୧୮ରେ ତାଙ୍କୁ ହତ୍ୟା କରାଯାଇଥିବା ବେଳେ ପ୍ରାୟ ୧୨ ଦିନ ପରେ ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ମୋହନଙ୍କୁ ତାଙ୍କ ଲିଭ ଇନ ପାର୍ଟନର ଉର୍ମିଲା ଓରଫ ବିନ୍ଦୁ ହିଁ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି।

ai

ଏଆଇ ଫଟୋ

Advertisment

ତ୍ରିକୋଣୀୟ ପ୍ରେମ କାହାଣୀର ଗୋଟିଏ ଭୟଙ୍କର ଘଟଣା ବେଙ୍ଗାଲୁରୁର ମଞ୍ଜୁନାଥନଗରରୁ ଆସିଛି। ଏଠାରେ ଜଣେ ଯୁବକଙ୍କୁ ବେଶ ଯୋଜନାବଦ୍ଧ ଭାବେ ତାଙ୍କ ଲିଭ ଇନ ପାର୍ଟନର ପ୍ରେମିକ ସହ ମିଶି ହତ୍ୟା(Murder) କରିଛନ୍ତି। ଲିଭ ଇନରେ ରହୁଥିବା ଯୁବକଙ୍କୁ ଛାଡ଼ି ଯୁବତୀ ଜଣଙ୍କ ଆଉ ଜଣଙ୍କୁ ବାହା ହେବାକୁ ଚାହୁଁଥିଲେ। ଏଥିପାଇଁ ସେ ନୂଆ ପ୍ରେମିକଙ୍କ ସହ ମିଶି ନିଜର ଲିଭ ଇନ ପାର୍ଟନରଙ୍କ ଜୀବନ ନେଇଯାଇଛନ୍ତି। 

Advertisment

ପୁଲିସ୍‌ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଥିବା ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ମୃତକ ଜଣଙ୍କ ହେଲେ ମୋହନ ରାଓ। ଫେବୃଆରୀ ୧୮ରେ ତାଙ୍କୁ ହତ୍ୟା କରାଯାଇଥିବା ବେଳେ ପ୍ରାୟ ୧୨ ଦିନ ପରେ ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ମୋହନଙ୍କୁ ତାଙ୍କ ଲିଭ ଇନ ପାର୍ଟନର ଉର୍ମିଲା ଓରଫ ବିନ୍ଦୁ ହିଁ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି। ବିନ୍ଦୁ ଏକାଧିକ କନ୍ନଡ ଫିଲ୍ମରେ ଛୋଟ ମୋଟ ଚରିତ୍ରରେ ଅଭିନୟ କରନ୍ତି। 

ପୁଲିସ୍‌ର କହିବା କଥା ଯେ ମୋହନ ରାଓଙ୍କ ସହ ଲିଭ ଇନରେ ରହୁଥିଲେ ମଧ୍ୟ ବିନ୍ଦୁ ଆଉ ଜଣଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ବିନୟ ନାମକ ଆଉ ଜଣେ ଯୁବକଙ୍କୁ ବିବାହ ପାଇଁ ନିଷ୍ପତ୍ତି ନେବା ପରେ ଦୁଇ ଜଣଙ୍କ ମିଳିତ ଭାବେ ମୋହନ ରାଓଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଯୋଜନା ଅନୁସାରେ , ସେମାନେ ମୋହନ ଓ ବିନ୍ଦୁ ରହୁଥିବା ଘରେ ଫେବୃଆରୀ ୧୮ରେ ଗୋଟିଏ ପାର୍ଟିର ଆୟୋଜନ କରିଥିଲେ। 

Advertisment

ପାର୍ଟିରେ ସମସ୍ତେ ପ୍ରବଳ ମଦ ପିଇବା ପରେ ବିନ୍ଦୁ ଆରମ୍ଭ କରିଥିଲେ ଅସଲ ଖେଳ। ପାର୍ଟି ଚାଲିଥିବା ବେଳେ ବିନୟ ଓ ତାଙ୍କର ସହଯୋଗୀ ଧନୁଶ ମିଳିତ ଭାବେ ମୋହନଙ୍କୁ ପ୍ରବଳ ମାଡ଼ ମାରିଥିଲେ। ତାଙ୍କ ଦେହରେ ଏକାଧିକ ଥର ଛୁରୀ ଭୁଷା ଯାଇଥିଲା। ସେ ଯନ୍ତ୍ରଣା ଯୋଗୁ ଚିତ୍କାର କରିବାରୁ ଅଭିଯୁକ୍ତମାନେ ତାଙ୍କ ପାଟି ଓ ନାକରେ ଟେପ ଗୁଡ଼ାଇ ଦେଇଥିଲେ। ତାଙ୍କ ହାତ ଗୋଡ଼ ବାନ୍ଧି ପକାଇ ପୁଣି ମାଡ଼ ମାରିବା ସହ ସେ ଚୁପ ହେବା ଯାଏ ଛୁରୀ ଭୁଷି ଚାଲିଥିଲେ। ଏହାପରେ ସେଠାରୁ ଫେରାର ହୋଯାଇଥିଲେ। ଅଣନିଃଶ୍ୱାସୀ ସହ ଛୁରି ଭୁଷିବା ଯୋଗୁ ମୋହନଙ୍କ ମୃତ୍ୟୁ ହୋଇଥିବା ପୁଲିସ୍‌ କହିଛି। 

ଫେବୃଆରୀ ୧୮ରେ ପୂରା ଘଟଣା ଘଟିଥିଲେ ହେଁ ୧୨ ଦିନ ପରେ ଏହା ସାମ୍ନାକୁ ଆସିଥିଲା। ମୋହନ ୧୨ ଦିନ କାଳ ମୃତ ଅବସ୍ଥାରେ ଘର ଭିତରେ ପଡ଼ି ରହିଥିଲେ ହେଁ ପଡ଼ୋଶୀମାନେ ଏହା ଜାଣି ପାରି ନଥିଲେ। କିନ୍ତୁ ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏବେ ପୁଲିସ୍‌ ସେମାନଙ୍କୁ ରିମାଣ୍ଡରେ ପୂରା ଘଟଣା ସମ୍ପର୍କରେ ଜାଣିବାକୁ ଉଦ୍ୟମ ଜାରି ରଖିଛି। 

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe