Advertisment

ରାଜନୀତିରେ ଥଲାପତି ବିଜୟ, ଉନ୍ମୋଚନ କଲେ ଦଳର ପତକା

ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ବିଜୟଙ୍କ ରହିଛି ବେଶ୍‌ ଦବ୍‌ଦବା। ସେ ଇଣ୍ଡଷ୍ଟ୍ରିର ଟପ୍‌ ଅଭିନେତାଙ୍କ ମଧ୍ୟରୁ ଜଣେ।

Vijay

Vijay

Advertisment

ଅଭିନୟ ପରେ ଏବେ ରାଜନୀତିରେ ଏଣ୍ଟ୍ରି କରିଛନ୍ତି ତାମିଲ ମେଗାଷ୍ଟାର ଥଲାପତି ବିଜୟ। ପୂର୍ବରୁ ସେ ତାଙ୍କ ଦଳର ନାଁ ଘୋଷଣା କରିସାରିଥିବା ବଳେ ଆଜି ସେ ନିଜର ଦଳୀୟ ପତକାକୁ ଉନ୍ମୋଚନ କରିଛନ୍ତି।

Advertisment

ଚେନ୍ନାଇରେ ପାୟାନୁର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ନିଜର ଦଳ ‘ତାମିଝାଗା ଭେଟ୍ରିକାଝାଗାମ’ (ଟିଭିକେ)ର ପତକା ଓ ଚିହ୍ନ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ବିଜୟ କହିଛନ୍ତି ଯେ 'ମୋ ଦଳ ସାମାଜିକ ନ୍ୟାୟର ପଥ ଅନୁସରଣ କରିବ।'

ତାଙ୍କ ଦଳର ପତକା ଉପର ଭାଗରେ ଲାଲ ଏବଂ ତଳ ଭାଗରେ ମାରୁନ ଓ ମଝିରେ ହଳଦିଆ ରଙ୍ଗ ରହିଛି। ଯେଉଁଥିରେ ଦୁଇଟି ହାତୀ ଏବଂ ମଝିରେ ଏକ ମୟୂର ଭଳି ଦେଖାଯାଉଥିବା ଫୁଲର ଚିତ୍ର ତିଆରି କରାଯାଇଛି, ଯାହା ବିଜୟର ପ୍ରତୀକ। ଦଳର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଟିଭିକେ ତା'ର ପତକା ସହ ଏକ ଗୀତ ମଧ୍ୟ ଲଞ୍ଚ କରିଛି।

Advertisment

କହିରଖୁ ଯେ, ଏହାପୂର୍ବରୁ ଫେବ୍ରୁଆରୀରେ ବିଜୟ ତାଙ୍କର ନୂତନ ରାଜନୈତିକ ଦଳ ଟିଭିକେ ଗଠନ ପାଇଁ ଘୋଷଣା କରିଥିଲେ। ଏହି ଅବସରରେ ତାଙ୍କ ଦଳ ସ୍ୱଚ୍ଛ, ଜାତିମୁକ୍ତ ତଥା ଦୁର୍ନୀତିମୁକ୍ତ ପ୍ରଶାସନ ସହ ମୌଳିକ ରାଜନୈତିକ ପରିବର୍ତ୍ତନ ପ୍ରତି ପ୍ରତିବଦ୍ଧତା ଥିବା ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ ତାଙ୍କ ଦଳ ୨୦୨୬ରେ ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ଲଢ଼ିବେ ବୋଲି ମଧ୍ୟ ଘୋଷଣା କରିଥିଲେ।

ଏମ. ଜି ରାମଚନ୍ଦ୍ରନଙ୍କ ଠାରୁ ଜୟଲଳିତା ଏବଂ ଶିବାଜୀ ଗଣେଶଙ୍କ ଠାରୁ ରଜନୀକାନ୍ତ, କମଲ ହାସନ ଏବଂ ବିଜୟକାନ୍ତ ପର୍ଯ୍ୟନ୍ତ ଅନେକ ଭେଟେରାନ ଅଭିନେତା ରୂପେଲି ପରଦାରୁ ରାଜନୀତିରେ ଏଣ୍ଟ୍ରି କରିସାରିଛନ୍ତି। ବର୍ତ୍ତମାନ ଥଲାପତି ବିଜୟଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡି ହୋଇଛି।

ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ବିଜୟଙ୍କ ରହିଛି ବେଶ୍‌ ଦବ୍‌ଦବା। ସେ ଇଣ୍ଡଷ୍ଟ୍ରିର ଟପ୍‌ ଅଭିନେତାଙ୍କ ମଧ୍ୟରୁ ଜଣେ। ବିଶେଷ କରି ଯୁବକ ଏବଂ ମହିଳାମାନଙ୍କ ମଧ୍ୟରେ ସେ ବହୁତ ଲୋକପ୍ରିୟ।

Thalapathy Vijay TVK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe